Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ବାଲ ସାହିତ୍ୟ ପୁରସ୍କାର, ଓଡିଶାରୁ ପାଇବେ ଏହି ସାହିତ୍ୟିକ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ବାଲ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡିଶାରେ ଶିଶୁ ସାହିତ୍ୟିକ ଟିଟିଲାଗଡର ଯୁଗଳ କିଶୋର ଷଡଙ୍ଗୀ ଏହି ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ସେ ଓଡିଆ ଭାଷା ଅନ୍ତର୍ଗତ ପୁରସ୍କାର ପାଇବେ। ତାଙ୍କ ଦ୍ବାରା ଲିଖିତ ଜେଜଙ୍କ ଗପ ଗଣ୍ଠିଳି ପାଇଁ ଏହି ପୁରସ୍କାର ପାଇବେ।

ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଏକାଡେମୀର କାର୍ଯ୍ୟକାରୀ ମଣ୍ଡଳ ଆଜି ଯୁବ ପୁରସ୍କାର ଓ ବାଲ ସାହିତ୍ୟ ପୁରସ୍କାର ଘୋଷଣା କରିଥିଲେ । ଯେଉଁଥିରେ ୨୦ ଜଣ ଯୁବକ ଓ ୨୨ ବାଲ୍ ସାହିତ୍ୟିକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି।