Categories
ଆଜିର ଖବର ରାଜ୍ୟ ଖବର

ଶେଷରେ ଚାକିରୀରୁ ନିଳମ୍ବନ ହେଲେ ଆଇଏଏସ ଶ୍ରୀ ଧିମାନ ଚକମା, ଲାଞ୍ଚ ନେଇ ହୋଇଛନ୍ତି ଗିରଫ

ଭୁବନେଶ୍ବର: ଶେଷରେ ଚାକିରୀରୁ ନିଲମ୍ବିନ ହେଲେ ଆଇଏଏସ ଶ୍ରୀ ଧିମାନ ଚକମା। ସେ କଳାହାଣ୍ଡି ଧର୍ମଗଡର ଉପଜିଲ୍ଲାପାଳ ଭାବେ ଜଣେ ବ୍ୟବସାୟୀଙ୍କଠାରୁ ଦଶ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ରଙ୍ଗ ହାତରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ସରକାରୀ ବାସ ଭବନରୁ ପ୍ରାୟ 47 ଲକ୍ଷ ଟଙ୍କା ବାହାରିଥିଲା।

ତାଙ୍କୁ ଆଇନ ଅନୁସାରେ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲଣ କରିଥିଲା। ସେଠାରେ ତାଙ୍କର ଜାମିନୀ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲରେ ଭର୍ତ୍ତି କରାଯାଇଛି। ଏହାପରେ ଆଜି ତାଙ୍କୁ ଚାକିରୀରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଲମ୍ବିତ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚନେଲା ବେଳେ ଧରାପଡିଲେ କଳାହାଣ୍ଡିର ଆଇଏସ ଅଫିସର, ଘରୁ ମିଳିଲା ନଗଦ ୪୭ ଲକ୍ଷ ଟଙ୍କା

ଭୁବନେଶ୍ବର: ଆଜି ଓଡିଶା ଭିଜିଲାନ୍ସ ବଡ ମାଛକୁ ଧରିବାରେ ସକ୍ଷମ ହୋଇଛି। ଲାଞ୍ଚ ନେଲାବେଳେ ଧରାପଡିଛନ୍ତି ଜଣେ ଆଇଏଏସ ଅଫିସର। ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଶ୍ରୀ ଧିମାନ ଚକମା। ଧିମାନ ହେଉଛନ୍ତି ୨୦୨୧ ବ୍ୟାଚ୍ ର ଆଇଏଏସ୍ ଅଫିସର।

ଆଜି ସେ ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଡିଲାନ୍ସ ତାଙ୍କୁ ଗିରଫ ମଧ୍ୟ କରିଛନ୍ତି। ସେ ଜଣେ ବ୍ୟବସାୟୀଙ୍କୁ ଧମକ ଚମକ ଦେଉଥିଲେ। ଲାଞ୍ଚ ନ ଦେଲେ ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକାଉଥିଲେ।

ଯୋଜନା ଅନୁସାରେ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଧିକ ଖୋଳତାଡ କରିବା ପରେ ତାଙ୍କ ସରକାରୀ ବାସଭବନରୁ ୪୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଚଢାଉ ଏବଂ ମଧ୍ୟ ଜାରୀ ରହିଛି।

(ଏଥିରେ ଥିବା ଫଟୋଟି ୪୭ ଲକ୍ଷ ଟଙ୍କା ନଗଦ ଜବତ ପରେ ଭିଜିଲାନ୍ସ ତରଫରୁ ପ୍ରଦାନ କରାଯାଇଛି।)