Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ପ୍ରଦେଶ କଂଗ୍ରେସ ଚଳଚଞ୍ଚଳ, ବରମୁଣ୍ଡା ପଡିଆ ତଦାରଖ କଲେ ନେତା

ଭୁବନେଶ୍ବର: ଚଳିତ ମାସ ୧୧ ତାରିଖରେ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓଡିଶା ଆସୁଛନ୍ତି। ସେଥିପାଇଁ ପ୍ରଦେଶ କଂଗ୍ରେସ ବେଶ ଚଳଚଞ୍ଚଳ ହୋଇଉଠିଛି। ଭକ୍ତ ଦାସ ସଭାପତି ହେବା ପରେ ରାହୁଳ ପ୍ରଥମ ଥର ପାଇଁ ଆସୁଛନ୍ତି। ବରମୁଣ୍ଡା ପଡିଆରେ କରିବେ ସମାବେଶ। ସେଥିପାଇଁ ଜୋରଦାର ପ୍ରସ୍ତୁତିରେ କଂଗ୍ରେସ।

ଆଜି ଭୁବନେଶ୍ୱର ବରମୁଣ୍ଡା ଠାରେ ଉଦବୋଧନ ଦେବା ସ୍ଥଳକୁ ବୁଲି ଦେଖିବା ସହ ସୁରକ୍ଷା ବ୍ୟବସ୍ଥା ନେଇ ତଦରାଖ କରିଛନ୍ତି କଂଗ୍ରେସ ଟିମ। ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ଉପସ୍ଥିତିରେ ପିସିସି ସଭାପତି ଭକ୍ତ ଚରଣ ଦାସ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ଦଳର ଘନଘନ ବୈଠକ ମଧ୍ୟ ଚାଲିଛି। ରାହୁଳ ଗାନ୍ଧୀ ଆସିଲେ ଓଡିଶା କଂଗ୍ରେସର ଏକ ନବଜନ୍ମ ହେବ ବୋଲି ସମସ୍ତେ ଆଶା କରିରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ଶିଶିର ସରସ ମେଳାରେ ଭିଡ ଜମୁଛି

ଭୁବନେଶ୍ବର: ଧୀରେ ଧୀରେ ଭୁବନେଶ୍ବରର ବରମୁଣ୍ଡା ପଡିଆରେ ଆୟୋଜିତ ଶିଶର ସରସ ମେଳାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ଗତକାଲି ରବିବାର ଥିବାରୁ ଏହି ଭିଡ ବେଶ ଜମିଥିଲା। ମେଳା ସକାଳ ୧୧ଟା ୩୦ରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହୁଛି।

ଓରମାସ ପକ୍ଷରୁ ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪୦୦ ଷ୍ଟଲ ଖୋଲାଯାଇଛି। ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ଏସଏଚଜି ମହିଳା ନିଜ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ସାମଗ୍ରୀ ବିକ୍ରୟ କରିବେ।

ଏହାସହ ୨୬ଟି ରାଜ୍ୟର ଏସଏଚଜି ମହିଳା ମଧ୍ୟ ନିଜ ଉତ୍ପାଦକ ବିକ୍ରି କରିବେ। ସେହିପରି ୨୦ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଲାଇଭଲି ହୁଡସ୍ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।