Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳ ଝିଅ ପ୍ରୀତିସ୍ମିତା ଭୋଇଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ

ଭୁବନେଶ୍ଵର: ଢେଙ୍କାନାଳ ଝିଅ ପ୍ରୀତିସ୍ମିତା ଭୋଇଙ୍କୁ ଭରୋତୋଳିକାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଖବର ପାଇ ଢେଙ୍କାନାଳର କ୍ରୀଡ଼ାବିତ ଓ କ୍ରୀଡା ସଙ୍ଘ ଓ ତାଙ୍କର ଶୁଭେଚ୍ଛୁଙ୍କ ମଧ୍ୟରେ ଆନନ୍ଦ ଲହରୀ ଖେଳି ଯାଇଛି। ସେହିପରି ସେ ଅଧ୍ୟୟନ କରୁଥିବା ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶିଶିର କୁମାର ଦାସ ଓ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ତାଙ୍କର ସହପାଠୀ ଓ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ କୁହନ୍ତି ଯେ, ପ୍ରୀତିସ୍ମିତା ଭୋଇ ଆମ ବିଦ୍ୟାଳୟ ଓ ଜ଼ିଲ୍ଲା ତଥା ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ଭାରୋତ୍ତଳନ ପ୍ରତିଯୋଗିତାରେ ଯୁବବର୍ଗର ୪୦ କେଜିରେ ସ୍ବର୍ଣ୍ଣ ପଦକ ହାସଲ କରି ୧୫ ବର୍ଷର ଚୀନ ଖେଳାଳିଙ୍କ ବିଶ୍ୱ ରେକର୍ଡକୁ ଭାଙ୍ଗି ଆମ ଦେଶ ପାଇଁ ଗୌରବ ଆଣିଥିଲେ। ପ୍ରୀତିସ୍ମିତା ଭୋଇ କେନ୍ଦ୍ରୀୟ ବିଦ୍ୟାଳରେ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି। ତାଙ୍କ ପାଇଁ ସ୍କୁଲ ସହ ବିଦ୍ୟାଳୟ ଗର୍ବିତ ବୋଲି ଶିକ୍ଷକ କହିଥିଲେ।

ସେ ଦିଲ୍ଲୀରୁ ଫେରିବା ପରେ ତାଙ୍କର ଶିକ୍ଷା ନିମନ୍ତେ ସ୍ୱତନ୍ତ୍ର ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କର ସମସ୍ତ ପାଠ ଦାୟିତ୍ୱ ପରୀକ୍ଷା ପର୍ଯ୍ୟନ୍ତ ଦିଆଯାଇଛି ବୋଲି ଅଧ୍ୟକ୍ଷ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ କଲଚରାଲ ସେଟଂରରେ ଆଜି (ଡିସେମ୍ବର ୨୬) ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଲ୍ଲେଖନୀୟ କୃତିତ୍ୱ ଲାଗି ସାତଟି ବିଭାଗରେ ୧୭ ଜଣ ବାଳକ, ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ପୁରସ୍କୃତ ହୋଇଥିବା ବାଳକ ଓ ବାଳିକାଙ୍କୁ ଅଭିବାଦନ ଜଣାଇଛନ୍ତି। ସେମାନଙ୍କ ଲାଗି ଉଭୟ ଦେଶ ଓ ସମାଜ ଗର୍ବ ଅନୁଭବ କରେ ବୋଲି ରାଷ୍ଟ୍ରପତି କହିଛନ୍ତି।

ପୁରସ୍କୃତ ହୋଇଥିବା ପିଲାମାନେ ଅଭୂତପୂର୍ବ କାମ କରି ଅସାମାନ୍ୟ ଗୁଣାବଳୀର ଅଧିକାରୀ ହୋଇଥିବା ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି। ଦେଶର ବାକି ପିଲାମାନଙ୍କ ଲାଗି ସେମାନେ ଉଦାହରଣ ସୃଷ୍ଟି କରିଥିବା ସେ କହିଛନ୍ତି।

ପିଲାମାନଙ୍କର କ୍ଷମତାକୁ ଚିହ୍ନି ସେଭଳି ସୁଯୋଗ ସୃଷ୍ଟି କରିବା ଆମ ପରମ୍ପରାର ଏକ ଅଂଶ ବିଶେଷ। ଏହି ପରମ୍ପରାକୁ ଆଗାମୀ ଦିନରେ ବଜାୟ ରଖିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ୨୦୪୭ରେ ଯେବେ ଆମ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ସେତେବେଳେ ପୁରସ୍କୃତ ହୋଇଥିବା ଏହି ପିଲାମାନେ ବଡ ହୋଇ ନାଗରିକତ୍ୱ ପାଇସାରିଥିବେ ବୋଲି ସେ କହିଛନ୍ତି। ବିକଶିତ ଭାରତବର୍ଷର ନିର୍ମାତା ଭାବେ ପୁରସ୍କୃତ ହୋଇଥିବା ଏହି ବାଳକ ଓ ବାଳିକାମାନେ କାମ କରିବେ ବୋଲି ରାଷ୍ଟ୍ରପତି ଆଶା ପ୍ରକଟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୩୧ ତାରିଖରୁ ଅଗଷ୍ଟ ୩୧ ତାରିଖ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି।

ସାଧାରଣ ଜନତାଙ୍କୁ ସୂଚନା ଦିଆଯାଉଛି ଯେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର (ପିଏମଆରବିପି), ୨୦୨୪ ପାଇଁ ଆବେଦନଗୁଡ଼ିକ ବର୍ତ୍ତମାନ ଜାତୀୟ ପୁରସ୍କାର ପୋର୍ଟାଲ (https://awards.gov.in) ରେ ଆରମ୍ଭ ହୋଇଛି। ସାହସିକତା, କ୍ରୀଡା, ସାମାଜିକ ସେବା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପରିବେଶ, କଳା ଏବଂ ସଂସ୍କୃତି ଏବଂ ଅଭିନବ କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ, ଯାହା ଜାତୀୟ ସ୍ତରରେ ସ୍ୱୀକୃତି ପାଇବାକୁ ଯୋଗ୍ୟ।

ଯେ କୌଣସି ଶିଶୁ, ଯିଏ ଜଣେ ଭାରତୀୟ ନାଗରିକ ଏବଂ ଭାରତରେ ବାସ କରନ୍ତି, ଏବଂ ୧୮ ବର୍ଷରୁ ଅଧିକ ନୁହେଁ (ଆବେଦନ / ନାମାଙ୍କନ ପତ୍ରର ଶେଷ ତାରିଖ ସୁଦ୍ଧା) ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ଅନ୍ୟ କୌଣସି ବ୍ୟକ୍ତି ମଧ୍ୟ ପୁରସ୍କାର ପାଇଁ ଯୋଗ୍ୟ ପିଲାଙ୍କୁ ମନୋନୀତ କରିପାରିବେ। ପିଏମଆରବିପି ପାଇଁ ଆବେଦନଗୁଡିକ କେବଳ ଅନଲାଇନ୍ ପୋର୍ଟାଲ୍ https://awards.gov.in ରେ ଗ୍ରହଣ କରାଯିବ, ଯାହା ଏହି ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି।