Categories
ଆଞ୍ଚଳିକ

ବାଣପୁର ବ୍ଲକରେ ସୁଭଦ୍ରା ପରିକ୍ରମା ରଥର ଶୁଭାରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟସରକାରଙ୍କ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା ଲାଗୁ ହେଲାପରେ ଆଜି ବାଣପୁର ବ୍ଲକରେ ସୁଭଦ୍ରା ପରିକ୍ରମା ରଥର ଶୁଭାରମ୍ଭ କରାଯାଇଛି।  ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଗ୍ରାମ ପଞ୍ଚାୟତ ଠାରେ ବିଡ଼ିଓ ଶୀତଲ ଅଗ୍ରୱାଲ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ।

ସରପଞ୍ଚ, ୱାର୍ଡ ମେମ୍ବର, ପଂଚାୟତ କର୍ମକର୍ତ୍ତା, ବିପିଏମ, ଓଏଲମ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କ ଉପସ୍ଥିତିରେ ସୁଭଦ୍ରା ରଥ ପରିକ୍ରମା ଶୁଭାରମ୍ଭ କରାଯାଇଛି।

ଉକ୍ତ ରଥ ମାଧ୍ୟମରେ କେଉଁ ହିତାଧିକାରୀମାନେ ସୁଭଦ୍ରା ଯୋଜନା ପାଇବାକୁ ଯୋଗ୍ୟ, ଏବଂ କିପରି ଆବେଦନ କରିବେ, କେଉଁଠାରେ ଆବେଦନ କରିବା ଭଳି ଯୋଜନର ପ୍ରତ୍ୟେକ ତଥ୍ୟ ମହିଳା ମାନଙ୍କୁ ରଥ ମାଧ୍ୟମରେ ଅବଗତ କରାଯିବ ବୋଲି ଶ୍ରୀମତୀ ଅଗ୍ରୱାଲ କହିଛନ୍ତି। ସୁଭଦ୍ରା ରଥ ଏହିଭଳି ବ୍ଲକର ସମସ୍ତ ପଞ୍ଚାୟତରେ ଗଡିବ ବୋଲି ଜଣାପଡିଛି।