Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ପୁଣି ନମ୍ବର-1; ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କେମିତି

ଭୁବନେଶ୍ବର, ଦେଶରେ ପୁଣି ଥରେ ନବୀନ ପଟ୍ଟନାୟକ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ହାସଲ କରିଛନ୍ତି। ଦେଶର ପ୍ରମୁଖ ନ୍ୟୁଜ ଚ୍ୟାନେଲ ଏବିପି ଏବଂ ସି-ଭୋଟର ମିଳିତ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। ଚ୍ୟାନେଲ ତରଫରୁ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ଯାହାର ଶୀର୍ଷକ ଥିଲା ଦେଶ କା ମୁଡ। ଏଥିରେ ଦେଶର ଶ୍ରେଷ୍ଠ 10 ଜଣ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ କରାଯାଇଛି। ସେହି ଅନୁସାରେ ଯେଉଁମାନେ ଶ୍ରେଷ୍ଠ 10 ଜଣରେ ଅଛନ୍ତି ସେମାନେ ହେଲେ

1-ଓଡ଼ିଶା : ନବୀନ ପଟ୍ଟନାୟକ
2-ଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲ
3-ଆନ୍ଧ୍ରପ୍ରଦେଶ : ଜଗନମୋହନ ରେଡ଼ୀ
4-କେରଳ : ପି. ବିଜୟନ
5-ମହାରାଷ୍ଟ୍ର : ଉଦ୍ଧବ ଠାକରେ
6-ଛତିଶଗଡ଼ : ଭୂପେଶ ବଗେଲ
7-ପଶ୍ଚିମବଙ୍ଗ : ମମତା ବାନାର୍ଜୀ
8-ମଧ୍ୟପ୍ରଦେଶ : ଶିବରାଜ ସିଂହ ଚୌହ୍ୱାନ
9-ଗୋଆ : ପ୍ରମୋଦ ସାୱନ୍ତ
10-ଗୁଜୁରାଟ : ବିଜୟ ରୂପାଣୀ