Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଦୁଇଦିନିଆ ବିେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ କେଉଁ ଦେଶକୁ ଏବଂ କେବେ

ନୂଆଦିଲ୍ଲୀ: ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 22 ତାରିଖ ମଙ୍ଗଳବାର ଦିନ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯିବେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଆଜି ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୧୬ ଏବଂ ୨୦୧୯ରେ ପୂର୍ବ ଗସ୍ତ ପରେ ଏହା ତାଙ୍କର ତୃତୀୟ ଗସ୍ତ ହେବ।

ସେପ୍ଟେମ୍ବର ୨୦୨୩ ରେ ପ୍ରିନ୍ସ ସଲମାନଙ୍କ ନୂଆଦିଲ୍ଲୀ ଗସ୍ତ ପରେ ପ୍ରଧାନମନ୍ତ୍ରୀ ଗସ୍ତ କରିଥିଲେ। ସେଥିରେ ସେ G20 ଶିଖର ସମ୍ମିଳନୀରେ ଯୋଗଦାନ ଏବଂ ଭାରତ-ସାଉଦି ଆରବ ରଣନୈତିକ ସହଭାଗୀତା ପରିଷଦର ପ୍ରଥମ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ।