Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା, ପ୍ରଦାନ ହେଲା “ପିଲାଙ୍କ ଅକ୍ଷୟ ସମ୍ମାନ”

ଭୁବନେଶ୍ଵର: ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ । ପିଲାମାନଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡିକର ପରିବେଷଣ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ସମୟ ଧରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା ।

ଏହି ଗୀତଗୁଡିକ ମଧ୍ୟରେ ଥିଲା ଭସା ମେଘ ମୁଜେ…, ଫୁଲେଈ ରାଣୀ ସଜ ଫୁଲ…., ମାୟାବିନୀ ବନ ଯୋତ୍ସ୍ନା…, ଏ ଏ ଏ ଆଲୋ ଆଲୋ ମଣି …, ନିଦ ଏକ ଫୁଲ ବନ …, ସାବି ସାବି ତୁ ତ…, ଝୁମୀ ଝୁମୀ ଆସେ ରାତି…, ଦରିଆ କୂଳେ ବସି ଦରିଆ ସେପାରିରୁ…, ଫୁର କିନା ଉଡିଗଲା ବଣି…., ପୁଣ୍ୟର ନଦୀ ତୀରେ…ଶିକାରୀ ଶିକାରୀ…ହେ ଫଗୁଣ ତୁମେ …, ଇତ୍ୟାଦି । କଣ୍ଠଶିଳ୍ପୀ ମାନେ ଥିଲେ ଶାଶ୍ଵତୀ ନାରାୟଣୀ, ଦିବ୍ୟେନ୍ଦୁ, ସିଦ୍ଧିସ୍ନା, ଦୀଶ୍ନା ଦିବ୍ୟାଂଶୀ, ଦେବ୍ନାଶୁ, ଆରାଧ୍ୟା, ପ୍ରତ୍ୟୁଷ, ସାଇଶ୍ରୀ, ଅଂଶିକା, ଅନ୍ବେଶା ଓ ଶ୍ରୀହାଂସିଶ। ଆଜିର କାର‌୍ୟ୍ୟକ୍ରମକୁ ପିକକ୍ ଓ ରୋଟାରୀ କ୍ଲବ, ଭୁବନେଶ୍ଵର ମିଳିତ ଆନୁକୂଲ୍ୟରେ ଆୟୋଜନ କରଯାଇଥିଲା। ବାଦ୍ୟଜନ୍ତ୍ରରେ ସହଯୋଗ କରିଥିଲେ ଶ୍ରୀ ଶରତ କୁମାର ପାଣି, ଶିବ ନାରାୟଣ ମହାନ୍ତି, କିଶୋର କୁମାର ନାୟକ ଓ ରାକେଶ କୁମାର ଜେନା। ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଆଜି ପୁରସ୍କୃତ କରଯାଇଥିଲା ।

ଶିଶୁ କଣ୍ଠଶିଳ୍ପୀ ସିଦ୍ଧିସ୍ନା ବିନ୍ଧାଣି ଙ୍କୁ “ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୪” ରେ ପୁରସ୍କୃତ କରଯାଇଥିଲା ।

ମୁଖ୍ୟ ଅତିଥି ଭାବେ ବରିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ର ପିକକ୍ ର ଏହି ଉଦ୍ୟମ କୁ ପ୍ରଶଂସା କରି ଏହି କାର‌୍ୟ୍ୟକ୍ରମ ରେ ପୁନଃର୍ବାର ଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପାଳିତ, ଶ୍ରୀମତୀ ବନ୍ଦିତା ଦାସ, ପ୍ରମୁଖ ଯୋଗଦେଇ ସ୍ଵର୍ଗତ ମହାନ୍ତିଙ୍କର ସ୍ମୃତି ଚାରଣ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟରେ ଟାଇମସ୍ ଅଫ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପ୍ରଧାନ, ରୋଟାରିଆନ ଓ ହର୍ବାଜ ହର୍ବାଲର ସଭାପତି ଓ ସିଇଓ ଦିବ୍ୟରଞ୍ଜନ ଦାଶ, ବରିଷ୍ଠ ସାମ୍ବାଦିକ ଯତୀନ୍ଦ୍ର ଦାଶ, ରୂପକ ମହାପାତ୍ର , ଡିପିଏମ, ଏନଆରଏଚଏମ ପ୍ରମୁଖ ଯୋଗଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ ର ଅଧ୍ୟକ୍ଷା ଡଃ ମୀନାକ୍ଷୀ ପଣ୍ଡା, ସମ୍ପାଦକ ରଞ୍ଜନ ମହାନ୍ତି, କାର‌୍ୟ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପିକକ୍ ର ରତ୍ନା ଦାଶ, ଅଳ୍ପନା ଦାସ, ପାଣୁ ବେହେରା, ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ। ଆଜିର କାର‌୍ୟ୍ୟକ୍ରମ କୁ ସଂଯୋଜନା କରିଥିଲେ .ଆରୁଶି ଅଦ୍ଵିକା ଓ ହର୍ଶାଳି ଡୋରା।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବର ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ଉଦଘାଟିତ ହେଲା ପିକକ୍ ଶିଶୁମେଳା

ଭୁବନେଶ୍ଵର:  ଶିଶୁମାନେ ବହୁମୂଖୀ ପ୍ରତିଭାର ଅଧିକାରୀ। ସେମାନଙ୍କର ଏହି ପ୍ରତିଭାର ସଠିକ ବିକାଶ ପାଇଁ ସବୁ ସ୍ତରରେ ସେମାନଙ୍କୁ ପ୍ରୋତ୍ସାହନର ଅବଶ୍ୟକତା ରହିଛି ବୋଲି ୩୫ ତମ ପିକକ୍ ଶିଶୁମେଳାର ଉଦଘାଟନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ରାଜ୍ୟର ଅଗ୍ରଣୀ ସ୍ଵଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ଵାରା ଆୟୋଜିତ ଶିଶୁମେଳାରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୁଳରୁ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି।

ପ୍ରତ୍ୟେକଟି ଶିଶୁର ବଞ୍ଚିବାର ଯେମିତି ଅଧିକାର ଅଛି ସେମିତି ପ୍ରତିଟି କ୍ଷେତ୍ରରେ ନିଜର ସ୍ଵପ୍ନକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜରିରଖିବା ଜରୁରୀ। ତେବେ ଅଭିଭାବକ ମାନେ ନିଜର ଆଶା ଅଭିଲାଷାକୁ ସାକାର କରିବା ପାଇଁ ପିଲାମାନଙ୍କ ଉପରେ ଚାପ ପକାଇବା ବଦଳରେ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି ଅତିରିକ୍ତ ଶ୍ରମ କମିଶନର ଶ୍ରୀଯୁକ୍ତ ମଦନ ମୋହନ ପାଇକ୍ କହିଥିଲେ।

ଭୁବନେଶ୍ଵରର ମେୟର ସୁଲୋଚନା ଦାଶ ପିଲାମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରି କହିଥିଲେ ଯେ ପିଲାମାନେ ନିଜ ପାଠ ପଢିବା ସହିତ ତାଙ୍କ ଭିତରେ ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇବା ଆବଶ୍ୟକ। ଅବସରପ୍ରାପ୍ତ ବରିଷ୍ଟ ପ୍ରସାଶକ ତଥା ପୂର୍ବତନ ଶ୍ରମ କମିଶନର ଅଶ୍ଵିନୀ କୁମାର ଦାସ, ଆଇଏ ଏସ,  କହିଲେ ଯେ ଭଲ ନାଗରିକ ହେବା ନିମନ୍ତେ ସମସ୍ତ ଶିଶୁ ନିଜର ସ୍ଵପ୍ନକୁ ପୁରଣ କରିବାକୁ  ଚେଷ୍ଟା କରନ୍ତୁ ବିଶିଷ୍ଟ ଓଡିଆ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ପିଲାମାନେ ନିଜର ସ୍ଵପ୍ନ କୁ ସାକାର କରିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ, ଅଭିନେତ୍ରୀ ଭୂମିକା ଦାସ ପିଲାମାନଙ୍କୁ ନିଜ ଭିତରର ପ୍ରତିଭାକୁ ଚିହ୍ନିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ଓ ଖେଳାଳି ଅଂଶିକା ରାଉତରାୟ ପିଲାମାନଙ୍କୁ  ନିଜର ମାନସିକ ଶକ୍ତିର ବୃଦ୍ଧି ପାଇଁ କିଛି ସମୟ ଖେଳିବା ଆବଶ୍ୟକ ବୋଲି କହିଥିଲେ।

ଓଡିଆ ଚଳଚିତ୍ରର ଶିଶୁ କଳାକାର ତଥା ପିକକ୍ ର ଗୁଡୱିଲ ଆମ୍ବାସାଡର  ସୁହାନା କର ଓ ତାପସ କୁମାର ସଢଙ୍ଗୀ, କହିଲେ ଆମେ ପିଲାମାନେ ଏକ ସୁସ୍ଥ ପୃଥିବୀ ଗଢିବା ନିମନ୍ତେ କଠିନ ପରିଶ୍ରମ କରିବା, ପାଠ ପଢିବା ଓ ସ୍ଵପ୍ନ ଦେଖିବା ଆବଶ୍ୟକ ।

ପିକକ୍ ଶିଶୁମେଳା କମିଟିର  ସଭାପତି  ତଥା ବରିଷ୍ଟ ସାମ୍ବାଦିକ ପ୍ରଦୋଶ ପଟ୍ଟନାୟକ ଉଦଘାଟନ ଉତ୍ସବରେ ଅଧକ୍ଷତା କରିଥିଲେ।  ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ନିଜ ବକ୍ତବ୍ୟରେ ପ୍ରତ୍ଯେକ ଶିଶୁ ଏକ ସୁରକ୍ଷିତ ଓ ଅନନ୍ଦମୟ ପରିବେଶ ଆବଶ୍ୟକ କରେ ଓ ସେମାନଙ୍କ ପାଇଁ ଏପରି ପରିବେଶ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ। ପିକକ ଡ. ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା, ନିଜ ବକ୍ତବ୍ୟରେ ପିଲମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପିଲାମାନଙ୍କ ସଫଳତା କାମନା କରିଥିଲେ।

ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ଵାଗତ ଭାଷଣ ଦେଇଥିବା ବେଳେ  ପିକକ୍ ର କୋଷାଧକ୍ଷା ରତ୍ନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଲମ୍ପିୟାନ ଅନୁରାଧା ବିଶ୍ଵାଳ, ଓଡିଶା ସରକାରଙ୍କର ଶ୍ରମ ବିଭାଗର ବରିଷ୍ଟ ବୈଷୟିକ ପରାମର୍ଶଦାତା ଡଃ ଭକ୍ତ ବନ୍ଧୁ ଆଚାର୍ଯ୍ୟ, ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ର ସମ୍ପାଦକ ଦେବିଦତ୍ତ ଦାସ, ଭୁବନେଶ୍ବର ର ଇନରହ୍ଵିଲ କ୍ଲବ ୩୪୦୪ ର ଅଧ୍ୟକ୍ଷା ପ୍ରତିମା ନଳିନୀ ପତି ପ୍ରମୁଖ ନିଜ ବକ୍ତବ୍ୟରେ ପିଲାମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣେଇବା ସହିତ ସେମାନଙ୍କର ଭବିଷ୍ୟତର ଉନ୍ନତି ପାଇଁ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସଂସ୍କୃତି ବିଭାଗ ସହଯୋଗ କରିଥିଲେ।  ଏହି ଅବସରରେ ଦଶାବତାର ନାଟ୍ୟ  ଶାଳା, ଲକ୍ଷ୍ୟ ଡାନ୍ସ ଗୃପ୍, ଗଣ୍ଡମୁଣ୍ଡା ଉଚ୍ଚ ବିଦ୍ୟାଳୟ, ତପସ୍ୟା ଡାନ୍ସ ଗୃପ୍ ର  ଶିଶୁ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ର ପରିଚାଳନା କରଯାଇଥିଲା। ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ସୁମିତ୍ରା ମହାନ୍ତି,  ଅଳ୍ପନା ଦାସ, ଉପମା ମହାନ୍ତି, ସୁମିତ୍ରା ମହାନ୍ତି, ପାଣୁ  ବେହେରା  ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।  ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସନ୍ଧ୍ୟାରେ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ୩୪ ତମ ପିକକ୍ ଶିଶୁମେଳା ଉଦଘାଟିତ

ଭୁବନେଶ୍ଵର: ସବୁ ଶିଶୁ ସୁନ୍ଦର। ପ୍ରତ୍ୟେକ ଶିଶୁଙ୍କ ପାଖରେ ବହୁମୂଖୀ ପ୍ରତିଭା ଭରିରହିଛି। ଏହାର ସଠିକ ଉପଯୋଗ ପାଇଁ ପିଲାମାନେ ଯେତିକି ନୁହେଁ ତାଠାରୁ ଢେର ଗୁଣ ଅଧିକ ଅଭିଭାବକ ମାନେ ଯତ୍ନବାନ ହେଡର ଅବଶ୍ୟକତା ରହିଛି ବୋଲି ୩୪ ତମ ପିକକ୍ ଶିଶୁମେଳାର ଉଦ୍ଘାଟନ ଉତ୍ସବରେ ଗନ୍ୟମାନ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ଆୟୋଜିତ ଶିଶୁମେଳାରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୁଳରୁ ଯତ୍ନବାନ ହେବା ଆବଶ୍ୟକ। ପ୍ରତ୍ୟେକଟି ଶିଶୁର ବଞ୍ଚିବାର ଯେମିତି ଅଧିକାର ଅଛି ସେମିତି ପ୍ରତୀଟି କ୍ଷେତ୍ରରେ ନିଜର ଅଭିଲାଷକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜରିରଖିବା ଜରୁରୀ।

ତେବେ ଅଭିଭାବକ ମାନେ ନିଜର ଆଶା ଅଭିଲାଷାକୁ ସାକାର କରିବା ପାଇଁ ପିଲାମାନଙ୍କ ଉପରେ ଚାପ ପକାଇବା ବଦଳରେ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି।

ଭୁବନେଶ୍ଵର ମଧ୍ୟର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ପିଲାମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରି କହିଥିଲେ ଯେ ପିଲାମାନେ ନିଜ ପାଠ ପଢିବା ସହିତ ତାଙ୍କ ଭିତରେ ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇବା ଆବଶ୍ୟକ। ଭୁବନେଶ୍ଵରର ମେୟର ସୁଲୋଚନା ଦାଶ କହିଥିଲେ ଯେ ଭଲ ନାଗରିକ ହେବା ନିମନ୍ତେ ସମସ୍ତ ଶିଶୁ ନିଜର ସ୍ଵପ୍ନକୁ ପୁରଣ କରିବାକୁ ଚେଷ୍ଟା କରନ୍ତୁ।

ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା ସବୁପିଲା ସବୁ ଅଧିକାର ପାଇବା ଉଚିତ ବୋଲି ନିଜର ମତ ରଖିଥିଲେ। ରୋଟାରୀ କ୍ଲବ ୟୁନିକ୍ ର ସଭାପତି ଆର‌୍ୟ୍ୟା ପଟ୍ଟନାୟକ ପିଲାମାନଙ୍କୁ ନିଜ ଭିତରର ପ୍ରତିଭାକୁ ଚିହ୍ନିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ଓଡିଆ ଚଳଚିତ୍ରର ଶିଶୁ କଳାକାର ସୁହାନା କର, କହିଲେ ଆମେ ପିଲାମାନେ ଏକ ସୁସ୍ଥ ପୃଥିବୀ ଗଢିବା ନିମନ୍ତେ କଠିନ ପରିଶ୍ରମ କରିବା, ପାଠ ପଢିବା ଓ ସ୍ଵପ୍ନ ଦେଖିବା ଆବଶ୍ୟକ । ଅନ୍ୟମାନଙ୍କ ମାଧରେ ବର୍ଲିନ ରେ :ହୋଇଥିବା ସ୍ଵତନ୍ତ୍ର ଅଲମ୍ପିକ୍ସର ସାଇକଲ ରେସ ରେ ବ୍ରୋଞ୍ଜ ପଦକ ବିଜୟନୀ କଲ୍ପନା ଜେନା ଓ ୪୦୦ ମିଟର ଦୌଡ ପ୍ରତିଯୋଗୀତାରେ ରୌପ୍ୟ ପଦକ ବିଜୟନୀ ଅରିଦିତା ଚକ୍ରବର୍ତୀ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୁତ କରଯାଇଥିଲା। ପିକକ୍ ର ଶିଶୁମେଳା କମିଟିର ସଭାପତି ତଥା ବରିଷ୍ଟ ସାମ୍ବାଦିକ ପ୍ରଦୋଶ ପଟ୍ଟନାୟକଙ୍କ ଅଧକ୍ଷତା ରେ ଆୟୋଜିତ ଶିଶୁମେଳା ଉତ୍ସବରେ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ସ୍ଵାଗତ ଭାଷଣ ଦେଇଥିବାବେଳେ ପିକକ ଡ. ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା, ନିଜ ବକ୍ତବ୍ୟରେ ପିଲମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପିଲାମାନଙ୍କ ସଫଳତା କାମନା କରିଥିଲେ। ପିକକ୍ ର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଦଶାବତାର ନାଟ୍ୟ ଶାଳା, ଦିବ୍ୟ ଜ୍ୟୋତି ସ୍ମୃତି ପୀଠ, ଲକ୍ଷ୍ୟ ଡାନ୍ସ ଗୃପ୍, କାର୍ଗିଲର ପ୍ରକୃତି ଆଡୋଲୋସେଣ୍ଟ ଗୃପ ର ଶିଶୁ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସଂସ୍କୃତିକ କାର‌୍ୟ୍ୟକ୍ରମ ର ପରିଚାଳନା କରଯାଇଥିଲା। ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଅଳ୍ପନା ଦାସ ପ୍ରମୁଖ କାର‌୍ୟ୍ୟକ୍ରମ ର ପରିଚାଳନା କରିଥିଲେ। ଏହି କାର‌୍ୟ୍ୟକ୍ରମ ପ୍ରତ୍ୟେକ ସନ୍ଧ୍ୟାରେ ୨୦ ତାରିଖ ପର‌୍ୟ୍ୟନ୍ତ ଚାଲୁ ରହିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

୩୦ ତମ ପିକକ୍ ଶିଶୁମେଳା ର ଦ୍ଵିତୀୟ ଦିବସ, ଆଧୁନିକ ନୃତ୍ୟ ସେ ମଜ୍ଜିଲେ ଦର୍ଶକ

ଭୁବନେଶ୍ଵର: ୩୩ ତମ ପିକକ୍ ଶିଶୁମେଳା ର ଅଜିଥିଲା ଦ୍ଵିତୀୟ ଦିବସ। ଆଜି ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଥିଲା ବେବି ଅଫ ଦି ଇୟର ଓ ଆଧୁନିକ ନୃତ୍ୟ ର ପ୍ରତିଯୋଗୀତା। ଆକର୍ଷଣୀୟ ବେଶ ପୋଷାକରେ ସଜ୍ଜିତ ପିଲାମାନଙ୍କର ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ପ୍ରତିଯୋଗୀତାର ବିଚାରକ ଭାବେ ଅଭିଷକ ସାମନ୍ତରାୟ, ଶ୍ରୀମତୀ ପ୍ରତୀକ୍ଷା ସାହୁ, ଶ୍ରୀ ଦିଲ୍ଲୀପ କୁମାର ଜି, ଓ  ଶ୍ରୀମତୀ ଅନ୍ନପୂର୍ଣା ମହାନ୍ତି ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଆଜି ସଂଧ୍ୟାରେ ଅତିଥିଭାବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ଓଡିଶା ଶିଶୁ ସୁରକ୍ଷା ଆୟୋଗ ର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ବିଶିଷ୍ଟ ସାମ୍ବାଦିକ ମାଧବାନନ୍ଦ ବେହୁରା ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ପୁରୁଣିମା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ  ପିକକ୍ ର ଏହି ଉଦ୍ୟମ କୁ ବହୁ ପ୍ରଶଂସା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ  ପିକକ୍ ଶିଶୁମେଳା କମିଟି ର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ  କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଉପସ୍ଥିତ ଥିଲେ। କୌତୁକ ପୋଷାକ, ବକ୍ତୃତା ଓ ଓଡିଶୀ ନୃତ୍ୟ ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା।  ସଂନ୍ଧ୍ୟାରେ କ୍ଵିଟିକିଡ଼ ଗ୍ରୁପ ଓ ଲିଟିଲଷ୍ଟାର ଗ୍ରୁପ ର ପିଲାମାନଙ୍କ ଦ୍ଵାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କର ମନ ମୋହି ନେଇଥିଲା।

ପିକକ୍ ର ରତ୍ନା, ଜ୍ୟୋତିଶଙ୍କର, ସୁମିତ୍ରା, ଚନ୍ଦନ, ରଞ୍ଜିତା, ଇତିଶ୍ରୀ, ପ୍ରିୟଦର୍ଶିନୀ, ଊର୍ମିଳା, ବିଷ୍ଣୁପ୍ରିୟା, ଶୀତଳ, ଚିତ୍ତରଞ୍ଜନ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।