ନୂଆଦିଲ୍ଲୀ: ଫଳ ରପ୍ତାନୀର ସମ୍ଭାବନାକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ବିକାଶ ପ୍ରାଧିକରଣ (ଏପିଇଡିଏ) ଆକାଶ ମାର୍ଗରେ ଆମେରିକାକୁ ସତେଜ ଡାଳିମ୍ବର ଯେଉଁ ପ୍ରଥମ ରପ୍ତାନୀ କରିଛି, ସେଥରେ ଭାରତର ଜାତୀୟ ଉଦ୍ଭିଦ ସୁରକ୍ଷା ସଂଗଠନ (ଏନପିପିଓ), ଆମେରିକାର ପଶୁ ଓ ଉଦ୍ଭିଦ ସ୍ୱାସ୍ଥ୍ୟ ଯାଞ୍ଚ ସେବା (ୟୁଏସ-ଏପିଏଚଆଇଏସ), ମହାରାଷ୍ଟ୍ର ରାଜ୍ୟ କୃଷି ବିପଣନ ବୋର୍ଡ (ଏମଏସଏଏମବି), ଆଇସିଏଆର- ଜାତୀୟ ଡାଳିମ୍ବ ଗବେଷଣା କେନ୍ଦ୍ର, ସୋଲାପୁର (ଏନଆରସି-ସୋଲାପୁର) ଏବଂ ଅନ୍ୟମାନଙ୍କ ସହଯୋଗ ଥଲା।
ଏପିଇଡିଏର ଅଧ୍ୟକ୍ଷ ଅଭିଷେକ ଦେବ କହିଛନ୍ତି ଯେ ଆମେରିକାକୁ ଡାଳିମ୍ବ ରପ୍ତାନିରେ ବୃଦ୍ଧି ଫଳରେ ଅଧିକ ବୃଦ୍ଧି ହେବ ହେବ ଏବଂ କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ। ଡାଳିମ୍ବ ଚାଲାଣର ଆମଦାନିକାରୀଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି।
ଭାରତରୁ ଫଳ ଏବଂ ପନିପରିବା ରପ୍ତାନୀର ଶୀର୍ଷ ରପ୍ତାନିକାରୀଙ୍କ ମଧ୍ୟରେ ଥିବା ଆପେଡା ପଞ୍ଜୀକୃତ ‘ଆଇଏନଆଇ ଫାର୍ମ’ ଦ୍ୱାରା ଡାଳିମ୍ବର ପରୀକ୍ଷଣ କରାଯାଇଥିଲା। ଚାଷୀଙ୍କ ସହ ସିଧାସଳଖ କାମ କରି କଦଳୀ ଓ ଡାଳିମ୍ବର ମୂଲ୍ୟ ଶୃଙ୍ଖଳା ତିଆରି କରିଛି। ଆଗ୍ରୋଷ୍ଟାର ସମୂହର ଏକ ଅଂଶ ଭାବରେ, ବିଶ୍ୱର ୩୫ରୁ ଅଧିକ ଦେଶକୁ ରପ୍ତାନି ହେଉଥିବା ଉତ୍ପାଦ ସହିତ କୃଷକମାନଙ୍କୁ କୃଷି ବିଜ୍ଞାନ, କୃଷି-ନିବେଶ ଏବଂ ଅଫ୍-ଟେକ୍ର ସମ୍ପୂର୍ଣ୍ଣ ସେବା ପ୍ରଦାନ କରାଯାଏ। ଯେହେତୁ ବାଣିଜ୍ୟିକ କାର୍ଯ୍ୟ ଆରମ୍ଭ କରିବାରେ ଦୀର୍ଘ ଦୂରତା ବଜାର ଏବଂ ଉଚ୍ଚ ମୂଲ୍ୟ ନିଷେଧ ଥିଲା, ତେଣୁ ଡାଳିମ୍ବର ପରୀକ୍ଷଣ ରପ୍ତାନି ଭାରତୀୟ ରପ୍ତାନିକାରୀ ଏବଂ ଆମେରିକୀୟ ଆମଦାନୀକାରୀଙ୍କ ମଧ୍ୟରେ ଗୁଣାତ୍ମକ ଫଳ ରପ୍ତାନି ସୁନିଶ୍ଚିତ କରି କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ।
ଆମେରିକୀୟ ବଜାରରେ ଭାରତୀୟ ଆମ୍ବର ଗ୍ରହଣୀୟତାକୁ ନେଇ ଉତ୍ସାହିତ ଥିବା ରପ୍ତାନିକାରୀମାନେ ଆଶା ରଖିଛନ୍ତି ଯେ ଡାଳିମ୍ବ ଆମେରିକାରେ ମଧ୍ୟ ଏକ ସଫଳ ଉତ୍ପାଦ ରେ ପରିଣତ ହେବ । ଡାଳିମ୍ବର ରପ୍ତାନି ମୂଲ୍ୟ ଶୃଙ୍ଖଳାରେ ଟ୍ରେସେବିଲିଟି ସୁନିଶ୍ଚିତ କରିବା ପାଇଁ, ଆପେଡା ରାଜ୍ୟ ସରକାରଙ୍କ ସହଯୋଗରେ ନିୟମିତ ଭାବରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥାଏ – ଏପିଇଡିଏ ଦ୍ୱାରା ବିକଶିତ ଏକ ବ୍ୟବସ୍ଥା ଅନାରନେଟ ଅଧୀନରେ ଫାର୍ମପଞ୍ଜୀକରଣ କରିବା ପାଇଁ । ଆମେରିକା ଏବଂ ଅଷ୍ଟ୍ରେଲିଆରେ ଉଚ୍ଚ ମାନର ଭାରତୀୟ ଡାଳିମ୍ବ କୁ ଅନୁମତି ଦେବା ପାଇଁ ପଥ ଖୋଲି ବଜାର ପ୍ରବେଶ ହାସଲ କରିବାରେ ଆପେଡା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ସାମଗ୍ରୀ ଏବଂ ସୁପର ଫଳ ବୈଶିଷ୍ଟ୍ୟତା କାରଣରୁ ମହାରାଷ୍ଟ୍ରର ‘ଭାଗୱା’ରେ ପର୍ଯ୍ୟାପ୍ତ ଡାଳିମ୍ବର ଯଥେଷ୍ଟ ରପ୍ତାନି ସମ୍ଭାବନା ରହିଛି। ବିଦେଶୀ ବଜାରରେ ‘ଭଗବା’ ପ୍ରଜାତିର ଡାଳିମ୍ବର ଯଥେଷ୍ଟ ଚାହିଦା ରହିଛି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ଦେଶରୁ ଡାଳିମ୍ବ ରପ୍ତାନିରେ ପ୍ରାୟ ୫୦ ପ୍ରତିଶତ ଯୋଗଦାନ ଦେଇଥାଏ ।
୨୦୨୨-୨୩ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବାଂଲାଦେଶ, ନେପାଳ, ନେଦରଲାଣ୍ଡ, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ବାହାରେନ, ଓମାନ ଭଳି ଦେଶକୁ ୫୮.୩୬ ନିୟୁତ ଡଲାର ମୂଲ୍ୟର ୬୨,୨୮୦ ମେଟ୍ରିକ୍ ଟନ୍ ଡାଳିମ୍ବ ରପ୍ତାନି ହୋଇଥିଲା। ଉଦ୍ୟାନ କୃଷି ଫସଲ ଉତ୍ପାଦନରେ ଭାରତ ହେଉଛି ଦ୍ୱିତୀୟ ବୃହତ୍ତମ ଦେଶ । ୨୦୨୧-୨୨ରେ ଭାରତରେ ମୋଟ ୩୩୩.୨୦ ନିୟୁତ ମେଟ୍ରିକ୍ ଟନ୍ (ଏମ୍ ଏମ୍ ଟି) ଉଦ୍ୟାନ କୃଷି ଫସଲ ଉତ୍ପାଦନ ହୋଇଥିବା ବେଳେ ସେଥିରୁ ଫଳ ଓ ପନିପରିବା ଅଂଶ ୯୦% ରହିଛି। ୨୦୨୧-୨୨ ରେ ଫଳର ସମୁଦାୟ ଉତ୍ପାଦନ ୧୦୭.୧୦ ଏମଏମଟି ଏବଂ ଡାଳିମ୍ବର ପରିମାଣ ପ୍ରାୟ ୩ ଏମଏମଟି ଥିଲା ।
ଡାଳିମ୍ବ ଉତ୍ପାଦନରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି ଏବଂ ମୋଟ ଚାଷ ଜମି ପ୍ରାୟ ୨,୭୫,୫୦୦ ହେକ୍ଟର। ଭାରତର ମୁଖ୍ୟ ଡାଳିମ୍ବ ଉତ୍ପାଦନକାରୀ ରାଜ୍ୟ ଗୁଡ଼ିକ ହେଲା ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ । ଡାଳିମ୍ବର ରପ୍ତାନିକୁ ପ୍ରୋତ୍ସାହନ ଦେବା ଏବଂ ଯୋଗାଣ ଶୃଙ୍ଖଳାର ବାଧା ଦୂର କରିବା ପାଇଁ ଏପିଇଡିଏ ଡାଳିମ୍ବ ପାଇଁ ରପ୍ତାନି ପ୍ରୋତ୍ସାହନ ଫୋରମ୍ (ଇପିଏଫ୍) ଗଠନ କରିଛି। ଇପିଏଫରେ ବାଣିଜ୍ୟ ବିଭାଗ, କୃଷି ବିଭାଗ, ରାଜ୍ୟ ସରକାରଙ୍କ ପ୍ରତିନିଧି, ଜାତୀୟ ରେଫରାଲ ଲାବୋରେଟୋରି ଏବଂ ଉତ୍ପାଦର ଶ୍ରେଷ୍ଠ ଦଶ ଜଣ ଅଗ୍ରଣୀ ରପ୍ତାନିକାରୀ ରହିଛନ୍ତି।
ଏକ ନିରନ୍ତର ପ୍ରକ୍ରିୟାରେ, ଏପିଇଡିଏ ପୂର୍ବ ଉତ୍ପାଦନ, ଉତ୍ପାଦନ, ଅମଳ ପରବର୍ତ୍ତୀ, ଲଜିଷ୍ଟିକ୍ସ, ବ୍ରାଣ୍ଡିଂ ଠାରୁ ଆରମ୍ଭ କରି ମାର୍କେଟିଂ କାର୍ଯ୍ୟକଳାପ ପର୍ଯ୍ୟନ୍ତ ଡାଳିମ୍ବ ମୂଲ୍ୟ ଶୃଙ୍ଖଳାର ଚିନ୍ତାଦୂର କରିବା ପାଇଁ ଅନେକ ପଦକ୍ଷେପ ନେଇଛି। ଏହାବ୍ୟତୀତ ଘରୋଇ କ୍ଷେତ୍ରରେ ୨୫୦ରୁ ଅଧିକ ରପ୍ତାନି ଭିତ୍ତିକ ୟୁରୋପୀୟ ସଂଘ ଅନୁପାଳନକାରୀ ପ୍ୟାକ୍ ହାଉସ୍ ପ୍ରତିଷ୍ଠା କରିବା ସହ ରପ୍ତାନି ପାଇଁ କ୍ଷମତା ଭିତ୍ତିଭୂମି ବୃଦ୍ଧି ପାଇଁ ସାଧାରଣ ଭିତ୍ତିଭୂମି ବିକାଶ ଅଧୀନରେ ରାଜ୍ୟ ସରକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆପେଡା ଦେଶ-ନିର୍ଦ୍ଦିଷ୍ଟ ରପ୍ତାନି ପ୍ରୋତ୍ସାହନ କାର୍ଯ୍ୟକ୍ରମ ପାଇଁ ରଣନୀତି ପ୍ରସ୍ତୁତ କରିଛି ଏବଂ ନୂତନ ବଜାରରେ ରପ୍ତାନି ସମ୍ଭାବନାକୁ ଉପଯୋଗ କରିବା ପାଇଁ ୟୁରୋପୀୟ ସଂଘଦେଶ, ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କ ପାଇଁ ଅନ୍ତର୍ଜାତୀୟ କ୍ରେତା ବିକ୍ରେତାମାନଙ୍କ ବୈଠକ ଆୟୋଜିତ ହୋଇଛି।
କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦର ରପ୍ତାନି ପ୍ରୋତ୍ସାହନ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯଥା ବିଭିନ୍ନ ଦେଶରେ ବି୨ବି ପ୍ରଦର୍ଶନୀର ଆୟୋଜନ, ଭାରତୀୟ ଦୂତାବାସର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଉତ୍ପାଦ-ନିର୍ଦ୍ଦିଷ୍ଟ ଏବଂ ସାଧାରଣ ମାର୍କେଟିଂ ଅଭିଯାନ ମାଧ୍ୟମରେ ନୂତନ ସମ୍ଭାବ୍ୟ ବଜାରକୁ ଅନୁସନ୍ଧାନ କରିବା ଭଳି କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦର ରପ୍ତାନି ବୃଦ୍ଧି ହେଉଛି ଏପିଇଡିଏର ବିଭିନ୍ନ ପଦକ୍ଷେପର ଫଳାଫଳ । ଆସାମର ଗୁଆହାଟୀଠାରେ ଉତ୍ତର-ପୂର୍ବରାଜ୍ୟରୁ ପ୍ରାକୃତିକ, ଜୈବିକ ଏବଂ ଜିଆଇ-କୃଷି ଉତ୍ପାଦର ରପ୍ତାନି କ୍ଷମତା ବୃଦ୍ଧି ଉପରେ ଏକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଆନ୍ତର୍ଜାତିକ ବଜାର ସଂଯୋଗ ସୃଷ୍ଟି କରି ଆସାମ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଉତ୍ପାଦିତ ପ୍ରାକୃତିକ, ଜୈବିକ ଏବଂ ଜିଆଇ କୃଷି ଜାତ ଦ୍ରବ୍ୟର ରପ୍ତାନିକୁ ପ୍ରୋତ୍ସାହିତ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ।
କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ସହଯୋଗରେ ଆପେଡା ନିକଟରେ ଏକ ଅନ୍ତର୍ଜାତୀୟ କ୍ରେତା ବିକ୍ରେତା ସମ୍ମିଳନୀ ଆୟୋଜନ କରିଥିଲା, ଯାହାର ଉଦ୍ଦେଶ୍ୟ ଲଦାଖରୁ ଏପ୍ରିକୋଟ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟର ରପ୍ତାନିକୁ ବୃଦ୍ଧି କରିବା | ଲଦାଖ ଏବଂ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ୧୮ ଜଣ ଉଦ୍ୟୋଗୀ ଗୋଟିଏ ଭଲ ଫଳ ଏବଂ ଅନ୍ୟ କୃଷି ଉତ୍ପାଦଗୁଡ଼ିକର ଏକ ଶୃଙ୍ଖଳା ପ୍ରଦର୍ଶନ କରିଥିଲେ। ଭାରତ, ଆମେରିକା, ବାଂଲାଦେଶ, ଓମାନ ଓ ୟୁଏଇର ୨୦ ଜଣ କ୍ରେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।