Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଦୂରସଞ୍ଚାର ଭିତ୍ତିଭୂମି ବିକାଶର ସମୀକ୍ଷା କଲେ ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା

ଭୁବନେଶ୍ଵର: ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ପୂର୍ବାହ୍ନରେ ସେ ବିଏସଏନଏଲ ଭବନରେ ଓଡ଼ିଶାର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ବିଏସଏନଏଲର ମୁଖ୍ୟ ମହାପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଶ୍ରୀ ରବି ଓଡ଼ିଶା ପରିମଣ୍ଡଳରେ ରାଜସ୍ୱ ବୃଦ୍ଧି, ଭାରତ ଫାଇବର ବିକାଶ, 4ଜି ସମ୍ପୂର୍ଣ୍ଣତା ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରିଥିଲେ।

ଏହି ଗସ୍ତ ଅବସରରେ ବିଏସଏନଏଲ ସିଏମଡି ସ୍କାଇପ୍ରୋ ସହଭାଗିତାରେ ବିଏସଏନଏଲ ଓଡ଼ିଶା ପରିମଣ୍ଡଳର ଏଫଟିଟିଏଚ ଗ୍ରାହକଙ୍କ ପାଇଁ ଆଇଏଫଟିଭି (ଇଣ୍ଟରନେଟ୍‌ ଫାଇବର ଟିଭି) ସେବାକୁ ଉଦଘାଟନ କରିଥିଲେ। ଏହି ସେବା ଜରିଆରେ ବିଏସଏନଏଲ ଓଡ଼ିଶା ପରିମଣ୍ଡଳର ଏଫଟିଟିଏଚ ଗ୍ରାହକଙ୍କୁ ପାଖାପାଖି ୫୫୦ ଲାଇଭ୍‌ ଟିଭି ଚାନେଲ ଦେଖିବା ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯିବ। ବିଏସଏନଏଲ ଗ୍ରାହକଙ୍କ ପାଇଁ ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲ ମନୋରଞ୍ଜନକୁ ଅଧିକ ସୁଲଭ କରିବ।

ବିଏସଏନଏଲ ସିଏମଡି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ବିଏସଏନଏଲ ବିଆଇଟିଭି ବ୍ରାଣ୍ଡ ନାମରେ ବିଏସଏନଏଲ ମୋବାଇଲ ଗ୍ରାହକଙ୍କ ପାଇଁ ମାଗଣା ଟିଭି ଦେଖିବାର ସେବା ଆରମ୍ଭ କରିଛି। ବିଏସଏନଏଲ ଓଡ଼ିଶା ପରିମଣ୍ଡଳ ଡିଜିଟାଲ ଭାରତ ନିଧି ପ୍ରକଳ୍ପ ଅଧୀନରେ ବିଭିନ୍ନ ଜିଲ୍ଲାର ଉପାନ୍ତ ଇଲାକାରେ ପୂର୍ବରୁ ୭୮୬ ନୂଆ ଫୋର୍‌ ଜି ଟାୱାର୍‌ ପ୍ରତିଷ୍ଠା କରିଛି। ଓଡ଼ିଶା ୨୬୯୫ ମୋବାଇଲ ଟାୱାରକୁ ଥ୍ରୀଜିରୁ ଫୋର୍‌ଜି ସେବାକୁ ଉନ୍ନତିକରଣ କରିଛି। ଯାହାଫଳରେ ବିଏସଏନଏଲ ଗ୍ରାହକଙ୍କୁ ସାରା ରାଜ୍ୟରେ ହାଇସ୍ପିଡ୍‌ ମୋବାଇଲର ତତ୍କାଳ ସୁବିଧା ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ଉପରେ ଓମ୍ଫେଡ୍ ର ଗୁରୁତ୍ୱ

ଭୁବନେଶ୍ୱର: ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଓମ୍ଫେଡ୍ ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ। ରାଜ୍ୟରେ ଅଧିକ ଦୁଗ୍ଧ ଚାଷୀ ସୃଷ୍ଟି କରିବା ସହ ଦୁଗ୍ଧ ସଂଗ୍ରହ ବୃଦ୍ଧି କରିବା ଦରକାର। ଏଥିପାଇଁ ତୃଣମୂଳସ୍ତରରୁ ଯୋଜନା ପ୍ରସ୍ତୁତ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆଜି କଟକ ମିଲ୍କ ୟୁନିୟନ ମୁଖ୍ୟ କାର୍ଯ୍ୟାଳୟଠାରେ ସମସ୍ତ ୟୁନିଟ୍ ଇନ୍-ଚାର୍ଯ୍ୟ ଓ ସୁପରଭାଇଜରଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁଗ୍ଧ ସଂଗ୍ରହ ପାଇଁ ପ୍ରତ୍ୟେକ ୟୁନିଟ୍ ତୃଣମୂଳସ୍ତରରୁ କେମିତି ଯୋଜନା ପ୍ରସ୍ତୁତ କରିବେ, ସେ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ସହ ଘାସ ଚାଷ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଗାଈମାନେ ଉପଯୁକ୍ତ ଗୋ ଖାଦ୍ୟ ପାଇଲେ, ଦୁଗ୍ଧ ଉତ୍ପାଦନ କିଛି ମାତ୍ରାରେ ବୃଦ୍ଧି ପାଇବ ବୋଲି ସେ ମତଦେଇଥିଲେ।

କ୍ଷୀରଧାରା କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ଓମ୍ଫେଡ୍ ପକ୍ଷରୁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ପଞ୍ଚାୟତରେ କ୍ଷୀର ଧାରା କେନ୍ଦ୍ର ସୃଷ୍ଟି କରାଗଲେ, ଦୁଗ୍ଧ ସଂଗ୍ରହ ଓ ବିକ୍ରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ତୃଣମୂଳ ସ୍ତରରେ ଚାଷୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦେଶ ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ଦୁଗ୍ଧ ଚାଷୀ ସଂଖ୍ୟା ବୃଦ୍ଧି ପାଇବା ସହ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ।

କେବଳ ସେତିକି ନୁହେଁ, ମାଈ ବାଛୁରୀ ପ୍ରଜନନ ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯାଉଛି। ମାଈ ବାଛୁରୀ ପ୍ରଜନନ ଏବଂ ସେମାନଙ୍କର ରକ୍ଷଣାବେକ୍ଷଣ ପାଇଁ ଓମ୍ଫେଡ ପକ୍ଷରୁ ଚାଷୀମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ସେହି ସୁବିଧାଗୁଡିକ ଯେପରି ପ୍ରତ୍ୟେକ ଚାଷୀଙ୍କ ନିକଟରେ ପହଞ୍ଚିବ ସେଥିପ୍ରତି ମଧ୍ୟ ସମସ୍ତେ କାମ କରିବା ଦରକାର। ମାଈ ବାଛୁରୀ ସଂଖ୍ୟା ବୃଦ୍ଧି ପାଇଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ। ସେଥିପାଇଁ ଓମ୍ଫେଡ୍ ପକ୍ଷରୁ ରିହାତି ଦରରେ ଗୋଖାଦ୍ୟ, ଔଷଧ, ଚିକିତ୍ସା ସୁବିଧା ଆଦି ପ୍ରଦାନ କରାଯାଉଛି। ଓମ୍ଫେଡ୍ ଉତ୍ପାଦର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସେହି ଅନୁସାରେ ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ଉପରେ ମଧ୍ୟ ଓମ୍ଫେଡ୍ ଗୁରୁତ୍ୱାରୋପ କରୁଛି। ଏହା ଦ୍ୱାରା ଅଧିକ ଚାଷୀ ସୃଷ୍ଟି ହୋଇପାରିବେ ଏବଂ ବର୍ଷସାରା ସେମାନେ ରୋଜଗାର ପାଇବେ। ଫଳରେ ରାଜ୍ୟର ଆର୍ଥିକ ବିକାଶ ଘଟିବା ସହ ଶିକ୍ଷିତ ବେକାରମାନେ ଆତ୍ମ ନିଯୁକ୍ତି ପାଇପାରିବେ ବୋଲି କରିଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ।

ଅନ୍ୟମାନଙ୍କ ମଧ୍ୟରେ ଓମ୍ଫେଡ୍ ର ବୈଷୟିକ ପରାମର୍ଶଦାତା ତଥା କଟକ ମିଲ୍କ ୟୁନିୟନର ଜେନେରାଲ ମ୍ୟାନେଜର ଡକ୍ଟର ଦିଗମ୍ବର ନାୟକ, ସମସ୍ତ ୟୁନିଟ୍ ଇନ-ଚାର୍ଯ୍ୟ, ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ: ଓମ୍ଫେଡ୍ କ୍ଷୀର ଚୋରି ପ୍ରସଙ୍ଗରେ ପରିଚାଳନା ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଓମ୍ଫେଡ୍ ହେଉଛି ଲୋକମାନଙ୍କର ସଂସ୍ଥା। ଲକ୍ଷ ଲକ୍ଷ ଦୁଗ୍ଧଚାଷୀ ଓ ସେମାନଙ୍କର ପରିବାରଙ୍କର ଜୀବିକା ଏଥିରେ ଜଡିତ ରହିଛି। ତେଣୁ ଓମ୍ଫେଡରୁ କେହି ଚୋରି କଲେ କି ଦୁର୍ନୀତି କଲେ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ସ୍ପଷ୍ଟ କରିଦେଇଛନ୍ତି।

ଏହି ଘଟଣାରେ କିଛି କର୍ମଚାରୀ ସଂପୃକ୍ତ ଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ସେ ସଂପର୍କରେ ତଦନ୍ତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ ଆଧାରରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ପରିସ୍ଥିତିରେ ବି ଦୁର୍ନୀତିକୁ ପ୍ରସୟ ଦିଆଯିବ ନାହିଁ ଏବଂ ସେ ଯେ କୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଡ୍ରାଇଭରମାନଙ୍କର ଏହି ଆନ୍ଦୋଳନ ପାଇଁ ଓମ୍ଫେଡର ଜରୁରୀ ସେବାରେ କୌଣସି ଅସୁବିଧା ହୋଇନାହିଁ। ମେଡିକାଲ, ସ୍କୁଲ, ହୋଟେଲ ଆଦିକୁ ଓମ୍ଫେଡର ନିଜସ୍ୱ ଗାଡି ଏବଂ ଭଡା ଗାଡିରେ କ୍ଷୀର ଯୋଗାଇ ଦିଆଯାଇଛି। ଅପରାହ୍ନ ୪ ଟା ସୁଦ୍ଧା ପ୍ରାୟ ସବୁ ସ୍ଥାନରେ କ୍ଷୀର ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଇ ଦିଆଯାଇଥିବା ଓମ୍ଫେଡ ପକ୍ଷରୁ କୁହାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଓମ୍ଫେଡର ଅରିଲୋସ୍ଥିତ ପ୍ଲାଣ୍ଟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ରାତିରେ କ୍ଷୀର ସହ ଓମ୍ଫେଡ୍ ର ଅନ୍ୟାନ୍ୟ ଉତ୍ପାଦ ଗାଡିରେ ଲୋଡ ହେଉଥିବା ବେଳେ କିଛି ଅସାଧୁ କର୍ମଚାରୀ ଏବଂ ଗାଡି ଡ୍ରାଇଭରଙ୍କ ସଲାସୁତରାରେ ତାଲିକାଠାରୁ ଅଧିକ ଦୁଗ୍ଧ ଅସତ୍ ଉପାୟରେ ଗାଡିରେ ଲୋଡ ହେଉଥିବାର ଅଭିଯୋଗ ହେଇଥିଲା।

ପ୍ଲାଣ୍ଟରୁ ଅସତ୍ ଉପାୟରେ ଓମ୍ଫେଡ୍ ଉତ୍ପାଦ ଯାଉଥିବା ଅଭିଯୋଗ ହେବା ପରେ ପରିଚାଳନା ନିର୍ଦ୍ଦେଷ୍କ ସପ୍ରମାଣ ଧରିବା ପାଇଁ ପୂର୍ବରୁ ତୀକ୍ଷ୍ନ ନଜର ରଖିଥିଲେ। ଗତକାଲି ରାତିରେ କ୍ଷୀର ପରିବହନ ହେଉଥିବା ସମୟରେ ଏହା ଜଣାପଡିଥିଲା। ଖବର ପାଇ ପରିଚାଳନା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତ ଡ୍ରାଇଭରଙ୍କ ନାମରେ ଆଇନ ଅନୁଯାୟୀ ଥାନାରେ ଏଫଆଇଆର ଦେଇଥିଲେ। ପୋଲିସ ମଧ୍ୟ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଡ୍ରାଇଭରଙ୍କ ଗିରଫଦାରୀକୁ ବିରୋଧ କରି ଅନ୍ୟ ଡ୍ରାଇଭରମାନେ ଆନ୍ଦୋଳନ କରିଥିଲେ। ଫଳରେ କିଛି ସମୟ ପାଇଁ କ୍ଷୀର ପରିହନ ବାଧାପ୍ରାପ୍ତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେଲେ କ୍ୟାମ୍ପବେଲ ୱିଲସନ

ନୂଆଦିଲ୍ଲୀ: କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ଟାଟା ସନ୍ସ ନିଯୁକ୍ତ କରିଛି। ଟାଟା ସନ୍ସଙ୍କ ଦ୍ଵାରା ଜାରି ଏକ ବିବୃତ୍ତି ଅନୁଯାୟୀ, ୫୦ ବର୍ଷିୟ କ୍ୟାମ୍ପବେଲ ୱିଲସନ ବିମାନ ଚଳାଚଳ କ୍ଷେତ୍ରରେ ୨୬ ବର୍ଷର ଅଭିଜ୍ଞତା ପାଇଛନ୍ତି। ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, ୱିଲସନ ଜଣେ ଇଣ୍ଡଷ୍ଟ୍ରିର ପୁରୁଖା, ଯିଏ ପ୍ରମୁଖ ବିଶ୍ୱ ବଜାରରେ କାର୍ଯ୍ୟ କରିଛନ୍ତି। ତାଙ୍କର ଅଭିଜ୍ଞତା ଏସିଆରେ ଏକ ଏୟାରଲାଇନ୍ସ ବ୍ରାଣ୍ଡ ନିର୍ମାଣରେ ଏୟାର ଇଣ୍ଡିଆକୁ ଲାଭ ଦେବ।