Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର, ପୁରୀରେ କରିବେ ରୋଡ ସୋ

ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ମାରାଥନ ପ୍ରଚାର କରିବେ। ସେ ଆଜି ଖୋର୍ଦ୍ଧା, ନୟାଗଡ, ପୁରୀ ଓ କଟକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମେ ସେ ଖୋର୍ଦ୍ଧା ହାବେଳି ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବ। ସେଠାରୁ ସେ ପୁରୀ ତାଳବଣିଆ, ପରେ କଟକ ଅଭିମୁଖେ ଯାଇ ପ୍ରଚାର କରିବେ। ନବୀନଙ୍କ ଗସ୍ତକୁ ନେଇ ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ, ହଜାର ହଜାର ନବୀନ ପ୍ରେମୀ କଲେ ସ୍ବାଗତ

ଭୁବନେଶ୍ବର: ସୋମବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଏକ ରୋଡ ସୋ କରିଛନ୍ତି। ଏଥିରେ ଭୁବନେଶ୍ବର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନଙ୍କ ପାଇଁ ସେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଏକାମ୍ର ନିର୍ବାଚନ ମଣ୍ଡଳୀର ପୁନମା ଗେଟଠାରୁ ଏକ ସ୍ବତନ୍ତ୍ର ବସରେ ସେ ରୋଡ ସୋ ଆରମ୍ଭ କରିଥିଲେ। ସେଠାରୁ ସେ ଭୀମଟାଙ୍ଗୀ, ସୁନ୍ଦରପଦା, ପୋଖରୀପୁଟ, ଶିରିପୁର ଏବଂ ଏକାମ୍ର ଛକ ପର୍ଯ୍ୟନ୍ତ ଆସିଥିଲେ।

ମୁଖ୍ୟମନ୍ତ୍ରୀ ମଝିରେ ମଝିରେ ଭାଷଣ ପ୍ରଦାନ କରୁଥିଲେ। ସେ କହୁଥିଲେ ଯେ, ମୋର ଭାଇ ଓ ଭଉଣୀମାନେ, ଆପଣମାନେ ଭଲ ଅଛନ୍ତି ବୋଲି ପଚାରୁଥିଲେ। ଏହି ପ୍ରଶ୍ନ ଶୁଣିବା ପରେ ଲୋକମାନେ ବେଶ ଉତ୍ସାହର ସହ ହିଁ ଭଲ ଅଛୁ ବୋଲି ଉତ୍ତର ଦେଉଛନ୍ତି। ସେହିପରି ସେ ତାଙ୍କର ସଂକ୍ଷିପ୍ତ ଅଭିଭାଷଣରେ କହିଥିଲେ ଯେ, ଏପ୍ରିଲ ମାସରୁ ବିଜୁଳି ବିଲ ଆସିବ ନାହିଁ। ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ହୋଇଛି, ଏଣିକି ସମସ୍ତଙ୍କୁ ବିଏସକେୱାଇ ଦିଆଯିବ। ଶଙ୍ଖ ଚିହ୍ନକୁ ଭୋଟ ଦେବେ ବୋଲି ଲୋକଙ୍କୁ ନିବେଦନ କରିଥିଲେ।