ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ପାଟପୁର ଥାନା ଅର୍ନ୍ତଗତ ପଟିଗୁଡା ବାରିଗାଁର ଡମ୍ବରୁ ମଳିକ ଜନୈକ ବୃଦ୍ଧ ବ୍ୟକ୍ତି ନିଜର ଶରୀର ଅସୁସ୍ଥ ଥିବାରୁ ଔଷଧ ଆଣିବା ପାଇଁ ବଜାରକୁ ଦୀର୍ଘ ୪ ଦିନ ହେଲା ଘରକୁ ଫେରି ନଥିଲେ। ଏହା ମଧ୍ୟରେ ଘର ଲୋକ ବହୁତ ଖୋଜାଖୋଜି କରି ଡମ୍ବରୁଙ୍କ ସନ୍ଧାନ ପାଇନଥିଲେ।
ଗତ ସନ୍ଧ୍ୟାରେ ଗାଁ ର କିଛି ଲୋକ ନିକଟସ୍ଥ କପା ବାଡ଼ରେ ଡମ୍ବରଙ୍କ ମୃତଦେହ ପଡିଥିବାର ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ତାଙ୍କର ପୁଅ ପ୍ରଶାନ୍ତ ଘଟଣାସ୍ଥଳରେ ପହଞ୍ଚି ବାପାଙ୍କ ଶବ ଚିହ୍ନଟ କରିଥିଲେ।
ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।