Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପାରାଦୀପରେ ମଣିଷ ରୂପୀ ରାବଣ ବୁଲୁଛନ୍ତି, କାହାକୁ ଏମିତି କହିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ

ଭୁବନେଶ୍ବର: ରାବଣ ପୋଡି ଉତ୍ସବରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ବକ୍ତବ୍ୟକୁ ନେଇ ବର୍ତ୍ତମାନ ପାରାଦୀପ ରାଜନୀତି ହଲଚଲ। କାରଣ ସମ୍ପଦ ଏମିତି ଏକ ବାଣ ମାରିଛନ୍ତି ଯେଉଁଥିରେ ରାବଣ ପୋଡି ଉତ୍ସବ ଫିକା ପଡିଯାଇଛି। ସମ୍ପଦ କହିଛନ୍ତି ଯେ ପାରାଦୀପରେ ମଣିଷ ରୂପୀ ରାବଣମାନେ ବୁଲୁଛନ୍ତି। ସେମାନଙ୍କୁ ଉଚିତ ସ୍ଥାନ ଦେଖାଇ ଦିଆଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି।

ସେ କାହାର ନାଁ ନ ନେଇ କହିଛନ୍ତି ଯେ, ଏଠାକାର ଲୋକେ ଜାଣିଛନ୍ତି ସେ ମଣି। ରୂପୀ ରାବଣ କିଏ। ମୁନା ପତି ଓ ମହେନ୍ଦ୍ର ସ୍ବାଇଁଙ୍କ ହତ୍ୟାକାରୀଙ୍କ ସହ ସଂପର୍କ ରଖିଥିବା ଏହି ରାବଣ ଏଠାରେ ବୁଲୁଛନ୍ତି। ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସମ୍ପଦ କହିଛନ୍ତି।

ସେହିପରି ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କୁ ନେଇ ଶିଳ୍ପମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ବାପା ଦାମୋଦର ରାଉତ ଜଣେ ସ୍ବାଭିମାନ ନେତା ଥିଲେ। ଯେଉଁମାନେ ହତ୍ୟାକାଣ୍ଡରେ ସଂପୃକ୍ତ ତାଙ୍କୁ ସେ ଜୀବନ କାଳ ଭିତରେ ପାଖରେ ପୁରାଇ ଦେଉ ନ ଥିଲେ। ହେଲେ ବର୍ତ୍ତମାନ ତାଙ୍କ ପୁଅ ସେମାନଙ୍କୁ ସାଥୀରେ ଧରି ବୁଲୁଛନ୍ତି। ଏପରି କାର୍ଯ୍ୟରେ ଦାମବାବୁଙ୍କ ଆତ୍ମା କେବେ ଶାନ୍ତି ପାଇବ ନାହିଁ ବୋଲି ସେ କହିଛନ୍ତି।