Categories
ଆଜିର ଖବର ରାଜ୍ୟ ଖବର

ତ୍ରି ଦିବସୀୟ ୧୭ ତମ ବରୁଣେଇ ରଜ ମହୋତ୍ସବ ଉଦ୍ଘାଟିତ

ଖୋର୍ଦ୍ଧା: ରବିବାର ସନ୍ଧ୍ୟାରେ ତ୍ରୀ ଦିବସୀୟ ବରୁଣେଇ ୧୭ ତମ ରଜ ମହୋତ୍ସବ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଖୋର୍ଦ୍ଧାର ପାରମ୍ପାରିକ ରଜ ମହୋତ୍ସବ ଭାଇଚାରାର ଏକ ନିଛକ ଝଲକ ବୋଲି ଉତ୍ଥାପନ କରି ଏହାକୁ ଅଧିକରୁ ଅଧିକ ଆଡମ୍ବର ସହକାରେ ପାଳନ କରିବାକୁ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ସମାଜସେବୀ ବାସନ୍ତୀ ମହାପାତ୍ର ଯୋଗଦେଇ ଖୋର୍ଦ୍ଧାର ଏହି ରଜପର୍ବ ପାଳନ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବା ସହ ମା ବରୁଣେଇ ଓ କରୁଣେଇଁ ଙ୍କ ମହିମା ଓ ଖୋର୍ଧଗଡ, ତାପଙ୍ଗ ଗଡ ଓ କନକ ଗଡର ଇତିହାସ କୁ ଉଜ୍ଜୀବିତ କରେ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ସୋର୍ଯ୍ୟ ରଞ୍ଜନ ମହାନ୍ତି ଯୋଗଦେଇ ୧୭ ତମ ରଜ ମହୋତ୍ସବ ଦିଶାନ୍ତ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ପ୍ରତିବର୍ଷ ପାଳନ ହୋଇ ଆସୁଅଛି କହି ଏହି ପର୍ବ ଖୋର୍ଦ୍ଧା ଗଡର ପରମ୍ପରା କୁ ପ୍ରୋତ୍ସାହନ ଦିଏ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପରିଷଦ ସଦସ୍ୟ କମଳ କୁମାର ପ୍ରଧାନ ଏବଂ ପ୍ରାକ୍ତନ ମହାବିଦ୍ୟାଳୟ ଅଧ୍ୟକ୍ଷା ମମତା ଦେ ନିଜ ନିଜ ବକ୍ତବ୍ୟରେ ରଜ ମହୋତ୍ସବ ଓଡ଼ିଶାର ଏକ ଗଣ ପର୍ବ ବୋଲି ଉଲ୍ଲେଖ କରିଥିଲେ।

ଦିଶାନ୍ତ୍ ଅନୁଷ୍ଠାନ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ପରିଡ଼ାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉଦ୍ଘାଟନୀ ସଭାରେ ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି ଓ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲାସୁଚାନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଉପସ୍ଥିତ ଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ପାନୀୟଜଳ ସହ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଇଥିଲା।

ମଞ୍ଚରେ ଆକର୍ଷଣୀୟ ପାଇକ ଆଖଡ଼ା ଓ ବିଭିନ୍ନ ପ୍ରକାରର ରଜ ମଉଜ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଖୋର୍ଦ୍ଧା: ବରୁଣେଇ ରଜ ମହୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ବରୁଣେଇ ରଜ ମହୋତ୍ସବ ଉପଲକ୍ଷେ “ଦିଶାନ୍ତ” ସାମାଜିକ ଅନୁଷ୍ଠାନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସକାଳ ୧୦ ଘଟିକା ସମୟ ରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଦିଶାନ୍ତ ର ସମ୍ପାଦକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର (ପୂର୍ବତନ ବିଧାୟକ ଖୋର୍ଦ୍ଧା ) ବୈଠକରେ ଉପସ୍ଥିତ ଥିବା ସମସ୍ତ ସଭ୍ୟଙ୍କୁ କାର୍ଯ୍ୟକ୍ରମକୁ ସ୍ଵାଗତ କରିଥିଲେ।

କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲା ସଂସ୍କୃତି ଅଧିକାରୀ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ସେମାନଙ୍କ ଦାୟିତ୍ଵ ବିଷୟରେ ଅବଗତ କରାଇଥିଲେ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ପି.ଏଚ. ଡି ଓ ପୌର ପାଳିକା ଙ୍କୁ ଅନୁରୋଧ କରା ଯାଇଥିଲା। ସେହିପରି ଆଲୋକ ବ୍ୟବସ୍ଥା ଓ ପରିମଳ ବ୍ୟବସ୍ଥା ବିଷୟରେ ଖୋର୍ଦ୍ଧା ପୌର ପାଳିକା ଙ୍କୁ ପରାମର୍ଶ ଦିଆ ଯାଇଥିଲା। ବିଦ୍ୟୁତ ଯୋଗାଣ ପାଇଁ ଟି.ପି.ସି.ଓ.ଡି.ଏଲ/ ଏବଂ ଅଗ୍ନି ନିରୋଧ ବ୍ୟବସ୍ଥା ଫାୟାର ଅଫିସର ଙ୍କୁ ଦାୟିତ୍ଵ ଅର୍ପଣ କରା ଯାଇଥିଲା।

ବରୁଣେଇ ମନ୍ଦିରର ରଙ୍ଗ ଓ ସୌନ୍ଦର୍ଯ୍ୟକରଣ ଏବଂ ଅତିଥ୍‌ ଙ୍କ ପାଇଁ ବରୁଣେଇ ବଙ୍ଗଳାର ସଂରକ୍ଷଣ ବ୍ୟବସ୍ଥା ପୂର୍ଭ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ଦାୟିତ୍ଵ ନ୍ୟସ୍ତ କରା ଯାଇଥିଲା। ଏତଦ ବ୍ୟତୀତ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅକାରୀ ଖୋର୍ଦ୍ଧା ଙ୍କୁ ଦାୟିତ୍ଵ ନ୍ୟସ୍ତ କରା ଯାଇଥିଲା।

ଏହି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ ଙ୍କୁ ପ୍ରତିଦିନ ସାଂସ୍କୃତିକ ଦଳ ପ୍ରେରଣ କରିବାକୁ ଅନୁରୋଧ କରାଯାଇଥିଲା ।ବିଭିନ୍ନ ପ୍ରତିଯୋଗୀତା ଯଥା ରଜଦୋଳି, ରଜ ପାନ, ରଜ ପିଠା, ଝୋଟି ନୃତ୍ୟ, ପାଇକ ଆଖଡା ଇତ୍ୟାଦି ପରିବେଷଣ କରାଯିବା କୁ ସ୍ଥିର କରା ଗଲା। ବିଭିନ୍ନ ବିଭାଗ ର ଷ୍ଟଲ ସ୍ଥାପନ ପାଇଁ ଆଲୋଚନା କରା ଯାଇଥିଲା। OTDC ତରଫ ରୁ ରଜ ଉତ୍ସବ ଉପଲକ୍ଷେ ଏକ ସ୍ବତନ୍ତ୍ର ଷ୍ଟଲ କରିବା ପାଇଁ ମଧ୍ଯ ଅନୁରୋଧ କରା ଯାଇଥିଲା। ଏହି କାର୍ଯକ୍ରମ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ, CDMO ରାଜଲକ୍ଷ୍ମୀ ପଟ୍ଟନାୟକ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ଲାମୟୀ ଆଚାର୍ଯ୍ୟ, ଶିଳ୍ପାଞ୍ଚଳ, ଅନୁଷ୍ଠାନ, ମହାବିଦ୍ୟାଳୟ ର ବିଭିନ୍ନ

ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।