Categories
ଆଞ୍ଚଳିକ

ଦର୍ପନାରାୟଣପୁରରେ ବନମହୋତ୍ସବ ପାଳନ, ବାଚସ୍ପତିଙ୍କ ବୃକ୍ଷରୋପଣ

ରଣପୁର: ଦର୍ପନାରାୟଣପୁରରେ ରଣପୁର ବନ ବିଭାଗ ଦ୍ୱାରା ବନମହୋତ୍ସବ ପାଳନ କରାଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ସମ୍ବନ୍ଧରେ ସଚେତନ ବାର୍ତ୍ତା ଦେଇଥିଲେ। ଏଥିରେ ଅନେକ ଛାତ୍ରଛାତ୍ରୀ, ଅଧିକାରୀ ଓ ସ୍ଥାନୀୟ ନାଗରିକ ଉପସ୍ଥିତ ଥିଲେ।