Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ତଥା ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳଙ୍କ ଆତ୍ମହତ୍ୟା

ସିମିଲା, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ତଥା ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ଅଶ୍ବନୀ କୁମାର ଆଜି ନିଜ ବାସଭବନରେ ଆତ୍ମହତ୍ୟା କରିଥିବାର ଜଣାପଡିଛି। ସେ ସିମିଲାରେ ଅବସ୍ଥାନ କରୁଥିଲେ। ତାଙ୍କ ମୃତ ଦେହ ନିକଟରୁ ଏକ ସୁଇସାଇଡିଆଲ ନୋଟ ମଧ୍ୟ ହସ୍ତଗତ ହୋଇଛି। ଏ ନେଇ ସିମିଲା ପୋଲିସ ଏସପି ମୋହିତ ଚାୱାଲ ସ୍ପଷ୍ଟ କରିଛନ୍ତି।

ଅଶ୍ବନୀ କୁମାର ସିବିଆରୁ ଅବସର ନେବା ପରେ ସେ ସିମିଲାସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ସେହି ବିଶ୍ବବିଦ୍ୟାଳୟ ନକଲି ଡିଗ୍ରୀ ସାର୍ଟିଫିକେଟ ଦେଉଛି ବୋଲି ଅଭିଯୋଗ ହୋଇଛି। ଏହି କାରଣରୁ ସେ ଚାପରେ ଥିଲେ ବୋଲି ଅନୁମାନ କରାଯାଉଛି।

1973 ବ୍ୟାଚ ଆଇପିଏସ ଅଶ୍ବନୀ କୁମାର ସିବିଆଇ ନିର୍ଦ୍ଦେଶକ ପୂର୍ବରୁ ସେ 2006ରୁ 2008 ମସିହା ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ପୋଲିସ ଡିଜି ଥିଲେ। ଏହାପରେ ସେ 2013ରୁ 2014 ପର୍ଯ୍ୟନ୍ତ ନାଗାଲାଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ।