Categories
ଆଜିର ଖବର ରାଜ୍ୟ ଖବର

ପଦମପୁର ଉପନିର୍ବାଚନରେ ‘ବାପ ଘର’ ବନାମ ‘ଶାଶୁ ଘର’ ରାଜନୀତି

ବରଗଡ: ପଦମପୁର ଉପନିର୍ବାଚନରେ ବର୍ତ୍ତମାନ ଚାଲିଛି ମାଟିର ଲଢେଇ। ପ୍ରକୃତରେ କିଏ ସେ ପଦମପୁରର ମାଟି ତାହାକୁ ନେଇ ବିଜେଡି ବିଜେପି ମଧ୍ୟରେ ଚାଲିଛି ଖଣ୍ଡ ଯୁଦ୍ଧ। ତେବେ ଏହାକୁ ଆହୁରି ତେଜି ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ସେ ପଦମପୁର ଉପନିର୍ବାଚନରେ ବର୍ଷା ସହିତ ନିଜକୁ ତୁଳନା କରିଥିଲେ।

ଅପରାଜିତା ଏକ ପ୍ରଚାର ସଭାରେ କହିଥିଲେ ଯେ, ଝିଅଟିଏ ବାହା ହେବା ପରେ ସେ ଶାଶୁ ଘରର ହୋଇଥାଏ। ତାହାର ବାପଘର ପଛରେ ରହିଯାଏ। ଯେପରି ମୋର ବିହାରରେ ବାପଘର ହୋଇଥିବା ବେଳେ ଓଡିଶା ହେଉଛି ଶାଶୁଘର। ବର୍ତ୍ତମାନ ଓଡିଶା ମୋର କର୍ମଭୂମି।ସେହିପରି ବର୍ଷାଙ୍କର ବାପଘର ଅପେକ୍ଷା ଶାଶୁଘର ତାଙ୍କ ପାଇଁ ଗୁରୁତ୍ବ।