Categories
ଆଞ୍ଚଳିକ

ବାଣପୁର ସିଭିଲ କୋର୍ଟ ପରିସରରେ ଆଇନ ସଚେତନତା ଶିବିର

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସିଭିଲ କୋର୍ଟ ପରିସରରେ ସ୍ଥାୟୀ ଲୋକ ଅଦାଲତ(ଜନ ଉପଯୋଗୀ ସେବା), ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର ଆଦି ବିଷୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ପକ୍ଷରୁ ଆୟୋଜିତ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ଜଗଦୀଶ ପଟ୍ଟନାୟକ, ଉପ ସଭାପତି ପଦ୍ମଜା ପଟ୍ଟନାୟକ,ଫ୍ରଣ୍ଟ ଅଫିସ ରିଟେନର ଦେବିପ୍ରସାଦ ସାମନ୍ତରାୟ, ଅନ୍ୟ ଓକିଲ ମାନେ ଏବଂ କୋର୍ଟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ସ୍ଥାୟୀ ଲୋକ ଅଦାଲତ(ଜନ ଉପଯୋଗୀ ସେବା), ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର ଆଦିର ସୁଫଳ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ଆଇନ ସେବା ଦ୍ୱାରା ନାଗରିକମାନେ ଅଯଥା କୋର୍ଟ କଚେରୀର ଦ୍ୱାରସ୍ତ ନ ହୋଇ ଏବଂ ଖର୍ଚ୍ଚାନ୍ତ ନହୋଇ ନିଃଶୁଳ୍କରେ ନିଜର ଆଇନଗତ ସମସ୍ୟାର ସମାଧାନର ବାଟ ପାଇପାରିବେ ବୋଲି କହିଥିଲେ।

ଉକ୍ତ ସେବା ଦ୍ୱାରା ନାଗରିକମାନଙ୍କ ଦୀର୍ଘ ଦିନର ବିବାଦ ଗୁଡିକ ମଧ୍ୟ ଆଇନ ଅନୁଯାୟୀ ସମାଧାନ ହୋଇପାରିବ। ଅନୁରୂପ ଭାବେ ଅନ୍ୟ ଅତିଥି ମାନେ ମଧ୍ୟ ନିଜ ନିଜର ମତାମତ ରଖିଥିଲେ।