Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୨୦୧୭ – ୨୨ ରେ ନ୍ୟାୟ ମିତ୍ରଙ୍କ ସହାୟତାରେ ଓଡିଶାରେ ୮୧୮ଟି ମାମଲାର ସମାଧାନ

ଦିଲ୍ଲୀ: ନ୍ୟାୟ ମିତ୍ର (ଏନ୍‌ଏମ୍‌) ଯୋଜନାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ନ୍ୟାୟାଳୟ ଗୁଡିକରେ ଏବଂ ଏହାର ଅଧୀନସ୍ଥ ନ୍ୟାୟାଳୟ ଗୁଡିକରେ ଦୀର୍ଘ ୧୦ – ୧୫ ବର୍ଷ ପୁରୁଣା ମାମଲା ଗୁଡିକର ଶୀଘ୍ର ସମାଧାନ କରିବା ନିମନ୍ତେ ସୁବିଧା ପ୍ରଦାନ କରିବା। ୨୦୧୭ରେ ନ୍ୟାୟ ମିତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ , ଅନୁବନ୍ଧ – କ’ ରେ ଉଲ୍ଲେଖ କରା ଯାଇଥିବା ବିବରଣୀ ଅନୁସାରେ, ଆସାମ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ, ଉତର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗ ରାଜ୍ୟ ଗୁଡିକରେ ମୋଟ୍ ୩୮ ଜଣ ନ୍ୟାୟ ମିତ୍ର କାର୍ଯ୍ୟ କରୁ ଅଛନ୍ତି।

ଓଡିଶାରେ ୨୦୧୭ – ୨୦୨୨ ଅବଧିରେ ୪ ଜଣ ନ୍ୟୟ ମିତ୍ର ନିଯୁକ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ନ୍ୟାୟ ମିତ୍ର ମାନେ ୮୧୮ଟି ମାମଲା ସମାଧାନରେ ସହାୟତା କରିଛନ୍ତି।

ଏବେ ସୁଦ୍ଧା କାର୍ଯ୍ୟ କରୁଥିବା ନ୍ୟାୟ ମିତ୍ର ମାନେ ୩୪୯୫ଟି ପୁରୁଣା ମାମଲାକୁ ସମାଧାନ କରିବା ନିମନ୍ତେ ସମ୍ବନ୍ଧିତ ନ୍ୟାୟାଳୟ ଗୁଡିକୁ ସହାୟତା କରିଛନ୍ତି, ଯେଉଁଥିରେ ବୈବାହିକ ମାମଲା, ଦୁର୍ଘଟଣାର ଦାବି ଏବଂ ଅପରାଧିକ ମାମଲା ଗୁଡିକ ମଧ୍ୟ ସାମିଲ୍ ଅଟେ। ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ସମାଧାନ କରା ଯାଇଥିବା ମାମଲା ଗୁଡିକର ସମ୍ପୂର୍ଣ୍ଣ ବିବରଣୀ ଅନୁବନ୍ଧ – ଖ’ ରେ ରହିଛି। ୨୦୨୧ -୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ ୮୦ ନ୍ୟାୟ ମିତ୍ର ନିଯୁକ୍ତ ହେବେ। ୨୦୨୧- ୨୦୨୨ ନିମନ୍ତେ ଏପ୍ରିଲ୍ ୨୦୨୨ ମାସରେ ୧୧ଟି ଜିଲ୍ଲା ନ୍ୟାୟାଳୟ ଗୁଡିକରେ ୧୧ଟି ନ୍ୟାୟ ମିତ୍ର ନିଯୁକ୍ତ ହୋଇଛନ୍ତି।