Categories
ଆଞ୍ଚଳିକ

ବାଲୁଗାଁ: ନାଗରିକ ସମ୍ବର୍ଦ୍ଧନା ଉତ୍ସବ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଲୁଗାଁ ସ୍ଥିତ ଉମାମହେଶ୍ୱର ବଣିକ ସଂଘ ଠାରେ ଚିଲିକା ମସ୍ୟଜୀବୀ ମହାସଂଘ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଚିଲିକା ବିଧାୟକ ତଥା ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମହାସଂଘ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଚିଲିକା ତଟବର୍ତ୍ତୀ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲ୍ଲାର ୪ ଲକ୍ଷରୁ ଉର୍ଦ୍ଧ୍ବ ମସ୍ୟଜୀବୀ ଜୀବନ ଜୀବିକା ନେଇ ଚିଲିକା ଉପରେ ନିର୍ଭରଶୀଳ।ଚିଲିକାର ସୁରକ୍ଷା ଓ ବିକାଶ ପାଇଁ ସମସ୍ତ ଅନ୍ତଃନାଳୀ, ବାହ୍ୟନାଳୀ ମୁହାଣ ମୁହଁକୁ ଖନନ କରିବାସହ ଉତ୍ତର ଚିଲିକାରେ ଥିବା ନଳଘାସକୁ ସମ୍ପୂର୍ଣ୍ଣ ନିରାକରଣ, ମସ୍ୟ ସମ୍ପଦ ଅଭିବୃଦ୍ଧି ନିମିତ୍ତ ବିହିତ ପଦକ୍ଷେପ,ଲିଜ ପଲିସିକୁ କ୍ରିୟାଶୀଳ କରି ପାଞ୍ଚ ବର୍ଷୀୟା ଲିଜ ପ୍ରଚଳନ,ତଥା ସାମାଜିକ ସ୍ଥିତି ଓ ସମ୍ବଳ ସମୃଦ୍ଧ ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାସଂଘ ସଭାପତି ଶ୍ୟାମ ସୁନ୍ଦର ବେହେରା,ସମ୍ପାଦକ କାଳନ୍ଦି ବେହେରା,ସୋରଣ ସଭାପତି ତପନ ବେହେରା, ବରିଷ୍ଠ ନେତୃତ୍ୱ ବୃନ୍ଦ ହଳଧର ବେହେରା,ଇନ୍ଦ୍ରମଣି ବେହେରା, ଫାଲକୁନି ଜାଲି, ପ୍ରମୋଦ ବେହେରା, ତ୍ରିନାଥ ବେହେରାଙ୍କ ସମେତ ଶତାଧିକ ମସ୍ୟଜୀବୀ ଉପସ୍ଥିତ ଥିଲେ।