Categories
ଆଜିର ଖବର ଜାତୀୟ ଖବର

୬୨,୦୦୦ କୋଟିରୁ ଅଧିକ ମୂଲ୍ୟର ବୃହତ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନେଇ ସକ୍ରିୟ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ଆଇସିଟି ଆଧାରିତ ବହୁମୁଖୀ ମଞ୍ଚ ‘‘ପ୍ରଗତି” ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ ସଡ଼କ ପରିବହନ, ଶକ୍ତି ଏବଂ ଜଳ ସମ୍ପଦ କ୍ଷେତ୍ରରେ ୬୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ତିନୋଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ସେ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ଏବଂ ସେଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ଲାଗି ସମନ୍ୱିତ ପ୍ରୟାସ ଲାଗି ଆହ୍ୱାନ କରିଥିଲେ।

ପ୍ରକଳ୍ପ ବିଳମ୍ବ ଯୋଗୁଁ ଉପୁଜିଥିବା ପ୍ରତିକୂଳ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଏଭଳି ବିଫଳତା କେବଳ ଖର୍ଚ୍ଚ ବୃଦ୍ଧି କରିନଥାଏ, ବରଂ ନାଗରିକମାନଙ୍କୁ ଅତ୍ୟାବଶ୍ୟକ ସେବା ଏବଂ ଭିତ୍ତିଭୂମିରୁ ବଞ୍ଚିତ କରିଥାଏ। ଦକ୍ଷତା ଏବଂ ଉତ୍ତରଦାୟିତ୍ୱକୁ ପ୍ରାଥମିକତା ଦେବା ପାଇଁ ସେ ସମସ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ ଏବଂ ସାମାଜିକ-ଅର୍ଥନୈତିକ ଫଳାଫଳକୁ ସର୍ବାଧିକ କରିବା ପାଇଁ ସଠିକ ସମୟରେ କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ରିଅଲ୍ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି (ରେରା) ସହିତ ଜଡିତ ସାର୍ବଜନୀନ ଅଭିଯୋଗଗୁଡ଼ିକର ସମୀକ୍ଷା ସମୟରେ, ଗୃହ କ୍ରେତାମାନଙ୍କ ପାଇଁ ନ୍ୟାୟ ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଅଭିଯୋଗ ସମାଧାନର ଗୁଣବତ୍ତା ଏବଂ ସମୟାନୁବର୍ତ୍ତୀତାରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରେରା ଅଧିନିୟମ ଅନୁଯାୟୀ ସମସ୍ତ ଯୋଗ୍ୟ ରିଅଲ ଇଷ୍ଟେଟ୍ ପ୍ରକଳ୍ପର ବାଧ୍ୟତାମୂଳକ ପଞ୍ଜୀକରଣ ସୁନିଶ୍ଚିତ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ କହିଥିଲେ। ଗୃହ ନିର୍ମାଣ ବଜାର ଉପରେ ବିଶ୍ୱାସ ଫେରାଇ ଆଣିବା ପାଇଁ ରେରା ବ୍ୟବସ୍ଥାଗୁଡ଼ିକର କଡାକଡି ଅନୁପାଳନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ସମ୍ବନ୍ଧୀୟ ଉଲ୍ଲେଖନୀୟ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ସମୀକ୍ଷା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏଭଳି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ମାର୍ଗଦର୍ଶକ ମଡେଲ ଭାବରେ କାର୍ଯ୍ୟ କରିପାରିବ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପକ ଗ୍ରହଣକୁ ପ୍ରେରଣା ଦେଇପାରିବ, ଯାହା ଦ୍ୱାରା ଜାତୀୟ ସେମିକଣ୍ଡକ୍ଟର ମିଶନକୁ ମଜବୁତ କରାଯାଇପାରିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଆୟୋଜିତ ପ୍ରଗତି ବୈଠକରେ ପ୍ରାୟ ୨୦.୬୪ ଲକ୍ଷ କୋଟି ଟଙ୍କା ମୂଲ୍ୟର 373ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

୧ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୮ଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଏବଂ ରାଜ୍ୟ ସରକାର ସଂଶ୍ଳିଷ୍ଟ ଥିବା ଆଇସିଟି ଆଧାରିତ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ବୟନ ପାଇଁ ଉଦ୍ଦିଷ୍ଟ ମଲ୍ଟି-ମୋଡାଲ୍ ପ୍ଲାଟଫର୍ମ ‘ପ୍ରଗତି’ର ୪୫ତମ ସଂସ୍କରଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରକଳ୍ପରେ ଆଠଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା ଯାହା ମଧ୍ୟରେ ରହିଛି ସହରାଞ୍ଚଳ ପରିବହନ ନିମନ୍ତେ ଛଅଟି ମେଟ୍ରୋ ପ୍ରକଳ୍ପ, ଗୋଟିଏ ଲେଖାଏଁ ସଡ଼କ ଓ ତାପଜ ବିଦ୍ୟୁତ ପ୍ରକଳ୍ପ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କାର୍ଯ୍ୟକାରୀ ହେଉଥିବା ଏସବୁ ପ୍ରକଳ୍ପଗୁଡ଼ିକର ମୋଟ ବ୍ୟୟ ଅଟକଳ ୧ ଲକ୍ଷ କୋଟିରୁ ଅଧିକ ହେବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରୀ ଅଧିକାରୀମାନେ ଧ୍ୟାନ ରଖିବା ଉଚିତ ଯେ ପ୍ରକଳ୍ପଗୁଡ଼ିକ ବିଳମ୍ବିତ ହେଲେ କେବଳ ଖର୍ଚ୍ଚ ବଢିବ ତାହା ନୁହେଁ, ତା’ସହିତ ଏହି ପ୍ରକଳ୍ପଗୁଡ଼ିକର ଲାଭ ଲୋକଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇପଡ଼ିବ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ବ୍ୟାଙ୍କିଙ୍ଗ୍ ଏବଂ ବୀମା କ୍ଷେତ୍ର ସହ ଜଡ଼ିତ ଜନଅଭିଯୋଗର ମଧ୍ୟ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ସମାଧାନ ପାଇଁ ଲାଗୁଥିବା ସମୟ ହ୍ରାସ ବିଷୟରେ ଉଲ୍ଲେଖ କରିବା ସହ ଅଭିଯୋଗର ସମାଧାନର ଗୁଣବତ୍ତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ମେଟ୍ରୋ ପ୍ରକଳ୍ପଗୁଡ଼ିକୁ ଅଧିକରୁ ଅଧିକ ସହରରେ ଏକ ପସନ୍ଦର ସାର୍ବଜନୀନ ପରିବହନ ବ୍ୟବସ୍ଥା ଭାବରେ ଗ୍ରହଣ କରାଯାଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ଯେଉଁ ସହରଗୁଡ଼ିକରେ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି କିମ୍ବା ହେବାକୁ ଯାଉଛି, ସେମାନଙ୍କ ପାଇଁ ଅଭିଜ୍ଞତା ଆବଣ୍ଟନ କର୍ମଶାଳା ଆୟୋଜନ କରାଯାଉ, ଯାହାଦ୍ୱାରା ଅନ୍ୟରାଜ୍ୟମାନେ ସର୍ବୋତ୍ତମ କାର୍ଯ୍ୟାବଳୀ ଏବଂ ଅଭିଜ୍ଞତା ଶିଖିପାରିବେ।

ଏହି ସମୀକ୍ଷା ସମୟରେ ପ୍ରଧାନମନ୍ତ୍ରୀ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରି ହେଉଥିବା ସମୟରେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ପରିବାରଗୁଡ଼ିକର ଠିକ୍ ସମୟରେ ଥଇଥାନ ଏବଂ ପୁନର୍ବାସ ଉପରେ ଗୁରୁତ୍ୱାରୋପ କରିଥିଲେ । ନୂଆ ସ୍ଥାନରେ ଗୁଣାତ୍ମକ ସୁବିଧା ଯୋଗାଇ ଏଭଳି ପରିବାରପାଇଁକୁ ସହଜ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ସେ ମଧ୍ୟ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ମଧ୍ୟ ସମୀକ୍ଷା କରିଥିଲେ। ଏକ ଗୁଣାତ୍ମକ ଭେଣ୍ଡର ଇକୋସିଷ୍ଟମ୍ ବିକଶିତ କରି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରୁଫଟପଗୁଡ଼ିକ ଇନଷ୍ଟଲେସନଗୁଡ଼ିକର କ୍ଷମତା ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଚାହିଦା ସୃଷ୍ଟିଠାରୁ ଆରମ୍ଭ କରି ରୁଫଟପ ସୋଲାରର କାର୍ଯ୍ୟକ୍ଷମ ପର୍ଯ୍ୟନ୍ତ ଥିବା ପ୍ରକ୍ରିୟାରେ ଲାଗିଥିବା ସମୟକୁ ହ୍ରାସ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟାୟକ୍ରମେ ଗାଁ, ସହର ଓ ସହର ପାଇଁ ସାଚୁରେସନ୍ ଆଭିମୁଖ୍ୟ ଅବଲମ୍ବନ କରିବାକୁ ସେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଗତି ବୈଠକର ୪୫ତମ ସଂସ୍କରଣ ସୁଦ୍ଧା ମୋଟ ୧୯.୧୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳରେ ୩୬୩ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

୪୨ ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୪୨ ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନେଇ ପ୍ରୋ ଆକ୍ଟିଭ ଗଭର୍ଣ୍ଣାନ୍ସ ଏବଂ ସଠିକ ସମୟରେ କାର୍ଯ୍ୟାନ୍ୱୟନ ପାଇଁ ଆଇସିଟି ଆଧାରିତ ମଲ୍ଲି ମୋଡାଲ ପ୍ଲାଟଫର୍ମ।

ଏହି ବୈଠକରେ ବାରଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ବାରଟି ପ୍ରକଳ୍ପ ମଧ୍ୟରେ ସାତୋଟି ପ୍ରକଳ୍ପ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର, ଦୁଇଟି ପ୍ରକଳ୍ପ ରେଳ ମନ୍ତ୍ରଣାଳୟର ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଇସ୍ପାତ ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଗୋଟିଏ କରି ପ୍ରକଳ୍ପ ଥିଲା। ଏହି ପ୍ରକଳ୍ପଗୁଡ଼ିକର ସମୁଦାୟ ମୂଲ୍ୟ ୧,୨୧,୩୦୦ କୋଟି ଟଙ୍କାରୁ ଅଧିକ ଏବଂ ଛତିଶଗଡ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ, ଓଡିଶା ଏବଂ ହରିୟାଣା ଏବଂ ୨ ଟି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଏବଂ ଦାଦ୍ରା ଏବଂ ନାଗର ହାଭେଲି ସହିତ ୧୦ ଟି ରାଜ୍ୟ ସହ ଜଡିତ।

ରାଜକୋଟ, ଜାମ୍ମୁ, ଅବନ୍ତିପୁରା, ବିବିନଗର, ମଦୁରାଇ, ରେୱାରୀ ଏବଂ ଦରଭଙ୍ଗା ଠାରେ ଏମ୍‍ସ ର୍ନିମାଣର ଅଗ୍ରଗତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ଜନସାଧାରଣଙ୍କ ପାଇଁ ସେମାନଙ୍କର ମହତ୍ୱକୁ ଦୃଷ୍ଟିରେ ରଖି ବକେୟା ସମସ୍ୟାର ସମାଧାନ ଏବଂ ପ୍ରକଳ୍ପ ସମାପ୍ତି ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ “ପିଏମ ଏସ୍‍ଭିଏନିଧି” ଯୋଜନାର ସମୀକ୍ଷା କରିଥିଲେ। ସହରାଞ୍ଚଳ ବିଶେଷ ଭାବରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ସହରଗୁଡିକରେ ଥିବା ସମସ୍ତ ଯୋଗ୍ୟ ରାସ୍ତାକଡ ବିକ୍ରେତାଙ୍କୁ ଚିହ୍ନଟ ଏବଂ ସାମିଲ କରିବାକୁ ସେ ମୁଖ୍ୟ ସଚିବମାନଙ୍କୁ ଅନୁରୋଧ କରିଥିଲେ। ଏକ ମିଶନ ମୋଡରେ ରାସ୍ତାକଡ ବିକ୍ରେତାଙ୍କ ଦ୍ୱାରା ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଏବଂ ଏସ୍‍ଭିଏନିଧି ସେ ସମୃଦ୍ଧି ଅଭିଯାନ ମାଧ୍ୟମରେ ଏସଭିଏନିଧି ହିତାଧିକାରୀଙ୍କ ପରିବାର ସଦସ୍ୟଙ୍କୁ ସମସ୍ତ ସରକାରୀ ଯୋଜନାର ଲାଭ ଦେବା ପାଇଁ ଏକ ଅଭିଯାନ ଚଳାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସଫଳ ଜି୨୦ ବୈଠକ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟ ସଚିବଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷକରି ପର୍ଯ୍ୟଟନ ଏବଂ ରପ୍ତାନିର ପ୍ରୋତ୍ସାହନ ପାଇଁ ଏହି ବୈଠକରୁ ସେମାନଙ୍କ ରାଜ୍ୟ ପାଇଁ ସର୍ବାଧିକ ଲାଭ ଉଠାଇବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ।

ପ୍ରଗତି ବୈଠକ ସମୟରେ, ମୋଟ ୧୭.୦୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ୩୪୦ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି।