Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଅତ୍ୟାଧୁନିକ HRMIS ବ୍ୟବସ୍ଥା ସହିତ ଗାମ୍ବିଆରେ ନିଜର ଦକ୍ଷତା ଦେଖାଉଛି ସିଏସଏମ ଟେକ୍

ଭୁବନେଶ୍ୱର: ଆଫ୍ରିକାର ବ୍ୟବସାୟିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ଭାରତୀୟ ଆଇଟି କମ୍ପାନୀ ସିଏସ୍ଏମ୍ ଟେକ୍, ଏକ ଭିନ୍ନ ତଥା ଅତ୍ୟାଧୁନିକ ମାନବ ସମ୍ବଳ ପରିଚାଳନା ସୂଚନା ପ୍ରଣାଳୀ (HRMIS) ସହାୟତାରେ ଗାମ୍ବିଆରେ ଶାସନ ପରିଚାଳନା କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବାରେ ଲକ୍ଷ୍ୟ ରଖିଛି।

ଗାମ୍ବିଆ ସରକାରଙ୍କ ସହଭାଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିବା ନିମନ୍ତେ  ସିଏସ୍ଏମ୍ ଟେକ୍,  ବିସ୍ତୃତ HRMIS ର ପରିକଳ୍ପନା ଏବଂ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ଏବଂ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ସହ ଏକ ଚୁକ୍ତି ପାଇବା ରେ ସକ୍ଷମ ହୋଇପାରିଛି ଯାହା କି  ଗାମ୍ବିଆ ଆର୍ଥିକ ପରିଚାଳନା ବିକାଶ ପ୍ରକଳ୍ପ ର ଏକ ଅଂଶ ଅଟେ। ସିଏସ୍ଏମ୍ ଟେକ୍ ଏହି ବିଡ୍ ଜିତିଥିଲା ଏବଂ ରିପବ୍ଲିକ୍ ଅଫ୍ ଗାମ୍ବିଆର ଢାଞ୍ଚାରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଏବଂ ଅନୁଷ୍ଠାନଗୁଡିକରେ ରଣନୀତି ପ୍ରସ୍ତୁତ କରିବାକୁ ଚୁକ୍ତି ପାଇବାରେ ସମର୍ଥ ହୋଇଥିଲା।

ଏହି ବିଶ୍ୱ ବ୍ୟାଙ୍କ ସମର୍ଥିତ ପ୍ରକଳ୍ପ ଆର୍ଥିକ ପରିଚାଳନା ଢାଞ୍ଚାକୁ ଆଧୁନିକୀକରଣ ଏବଂ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି, ଏହା ସହିତ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ପ୍ରଦାନ କରିବା ପାଇଁ ଏହା ଆନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସମାନ ଜାରି ରଖିଛି।

ଗାମ୍ବିଆର ସରକାରୀ କ୍ଷେତ୍ରରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ର ଏକୀକରଣ ହେବା ଦ୍ୱାରା ଦେଶର ଶାସନ ଏବଂ ଅର୍ଥନୈତିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିପାରିଛି। 1990 ଦଶକ ତଥା 2000 ଦଶକ ଆରମ୍ଭରେ ଆରମ୍ଭ ହୋଇଥିବା ଏହି ପରିବର୍ତ୍ତନ, ଜନସେବା ବିତରଣରେ ବୈପ୍ଳବିକ ତଥା ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଟେକ୍ନୋଲୋଜିର ସାମର୍ଥ୍ୟର ଏକ ରଣନୀତିକ ସ୍ୱୀକୃତି ମିଳିପାରିଛି। ଏହା ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ କେସ୍ ଷ୍ଟଡି ବା ଉଦାହରଣ  ଭାବରେ କାର୍ଯ୍ୟ କରିପାରେ, ଶାସନ ଏବଂ ଅର୍ଥନୈତିକ ଯୋଜନାରେ ଦ୍ରୁତ ବୈଷୟିକ ବ୍ୟବହାର ଉଭୟ ସମ୍ଭାବ୍ୟ ଲାଭ ଏବଂ ଆହ୍ୱାନକୁ ବର୍ଣ୍ଣନା କରେ।

ସିଏସ୍ଏମ୍ ଟେକ୍ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ  ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, “ଗାମ୍ବିଆ ସରକାରଙ୍କ ସହ ଆମର ସହଭାଗିତା ପଶ୍ଚିମ ଆଫ୍ରିକାରେ ଜନସେବା ବିତରଣକୁ ଆଧୁନିକୀକରଣ ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ଅତ୍ୟାଧୁନିକ HRMIS ବ୍ୟବସ୍ଥା କାର୍ଯ୍ୟକାରୀ କରି ଆମେ କେବଳ ପ୍ରକ୍ରିୟାକରଣ ପ୍ରକ୍ରିୟା ନୁହେଁ ବରଂ  ଆମେ  ଦକ୍ଷ, ସ୍ୱଚ୍ଛ ଏବଂ ପ୍ରତିକ୍ରିୟାଶୀଳ ସରକାର ପାଇଁ ଏକ  ମୂଳଦୁଆ ପକାଇବାରେ ସାହାଯ୍ୟ କରିବା ସହିତ ଗାମ୍ବିଆର ଡିଜିଟାଲ୍ ରୂପାନ୍ତରୀକରଣ କ୍ଷେତ୍ରରେ ସମୁଖଭାଗରେ ରହି ସମଗ୍ର ଅଞ୍ଚଳରେ ସରକାରୀ କ୍ଷେତ୍ରର ଆଧୁନିକୀକରଣ ପାଇଁ ଏକ ଆଦର୍ଶ ସୃଷ୍ଟି କରିବା ଦିଗରେ ସକ୍ରିୟ ଅବଦାନ ଦେଇପାରିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ।

ସିଏସ୍ଏମ୍ ଟେକ୍ ର ସିନିୟର ମ୍ୟାନେଜର (ମାନବ ସମ୍ବଳ) ଶ୍ରୀ ଅସିତ ମହାନ୍ତି କହିଛନ୍ତି, “ଗାମ୍ବିଆରେ ଆମର HRMIS ପ୍ରକଳ୍ପ ବିଶ୍ୱ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ପାଇଁ ସିଏସଏମ ଟେକ୍ ର ପ୍ରତିବଦ୍ଧତାକୁ ସୂଚାଏ। ସାର୍ବଜନୀନ କ୍ଷେତ୍ରରେ ମାନବ ସମ୍ବଳ ପରିଚାଳନାକୁ ଆଧୁନିକୀକରଣ କରି, ଆମେ ସମଗ୍ର ରାଷ୍ଟ୍ରକୁ ଏହାର ବହୁମୂଲ୍ୟ ମାନବ ସମ୍ବଳ ବିଷୟରେ ତଥ୍ୟ ଚାଳିତ ନିଷ୍ପତ୍ତି ନେବାକୁ ସଶକ୍ତ କରୁଛୁ ”।

ମାନବ ପୁଞ୍ଜି ସମ୍ବନ୍ଧ ରେ ବାସ୍ତବ ସମୟର ଅନ୍ତର୍ନିହିତ ସୂଚନା ପ୍ରଦାନ କରି, HRMIS ଗାମ୍ବିଆ ସରକାରଙ୍କୁ ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେବାକୁ ତଥା ମାନବ ଉତ୍ସ ବଣ୍ଟନକୁ ଅପ୍ଟିମାଇଜ୍ କରିବାକୁ ଏବଂ ଜାତୀୟ ବିକାଶ ଲକ୍ଷ୍ୟ ସହିତ କର୍ମଜୀବୀ କ୍ଷମତାକୁ ସଜାଇବାକୁ କ୍ଷମତା ପ୍ରଦାନ କରେ। ପରିଶେଷରେ, ଏହି ବ୍ୟବସ୍ଥା ଅଧିକ ପ୍ରଭାବଶାଳୀ ଏବଂ ପ୍ରତିକ୍ରିୟାଶୀଳ  ଜନସେବା ପାଇଁ ମୂଳଦୁଆ ମଧ୍ୟ ପକାଇଥାଏ, ଏହି ବ୍ୟବସ୍ଥା ପାଇଁ ପଶ୍ଚିମ ଆଫ୍ରିକାରେ ଇ-ଶାସନର ସମୁଖଭାଗରେ ଗାମ୍ବିଆକୁ ସ୍ଥାନିତ କରାଯାଇଥିଲା

ଏହି ପ୍ରକଳ୍ପ ହେଉଛି ବ୍ୟାପକ ଇଣ୍ଟିଗ୍ରେଟେଡ୍ ଆର୍ଥିକ ପରିଚାଳନା ଏବଂ ସୂଚନା ବ୍ୟବସ୍ଥା (IFMIS) ପଦକ୍ଷେପର ଏକ ଉପାଦାନ | IFMIS ମୂଳ ଆର୍ଥିକ ପରିଚାଳନା, ବ୍ୟୟ ପରିଚାଳନା, ରାଜସ୍ୱ ପରିଚାଳନା, ସାଧାରଣ ଲେଜର, ବଜେଟ୍, ମାନବ ସମ୍ବଳ ଏବଂ ବେତନ କାର୍ଯ୍ୟଗୁଡ଼ିକୁ ଅନ୍ତର୍ଭୁକ୍ତ କରେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାର ଆଇ.ଟି କଂପାନୀ ସିଏସଏମ୍ ନିର୍ମାଣ କରିବ ଇଭି ରେସ କାର୍, ଆଇଆଇଟି ସହ ବୁଝାମଣା

ଭୁବନେଶ୍ବର/ଚେନ୍ନାଇ : ଆଫ୍ରିକା, ଦୁବାଇ, ଯୁକ୍ତରାଷ୍ଟ୍ର ୟୁଏସ୍ ଓ କାନାଡ଼ାରେ ସକ୍ରିୟ ବ୍ୟବସାୟ କରୁଥିବା ଭାରତୀୟ ଆଇଟି କମ୍ପାନି ସିଏସ୍ଏମ୍ ଟେକ୍ନୋଲୋଜିଜ୍ ୨୦୨୫ ସୁଦ୍ଧା ବିଶ୍ବର ଦ୍ରୁତତମ ସ୍ବୟଂଚାଳିତ ଇଲେକ୍ଟ୍ରିକ୍ ରେସ୍ କାର ନିର୍ମାଣ ଲାଗି ଆଇଆଇଟି ମାଡ୍ରାସ୍ ସହ ସହବନ୍ଧିତ ହୋଇଛି।

ଆଇଆଇଟି ମାଡ୍ରାସର ଛାତ୍ରଛାତ୍ରୀଙ୍କ ଦ୍ବାରା ପରିଚାଳିତ ମୋଟର ସ୍ପୋର୍ଟସ ଟିମ୍, ରଫ୍ତାର ସହ ସହଯୋଗିତା କରିଛି ସିଏସ୍ଏମ୍ ଟେକ୍। ଅଟୋମୋଟିଭ ଇଞ୍ଜିନିୟରିଂ ଓ ମୋଟରସ୍ପୋର୍ଟସ ପ୍ରତି ରୁଚି ରଖିଥିବା ଆଇଆଇଟି ମାଡ୍ରାସର ବିଭିନ୍ନ ବିଭାଗର ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦ୍ବାରା ଗଠିତ ଟିମ୍ ହୋଇଛି ରଫ୍ତାର। ପ୍ରତିବର୍ଷ ଏହି ଟିମ୍ ଏକ ଦ୍ରୁତତମ ଫର୍ମୁଲା ଷ୍ଟୁଡେଣ୍ଟ ରେସ୍କାର ନିର୍ମାଣର ଚ୍ୟାଲେଞ୍ଜ ଗ୍ରହଣ କରିଥାଏ। ଏହା ଦେଶର ସବୁଠାରୁ ସକ୍ଷମ ଓ ସୁଦୃଢ଼ ଇଞ୍ଜିନିୟର ଟିମ୍ ହେବା ଦିଗରେ କାମ କରୁଛି।

ଇଲେକ୍ଟ୍ରିକ୍ ଯାନ (ଇଭି) ଡିଜାଇନ, ବିକାଶ ଓ ଗ୍ରହଣ କରିବାରେ ଶିଳ୍ପ ଭାଗିଦାରିତା ଏକ ପ୍ରମୁଖ ଭୂମିକା ତୁଲାଇଥାଏ। ସିଏସଏମ୍ ଭଳି ଟେକ୍ନୋଲୋଜି କମ୍ପାନି ଓ ଆଇଆଇଟି ମାଡ୍ରାସ ଭଳି ଏକ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ସହଭାଗିତା ମିଳିତ ବିଶେଷଜ୍ଞତା ଓ ସମ୍ବଳ, କଷ୍ଟ ସେୟାରିଂ ଓ ରିସ୍କ ପରିଚାଳନା, ତ୍ବରିତ୍ ଗବେଷଣା ଓ ବିକାଶ, ଷ୍ଟାଣ୍ଡାର୍ଡାଇଜେସନ ଓ ଇଣ୍ଟରପେରାବିଲିଟି, ପଲିସି ଆଡଭୋକେସି, ଇକୋସିଷ୍ଟମ ଡେଭଲପମେଣ୍ଟ ଓ ନଲେଜ ଏକ୍ସଚେଞ୍ଜ ଦିଗରେ ବେଶ ସହାୟକ ହେବ। ସିଏସଏମ୍ ହେଉଛି ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ଏକ ବଡ଼ ସମର୍ଥକ, କାରଣ ଏସବୁ ସରକାରୀ ପଦକ୍ଷେପ ଦ୍ବାରା ଅଭିବୃଦ୍ଧି ଚକ୍ର, ସୃଜନଶୀଳତା ଓ ଆତ୍ମନିର୍ଭରଶୀଳତା ସୃଷ୍ଟି ଓ ବିକାଶ ଲାଗି ଲକ୍ଷ୍ୟ ରଖାଯାଇଛି।

ଏହି ମୂଳମନ୍ତ୍ରକୁ ଆଧାର କରି ସ୍ବଦେଶୀ ଜ୍ଞାନକୌଶଳ ତଥା କ୍ଷମତାରେ ଏକ ଅତ୍ୟାଧୁନିକ ତଥା ଦ୍ରୁତତମ ରେସ୍ କାର୍ ବିକାଶ କରିବାର ମହତ୍ବାକାଙ୍କ୍ଷୀ ସ୍ବପ୍ନକୁ ଇନ୍ଧନ ଯୋଗାଇବା ଉଦ୍ଦେଶ୍ୟରେ ଆଇଆଇଟି ମାଡ୍ରାସ ସହ ଏମ୍ଓୟୁ ସ୍ବାକ୍ଷର କରିଛି ସିଏସଏମ୍ ଟେକ୍ନୋଲୋଜିଜ୍। ସିଏସ୍ଏମ୍ ଟେକ୍ ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି, କମ୍ପାନିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ (ସିଏଚ୍ଆର୍ଓ) ଏବଂ ଆଇଆଇଟି ମାଡ୍ରାସର ଡିନ୍ ଅଫ୍ ଇଣ୍ଡଷ୍ଟ୍ରି କଣ୍ଟ୍ରିବ୍ୟୁସନ ଆଣ୍ଡ ସ୍ପନସରଡ୍ ରିସର୍ଚ୍ଚ ପ୍ରଫେସର ମନୁ ସାନ୍ଥନମ୍ଙ୍କ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷର ହୋଇଥିଲା। ଏମଓୟୁ ସ୍ବାକ୍ଷର ଅବସରରେ କେମିକାଲ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ପ୍ରଫେସର ଅରବିନ୍ଦ କୁମାର ଚାନ୍ଦିରନ୍ ଏବଂ ରଫ୍ତାର ଟିମ୍ର ଅନେକ ସଦସ୍ୟ ଉପସ୍ଥିତ ଥିଲେ।

ଏ ଅବସରରେ ସୂଚନା ଦେଇ, ସିଏସ୍ଏମ୍ ଟେକ୍ ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, ‘‘ଏହା ହେଉଛି ଭବିଷ୍ୟତ। ମୁଁ ଏହାକୁ ସମର୍ଥନ କରୁଛି। ଆଇଆଇଟି-ମାଡ୍ରାସର ଛାତ୍ରଛାତ୍ରୀ ଓ ଫାକଲ୍ଟିମାନେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଲେକ୍ଟ୍ରୋନିକ୍ସ, ଆନୁଷଙ୍ଗିକ ଟେକ୍ନୋଲୋଜି ଓ କ୍ରସ୍-ଡୋମେନ୍ ବିଶେଷଜ୍ଞତା ଦ୍ବାରା ଯାହା ହାସଲ କରିବେ, ତାହା ଚିତାକର୍ଷକ ହେବ।’’

କଳ୍ପନା କରାଯାଇଥିବା ଲକ୍ଷ୍ୟ ହାସଲ ଦିଗରେ ଦୃଢ଼ମନା ରହିବାକୁ ଟିମ୍ ରଫ୍ତାର ସଦସ୍ୟମାନଙ୍କୁ ଶ୍ରୀ ପାଣି ପରାମର୍ଶ ଦେଇଥିଲେ। ସେ ପୁନଶ୍ଚ କହିଛନ୍ତି, ‘‘ରଫ୍ତାରର ପ୍ରୟାସ ଯାତ୍ରୀବାହୀ ଯାନ ସହ ଭାରି ଯାନ, ଟେଲିମେଟ୍ରି, ଭେଇକିଲ ଟ୍ରାକିଂ ଓ ଆହୁରି ଅନେକ କ୍ଷେତ୍ରରେ ଗେମ୍ ଚେଞ୍ଜର ହେବାର କ୍ଷମତା ରଖିଛି। ଏହି ଟିମ୍ର କ୍ଷମତାକୁ ମାନିବାକୁ ପଡ଼ିବ ଏବଂ ଦେଶକୁ ଆଗକୁ ତଥା ଉପରକୁ ନେବାରେ ସେମାନେ କାମ ଜାରି ରଖିବାକୁ ମୁଁ ଅନୁରୋଧ କରୁଛି। ଅଟୋମୋବାଇଲ ଶିଳ୍ପର ପରବର୍ତ୍ତୀ ବୃହତ ସୃଜନଶୀଳତା ଭାରତରୁ ହିଁ ଆରମ୍ଭ ହେବା ଆବଶ୍ୟକ।’’

ଶ୍ରୀ ପାଣିଙ୍କ ଚିନ୍ତାଧାରା ସହ ସହମତ ହୋଇ ପ୍ରଫେସର ସନ୍ଥନମ୍ ଆଇଆଇଟିରେ ଇଞ୍ଜିନିୟରିଂ ଇକୋସିଷ୍ଟମ ମୁଖ୍ୟତଃ ଟିମ୍ ରଫ୍ତାରକୁ ସମର୍ଥ ତଥା ସଶକ୍ତ କରିବାରେ ଶିଳ୍ପ ଅଂଶୀଦାରଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ। ଏଭଳି ଏକ ଜଟିଳ ପ୍ରକଳ୍ପକୁ ଆଗେଇ ନେବା, ଏକ ଉତ୍କର୍ଷତାର ସହ କାର୍ଯ୍ୟକାରୀ ଏବଂ ସମ୍ମୁଖୀନ ହେଉଥିବା ସମସ୍ୟା ପାଇଁ ଅଧାରୁ ପ୍ରକଳ୍ପ ନ ଛାଡ଼ିବା ଲାଗି ଛାତ୍ରଛାତ୍ରୀଙ୍କ ଉତ୍ସାହ ତଥା ନିଷ୍ଠାପରତାକୁ ସେ ପ୍ରଶଂସା କରିଥିଲେ।

୨୦୦୮ର ଏକ ଛାତ୍ର କ୍ଲବରୁ ଆରମ୍ଭ ହୋଇ ୨୦୧୨ରେ ଏକ ବ୍ଲେଜିଂ ଫାଷ୍ଟ କମ୍ବସନ୍-ଡ୍ରିଭେନ୍ ସ୍ପୋର୍ଟସକାର ନିର୍ମାଣ ଲାଗି ଆରମ୍ଭ ହୋଇଥିବା ଏହି ଟିମ୍ ତିନିଥର ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ଲାଗି ଆୟୋଜନ ହେଉଥିବା ଦେଶର ସର୍ବବୃହତ ମୋଟରସ୍ପୋର୍ଟ ‘ଫର୍ମୁଲା ଭାରତ’ ତିନିଥର ଜିତିଛି, ଯାହାକି ଅନ୍ୟ କୌଣସି ଅନୁଷ୍ଠାନ ତୁଳନାରେ ସର୍ବାଧିକ। ଏମିତିକି ଏହା ଫର୍ମୁଲା ଜର୍ମାନୀ ଭଳି ବିଦେଶରେ ଆୟୋଜିତ ଉତ୍ସବରେ ମଧ୍ୟ ବେଶ ଚମକଦାର ପାଲଟିଛି ଏବଂ ବିଶ୍ବବିଦ୍ୟାଳୟସ୍ତରୀୟ କମ୍ବସନ୍ ଓ ଇଭି ବର୍ଗରେ ନିଜକୁ ଏକ ଅପରାଜେୟ ବଳ ଭାବେ ପ୍ରମାଣିତ କରିଛି।

ସିଏସ୍ଏମ୍ ଟେକ୍ନୋଲୋଜିଜ୍ ନିଜର ଅଣ-ଲାଭକରୀ ସଂସ୍ଥା ସିଏସ୍ଏମ୍ ଫାଉଣ୍ଡେସନ ଅଧୀନରେ ଆଇଆଇଟି ମାଡ୍ରାସକୁ ସମର୍ଥନ କରିବା ଆରମ୍ଭ କରିଛି। ଗତବର୍ଷ ଏହା ଆଇଆଇଟି ଦିଲ୍ଲୀରେ ସ୍ନାତ୍ତକ କାର୍ଯ୍ୟକ୍ରମ ପାଇଁ ଏକ ବୃତ୍ତିର ଆରମ୍ଭ କରିଛି, ଯାହାକି ଏକ ଦଶନ୍ଧି ଧରି ଚାଲୁ ରଖିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି। ନିଜ ଶୀର୍ଷ ନେତୃବୃନ୍ଦଙ୍କ ଲକ୍ଷ୍ୟ ଆଧାରରେ ସିଏସ୍ଏମ୍ ଟେକ୍ନୋଲୋଜିଜ୍ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ଉତ୍କର୍ଷତା ହାସଲ କରିଥିବା ଅନୁଷ୍ଠାନକୁ ସମର୍ଥନ ଜାରି ରଖିବ ଏବଂ ଉଚ୍ଚଶିକ୍ଷାରେ ସୁଧାର ଆଣିବା ଦିଗରେ କାମ କରିଚାଲିବ।