Categories
ଆଜିର ଖବର ଜାତୀୟ ଖବର

ସୋସିଆଲ୍ ମିଡିଆରେ ପ୍ରୋଫାଇଲ୍ ଫଟୋ ତ୍ରିରଙ୍ଗାକୁ ପରିବର୍ତ୍ତନ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନାଗରିକମାନଙ୍କୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନିଜର ପ୍ରେଫାଇଲ୍ ଫଟୋ ପରିବର୍ତ୍ତନ କରି ତ୍ରିରଙ୍ଗା ରଖିବାକୁ ଅନୁରୋଧ କରିଛନ୍ତି। ସ୍ୱାଧିନତା ଦିବସର ପାଳନ କରିବାକୁ ଶ୍ରୀ ମୋଦୀ ନିଜର ପ୍ରୋଫାଇଲ୍ ଫଟୋ ତ୍ରିରଙ୍ଗାକୁ ପରିବର୍ତ୍ତନ କରିଛନ୍ତି। ହର୍ ଘର୍ ତ୍ରିରଙ୍ଗା ଆନ୍ଦୋଳନକୁ ଏକ ସ୍ମରଣୀୟ ଜନ ଆନ୍ଦୋଳନରେ ପରିଣତ କରିବାକୁ ସେ ସମସ୍ତଙ୍କୁ ଏପରି କରିବାକୁ ଅନୁରୋଧ କରିଛନ୍ତି।

ଶ୍ରୀ ମୋଦୀ harghartiranga.com. ରେ ତ୍ରିରଙ୍ଗା ସହ ସେଲ୍‌ଫି ଶେୟାର କରିବାକୁ ମଧ୍ୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚଳିତ ବର୍ଷ ସ୍ୱାଧିନତା ଦିବସ ନିକଟତର ହେଉଛି, ଚାଲନ୍ତୁ ପୁଣି ଥରେ ହର୍‌ଘର୍‌ତ୍ରିରଙ୍ଗାକୁ ଏକ ସ୍ମରଣୀୟ ଜନ ଆନ୍ଦୋଳନରେ ପରିଣତ କରିବା। ମୁଁ ମୋର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କରୁଛି ଏବଂ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏପରି କରି ଆପଣମାନେ ତ୍ରିରଙ୍ଗା ଉତ୍ସବକୁ ପାଳନ କରିବା ପାଇଁ ମୋ ସହ ଯୋଗ ଦିଅନ୍ତୁ। ଏବଂ ହଁ  harghartiranga.com. ରେ ତ୍ରିରଙ୍ଗା ସହ ନିଜର ସେଲ୍‌ଫି ଶେୟାର କରନ୍ତୁ।”