Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦଶ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ହେଲେ ଗିରଫ

ଅନୁଗୁଳ, ଆଜି କଟକ ଭିଜିଲାନସ ଡିଭିଜନ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଫିସର ବା ପିଇଓ ଙ୍କୁ ଲାଞ୍ଚନେଲା ବେଳେ ଧରିଛନ୍ତି। ସେ ପଞ୍ଚାୟତ ଅଫିସ ଭିତରେ ଜଣଙ୍କର ଏକ ଲକ୍ଷ କୋଡିଏ ହଜାର ଟଙ୍କା ବିଲ ପାଶ କରିବା ପାଇଁ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ସେ ହେଉଛନ୍ତି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ସଂଜୁମୋରା ପଞ୍ଚାୟତର ପିଇଓ। ତାଙ୍କ ନାମ ହେଉଛି ନିର୍ଭୟ ପ୍ରଧାନ। ସେ ନିମିତ୍ରି ଗ୍ରାମର ଜୟନ୍ତ ବିଶ୍ବାଳଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଲ ପାଶ କରିବା ପାଇଁ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ଭିଜିଲାନସ ତାଙ୍କଠାରୁ କେମିକାଲ ବୋଳା ଟଙ୍କା ଜବତ କରିବା ସହ ଗିରଫ କରି କୋର୍ଟ ଚାଲଣ କରିଛନ୍ତି।