Categories
ଆଜିର ଖବର ଜାତୀୟ ଖବର

#BadaltaBharatMeraAnubhav ଅଭିଯାନରେ ଅଂଶଗ୍ରହଣ କରି ପୁରସ୍କାର ଜିତିବାକୁ ଆମନ୍ତ୍ରଣ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ମାଇ ଗଭ୍‍ (MyGov) ସହିତ ମିଳିତ ଭାବରେ ‘ବଦଳତା ଭାରତ ମେରା ଅନୁଭବ’ ଅଭିଯାନରେ ଦେଶବ୍ୟାପୀ ସୃଜନଶୀଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ, ଅଭୂତପୂର୍ବ ବିକାଶ ଏବଂ ପରିବର୍ତ୍ତନକାରୀ ଶାସନର ୧୧ ବର୍ଷର ଉତ୍ସବ ପାଳନ ଅବସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ନାଗରିକ ଅଂଶଗ୍ରହଣ କରିପାରିବେ।

ବିକଶିତ ଭାରତ@୨୦୪୭’ ଦୃଷ୍ଟିକୋଣକୁ ଆଧାର କରିଥିବା ଏହି ଅଭିଯାନ, ଭାରତର ଦ୍ରୁତ ଅଭିବୃଦ୍ଧି ଏବଂ ପରିବର୍ତ୍ତନ ଉପରେ ସେମାନଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଏବଂ ସୃଜନଶୀଳ ପ୍ରତିଫଳନକୁ ଉଜ୍ଜ୍ୱଳ କରିବା ପାଇଁ ସମସ୍ତ ବର୍ଗର ନାଗରିକଙ୍କୁ ଆମନ୍ତ୍ରଣ କରୁଛି। ତୃଣମୂଳ ସ୍ତରରେ ଅଂଶଗ୍ରହଣ ଠାରୁ ଆରମ୍ଭ କରି ସୃଜନଶୀଳତା ପ୍ରଦର୍ଶନ ପର୍ଯ୍ୟନ୍ତ, ଏହି ପଦକ୍ଷେପ ପ୍ରତ୍ୟେକ ଭାରତୀୟଙ୍କ ସ୍ୱରକୁ ଯୋଡ଼ିବା, ପ୍ରେରଣା ଦେବା ଏବଂ ସମ୍ପ୍ରସାରିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ପ୍ରତିଯୋଗିତାସବୁ ମାଇଗଭ୍‍ ପୋର୍ଟାଲରେ ସକ୍ରିୟ ରହିଛି ଏବଂ ୯ ଜୁଲାଇ, ୨୦୨୫ ରେ ବନ୍ଦ ହେବ।

ଏହି ପ୍ରତିଯୋଗିତାର ଲକ୍ଷ୍ୟ ହେଉଛି ଗତ ୧୧ ବର୍ଷ ମଧ୍ୟରେ ଦେଶର ଉଲ୍ଲେଖନୀୟ ରୂପାନ୍ତରଣ ଏବଂ ଏକ ବିକଶିତ ରାଷ୍ଟ୍ର କିମ୍ବା ‘ବିକଶିତ ଭାରତ’  ନିର୍ମାଣ ପାଇଁ ନିଆଯାଇଥିବା ଦ୍ରୁତ ପଦକ୍ଷେପକୁ ସ୍ମରଣ କରିବା ଏବଂ  ତାହାର ଡକ୍ୟୁମେଣ୍ଟେସନ୍ କରିବା। ଏହି ପ୍ରତିଯୋଗିତାଗୁଡ଼ିକର ବିଷୟବସ୍ତୁ କୃଷକ କଲ୍ୟାଣ ଠାରୁ ଆରମ୍ଭ କରି ନାରୀ ଶକ୍ତି, ସହଜ ଜୀବନଯାପନ ଠାରୁ ବ୍ୟବସାୟ କରିବାର ସହଜତା ଏବଂ ରାଷ୍ଟ୍ର ପ୍ରଥମ – ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତିଠାରୁ ଭାରତ ଏକ ବିଶ୍ୱ ଅର୍ଥନୈତିକ ଶକ୍ତି କେନ୍ଦ୍ର ହେବା ପର୍ଯ୍ୟନ୍ତ, ସମସ୍ତ ବିଷୟକୁ ସାମିଲ କରିଛି। ତେଣୁ, ଗବେଷକ, ଭ୍ଲଗର୍, ଲେଖକ, ବ୍ଲଗର, ପ୍ରଭାବଶାଳୀ ଏବଂ ଉତ୍ସାହୀ କାହାଣୀ ଲେଖକଙ୍କ ସମେତ ଭାରତର ସମସ୍ତ ନାଗରିକଙ୍କୁ #BadaltaBharatMeraAnubhav ହାଶଟ୍ୟାଗ୍ ବ୍ୟବହାର କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଏବଂ ସେମାନଙ୍କର ରୂପାନ୍ତରଣ ଯାତ୍ରାକୁ ଅନନ୍ୟ ଉପାୟରେ ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରାଯାଇଛି।

ଆୟୋଜନ ହେବାକୁ ଥିବା ପାଞ୍ଚ ସୃଜନଶୀଳ ପ୍ରତିଯୋଗିତା ନିମ୍ନ ଭଳି ହେବ।

. ଇନଷ୍ଟାଗ୍ରାମ ରିଲ୍ ତିଆରି ପ୍ରତିଯୋଗିତା #BadaltaBharatMeraAnubhav

ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ସ୍କିଲ୍ ଇଣ୍ଡିଆ ଭଳି ବିଷୟବସ୍ତୁକୁ ଆଧାର କରି ଆକର୍ଷଣୀୟ ୩୦ରୁ ୬୦ ସେକେଣ୍ଡ ଅବଧିର ରିଲ୍ ତିଆରି କରିବାକୁ ଦେଶର କଣ୍ଟେଣ୍ଟ ନିର୍ମାତା ମାନଙ୍କୁ ଆହ୍ୱାନ।

ପୁରସ୍କାର: ବିଜେତା ପାଇଁ ୫୦୦୦୦ ଟଙ୍କା; ରନର୍ସ-ଅପ୍ ପାଇଁ ୨୫ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କା; ୭ ଜଣ ସାନ୍ତ୍ୱନାମୂଳକ ବିଜେତାଙ୍କୁ ୫୦୦୦ ଟଙ୍କା ଲେଖାଏଁ।

.  ୟୁଟ୍ୟୁବ୍ସର୍ଟସ୍ପ୍ରତିଯୋଗିତା  #BadaltaBharatMeraAnubhav

ରୂପାନ୍ତରୀତ ଭାରତର ମନ୍ତ୍ରକୁ ପ୍ରତିଫଳିତ କରୁଥିବା ସେମାନଙ୍କ ଜୀବନର ହୃଦୟସ୍ପର୍ଶୀ ଏବଂ ପ୍ରେରଣାଦାୟକ ମୁହୂର୍ତ୍ତଗୁଡ଼ିକୁ ସେୟାର କରିବାକୁ ନାଗରିକମାନଙ୍କୁ ଆହ୍ୱାନ କରାଯାଇଛି। ଏହା ଏକ ପରିବର୍ତ୍ତିତ ରେଳ ଷ୍ଟେସନ ପରିଦର୍ଶନ ହେଉ, ସ୍ଥାନୀୟ ପଦକ୍ଷେପ ହେଉ, କିମ୍ବା ଏକ ସାଂସ୍କୃତିକ ଉତ୍ସବ ହେଉ – ପ୍ରତ୍ୟେକ କାହାଣୀ ଗୁରୁତ୍ୱପୂର୍ଣ୍ଣ।

ପୁରସ୍କାର: ବିଜେତା ପାଇଁ ୫୦୦୦୦ ଟଙ୍କା; ରନର୍ସ-ଅପ୍ ପାଇଁ ୨୫ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କା; ୭ ଜଣ ସାନ୍ତ୍ୱନାମୂଳକ ବିଜେତାଙ୍କୁ ୫୦୦୦ ଟଙ୍କା ଲେଖାଏଁ।

୩. ବ୍ଲଗଭାରତ ପ୍ରତିଯୋଗିତା: ରୂପାନ୍ତରଣଟି ଲେଖନ୍ତୁ: ଭାରତର ଲେଖକ, ସାମ୍ବାଦିକ, ଛାତ୍ର ଏବଂ ଚିନ୍ତାନାୟକଙ୍କ ପାଇଁ, ଏହି ଚ୍ୟାଲେଞ୍ଜ ଭାରତର ପରିବର୍ତ୍ତନ ଯାତ୍ରା ଉପରେ ବ୍ଲଗ୍ ଆକାରରେ (୮୦୦-୧୨୦୦ ଶବ୍ଦ) ସେମାନଙ୍କର ପର୍ଯ୍ୟବେକ୍ଷଣ ଏବଂ ବିଶ୍ଳେଷଣ ଲେଖିବାର ଏକ ସୁଯୋଗ।

ପୁରସ୍କାର: ବିଜେତା ପାଇଁ ୫୦୦୦୦ ଟଙ୍କା; ରନର୍ସ-ଅପ୍ ପାଇଁ ୨୫ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କା; ୭ ଜଣ ସାନ୍ତ୍ୱନାମୂଳକ ବିଜେତାଙ୍କୁ ୫୦୦୦ ଟଙ୍କା ଲେଖାଏଁ।

. ବିକଶିତ ଭାରତ କୁଇଜ୍୨୦୨୫: ଭାରତର ନୀତିଗତ ସଂସ୍କାର, ଭିତ୍ତିଭୂମି ବିକାଶ ଏବଂ ବିକାଶ ମାଇଲଖୁଣ୍ଟ ସମ୍ପର୍କରେ ନାଗରିକମାନଙ୍କ ସଚେତନତା ପରୀକ୍ଷା କରିବା ପାଇଁ ଏକ ଜ୍ଞାନ-ଭିତ୍ତିକ ପ୍ରତିଯୋଗିତା।

ପୁରସ୍କାର: ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ପାଇଁ ୧ ଲକ୍ଷ ଟଙ୍କା; ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୭୫ ହଜାର ଏବଂ ୫୦ ହଜାର; ଆଉ ୩୦୦ ଜଣ ବିଜେତାକୁ ୨ ହଜାର ଟଙ୍କା ଏବଂ ୧ ହଜାର ଟଙ୍କା ପୁରସ୍କାର। ପ୍ରତ୍ୟେକ ଅଂଶଗ୍ରହଣକାରୀ ଏକ ଡିଜିଟାଲ୍ ପ୍ରମାଣପତ୍ର ପ୍ରଦାନ କରାଯିବ।

. କ୍ଷୁଦ୍ର ଏଭି ପ୍ରତିଯୋଗିତା – ନୂତନ ଭାରତର କାହାଣୀ #BadaltaBharatMeraAnubhav

ଉଦୀୟମାନ ଚଳଚ୍ଚିତ୍ର ନିର୍ମାତା, ଭିଡିଓ ସମ୍ପାଦକ ଏବଂ ଛାତ୍ରମାନଙ୍କୁ ଭାରତର ପରିବର୍ତ୍ତନ କାହାଣୀକୁ ଜୀବନ୍ତ କରୁଥିବା କ୍ଷୁଦ୍ର ଏଭି ଫିଲ୍ମ (୧୦ ମିନିଟ୍ ପର୍ଯ୍ୟନ୍ତ) ଦାଖଲ କରିବାକୁ ଉତ୍ସାହିତ କରାଯାଉଛି – ତାହା କାହାଣୀ କହୁଥିବା ଦରକାର- ଡକ୍ୟୁମେଣ୍ଟାରୀ କିମ୍ବା ସିନେମାଟିକ୍ ଭିଜୁଆଲ୍ ମାଧ୍ୟମରେ।

ପୁରସ୍କାର: ବିଜେତା ପାଇଁ ୩ଲକ୍ଷ; ଉପବିଜେତା ପାଇଁ ୩ ଲକ୍ଷ ଏବଂ ୧ଲକ୍ଷ; ୨ ସାନ୍ତ୍ୱନାମୂଳକ ବିଜେତାଙ୍କ ପାଇଁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଫିକ୍କିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଫିକ୍କିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ବିକଶିତ ଭାରତ@୨୦୪୭: ବିକଶିତ ଭାରତ ଓ ଉଦ୍ୟୋଗ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ଠାକୁର ପ୍ରଥମେ ଟିକସଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କହିଥିଲେ ଯେ ସଚ୍ଚୋଟ ଟିକସଦାତାଙ୍କ ଯୋଗୁଁ ସରକାର ସଂଗୃହୀତ ଅର୍ଥର ପ୍ରତ୍ୟେକ ପଇସା ସାମାଜିକ କ୍ଷେତ୍ରରେ ବିନିଯୋଗ କରିବାରେ ସକ୍ଷମ ହୋଇଛନ୍ତି। ପୂର୍ବରୁ ଆବଣ୍ଟିତ ଅର୍ଥର ମାତ୍ର ଅଳ୍ପ କିଛି ଅଂଶ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚୁଥିବା ବେଳେ , ଯେପରି ପ୍ରଦାନ କରାଯାଉଥିବା ସମସ୍ତ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଂଚିବ ତାହାକୁ ସରକାର ସୁନିଶ୍ଚିତ କରିଛନ୍ତି।

ପ୍ରତିଶ୍ରୁତି ପୂରଣ କରିବା ପାଇଁ ସରକାରଙ୍କ ସଂକଳ୍ପର ଏକ ଉଦାହରଣ ବୋଲି ୟୁପିଆଇକୁ ଦର୍ଶାଇବା ସହିତ ସେ କହିଥିଲେ, ଯେତେବେଳେ ୟୁପିଆଇ ଆରମ୍ଭ ହୋଇଥିଲା ସେତେବେଳେ ଏହାର ଫଳପ୍ରଦତାକୁ ନେଇ ଅନେକ ସନ୍ଦେହ ଥିଲା, କିନ୍ତୁ ଆଜି ୟୁପିଆଇ ସମାଜର ସମସ୍ତ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପ୍ରବେଶ କରିଛି। ଆଜି ବିଶ୍ୱର ମୋଟ ଡିଜିଟାଲ ଦେଣନେଣ ୪୬ ପ୍ରତିଶତ ଭାରତରେ ହେଉଛି ଏବଂ ଆମର ବୈଷୟିକ ଦକ୍ଷତାର ଅଭିବୃଦ୍ଧି ଉପରେ ବିଶ୍ୱ ନଜର ରଖିଛି ବୋଲି ସେ କହିଛନ୍ତି।

ଗରିବ ଲୋକମାନଙ୍କ ଜୀବନର ଉନ୍ନତି ଦିଗରେ ସରକାରଙ୍କ ପ୍ରମୁଖ ଉପଲବ୍ଧି ଗୁଡିକ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ୪୦ ନିୟୁତ ଘର, ୧୦୦ ନିୟୁତ ଶୌଚାଳୟ, ୧୦୦ ନିୟୁତରୁ ଅଧିକ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଥିବା ବେଳେ ୧୩୦ ନିୟୁତରୁ ଅଧିକ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରାଯାଇଛି। ୬୦୦ ନିୟୁତରୁ ଅଧିକ ଆୟୁଷ୍ମାନ ଭାରତ ହିତାଧିକାରୀ ଅଛନ୍ତି ଏବଂ ୮୦୦ ନିୟୁତରୁ ଅଧିକ ଲୋକ ମାଗଣା ଖାଦ୍ୟ ପାଉଛନ୍ତି।

ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ ଯେ , ଜାତୀୟ ରାଜପଥ ନିର୍ମାଣ ୯୦ ହଜାର କିଲୋମିଟରରୁ ୧୫୦ ହଜାର କିଲୋମିଟରକୁ ବୃଦ୍ଧି ପାଇଛି, ବିମାନବନ୍ଦର ସଂଖ୍ୟା ୭୪ ରୁ ୧୫୦କୁ ଦ୍ୱିଗୁଣିତ ହୋଇଛି, ଏମ୍ସ ସଂଖ୍ୟା ୭ ରୁ ୨୩ କୁ ବୃଦ୍ଧି ପାଇଛି ଏବଂ ଆଇଆଇଟି ସଂଖ୍ୟା ୧୨ ରୁ ୧୯କୁ ବୃଦ୍ଧି ପାଇଛି ଏବଂ ଗ୍ରାମୀଣ ରାସ୍ତାର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇଛି। ଅନ୍ୟାନ୍ୟ ପଦକ୍ଷେପ ସହିତ ଏହି ସବୁ ପଦକ୍ଷେପ ଭାରତକୁ ଆଜି ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ରଖିଛି।

ଦେଶକୁ ଏକ ଦୃଢ଼ ଏବଂ ଦକ୍ଷ ନେତୃତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଆଜି ବିଦେଶରେ ଭାରତୀୟ ପାସପୋର୍ଟର ଗୁରୁତ୍ୱ ବୃଦ୍ଧି ପାଇଛି ଏବଂ ଭାରତ ନିଜର ଲୋକମାନଙ୍କୁ ଉଦ୍ଧାର କରି ଆଣିବା ପାଇଁ ସଂଘର୍ଷରେ ହସ୍ତକ୍ଷେପ କରୁଛି।

ଶ୍ରୀ ଠାକୁର କହିଥିଲେ ଯେ କୃଷି କ୍ଷେତ୍ରରେ ସରକାର ମୂଲ୍ୟ ଅତିରିକ୍ତ ୫୦% ପ୍ରତିଶ୍ରୁତି ପୂରଣ କରିଥିବା ବେଳେ ଆଜି ସରକାରୀ ସହାୟତାରେ ଘରୋଇ ଉଦ୍ୟୋଗ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଛି। ଗତ ୧୦ ବର୍ଷ ମଧ୍ୟରେ ସରକାର ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ତାହା ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପଥରେ ନେଇଯିବ।

ଯେଉଁମାନେ ଭାରତରେ ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ସହ ଭାଗିଦାରୀ ସ୍ଥାପନ କରିବାକୁ ଏବଂ ଭାରତର ପ୍ରତିଭା ଏବଂ ସାମର୍ଥ୍ୟକୁ ଉପଯୋଗ କରିବାକୁ ମନ୍ତ୍ରୀ ଆମର ଉଦ୍ୟୋଗ କ୍ଷେତ୍ରର ନେତୃତ୍ୱ ମାନଙ୍କୁ ଆହ୍ୱାନ ଦେଇଥିଲେ ଯାହା ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।