Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବିକାଶ ମେଳାରେ “ବିହୁ” ଓ ଡାଲ ଖାଇ ନୃତ୍ୟ ସଙ୍ଗୀତ ପରିବେଷଣ

ଖୋର୍ଦ୍ଧା: ସ୍ଥାନୀୟ ହାବେଳି ପଡିଆଠାରେ ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା ବର୍ଷ ଏକ…. ଉପଲବ୍ଧି ଅନେକ, ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା ତଥା ରଜ ମହୋତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଦର୍ଶକ ମାନେ ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନର ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ଵନ୍ଧରେ ଅବଗତ ହେବା ସହ ପାରମ୍ପାରିକ ଖାଦ୍ୟ ମେଳା, ସୁଭଦ୍ରା ଷ୍ଟଲ୍ ସହ ଓର୍ମାସ୍ ତରଫରୁ ୩୦ ଗୋଟି ଷ୍ଟଲ ର ବିଭିନ୍ନ ପ୍ରକାର ଅଗ୍ରଣୀ ଯୋଜନା (କେନ୍ଦ୍ର ଓ ରାଜ୍ୟ ସରକାରଙ୍କ) ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜାଣି ଆନନ୍ଦ ପ୍ରକାଶ କରିଥିଲେ ଲ ସେହିପରି ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସଂପନ୍ନ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇ ଦର୍ଶକ ମାନଙ୍କୁ ମନୋରଞ୍ଜନ ସହ ନିଛକ ସାମାଜିକ ବାର୍ତ୍ତା ପ୍ରଦାନ କରାଯାଇ ସମାଜ ଗଠନରେ ପ୍ରତ୍ୟେକ ନାଗରିକ ସେମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ନିର୍ବାହ ନିମନ୍ତେ ପ୍ରେରଣା ଦିଆଯାଉଛି।

ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସନ୍ଧ୍ୟାରେ ଖୋରଧାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟାୟନ ପକ୍ଷରୁ ମାଳବିକା ଦାସ ଓ ସାଥୀ ଵିହୁ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସଙ୍ଗୀତ ଓ ଓଡ଼ିଶୀ ଭଜନ ଉଚ୍ଚକୋଟୀର ପରିବେଷଣ କରାଯାଇଥିଲା। ସେହିପରି ସୁଦୂର ସମ୍ବଲପୁର ର ସମ୍ବଲପୁର ପଞ୍ଚବାଦ୍ୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁଷ୍ପକ ସୁନା ଓ ସାଥୀ ଅତି ଚିତ୍ତାକର୍ଷକ ଡାଲଖାଇ, ସୀଙ୍ଗାରି ଧାପା ନୃତ୍ୟ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ଅର୍ମାସ୍ କର୍ମକର୍ତ୍ତା ହିମାଂଶୁ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବିଭିନ୍ନ ବିଭାଗର କର୍ମଚାରୀ, ଅତ୍ୟାବଶ୍ୟକ ସେବା ବିଭାଗର କର୍ମଚାରୀ ମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା -୨୦୨୫: ତୃତୀୟ ସନ୍ଧ୍ୟାରେ ପାଇକ ଆଖଡ଼ା ଏବଂ ଓଡ଼ିଆ ସାମାଜିକ ଚଳଚ୍ଚିତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳାର ତୃତୀୟ ଦିବସ ପାରମ୍ପାରିକ ରଜ ପର୍ବ ଶୁଭାରମ୍ଭ ସନ୍ଧ୍ୟାରେ ସୁନାମଧନ୍ୟ ପାରମ୍ପାରିକ ସାଂସ୍କୃତିକ ଅନୁଷ୍ଠାନ ବିଭୁ ପ୍ରସାଦ ବେହେରା ଓ ସାଥୀ କଳାକାରଙ୍କ ଦ୍ଵାରା ପାଇକ ଆଖଡ଼ା (ପାଇକ ବିଦ୍ରୋହ ସ୍ମୃତି) ସମର କଳା ପରିବେଷଣ ଏବଂ ବିଶିଷ୍ଟ ସଙ୍ଗୀତ ବିଶାରଦ ଜଳଧର ପ୍ରଧାନ ଓ ସାଥୀ କଳାକାରଙ୍କ ଦ୍ୱାରା ପୁରୁଣା ଓଡ଼ିଆ କାଳଜୟୀ ସୂମଧୁର ଚଳଚ୍ଚିତ୍ର ସଙ୍ଗୀତ ପରିବେଷଣ କରାଯାଇଥିଲା। ସେହିପରି ଓଡ଼ିଆ ଅସ୍ମିତାର ପରିଚୟ ତଥା ଓଡ଼ିଆ ଅସ୍ମିତା କୁ ବଜାୟ ରଖିବା ପାଇଁ ପୁରୁଣା ଚିତ୍ତାକର୍ଷକ ସାମାଜିକ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଏହି ଚଳଚ୍ଚିତ୍ରରେ ଓଡ଼ିଆ ଅସ୍ମିତା ର କିମ୍ବଦନ୍ତୀ ଏକାର୍ଣବର୍ତ୍ତି ପରିବାରର ମହତ୍ତ୍ଵ, ପିତାମାତା ଜନ୍ମଦାତ୍ରୀଙ୍କୁ ସମ୍ମାନ ପ୍ରଦର୍ଶନ, ସେମାନଙ୍କ ସ୍ବପ୍ନକୁ ସାକାର କରିବା, ଭାଇ, ଭାଇ, ଭାଇ ଓ ଭଉଣୀ ମଧ୍ୟରେ ସ୍ନେହଁ ଶ୍ରଦ୍ଧା ଅତୁଟ ବନ୍ଧନ, ଏକତା ହିଁ ବଳ ଅନେକ ସୂଚନା ଧର୍ମି ଏହି ଚଳଚ୍ଚିତ୍ରକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ। ଆଧୁନିକ ସଭ୍ୟତାରେ ଲୋକମାନେ କେତେକାଂଶରେ ବିପଥ ଗାମୀ ହେଉଥିବାବେଳେ ଏଭଳି ଚଳଚ୍ଚିତ୍ର ପ୍ରଦର୍ଶନ ସେମାନଙ୍କୁ ସଠିକ୍ ମାର୍ଗର ଦିଗଦର୍ଶନ ଦେବ ବୋଲି ମତ ପ୍ରକାଶ ପାଇଛି। ସେହିପରି ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ଷ୍ଟଲ ରେ ଦର୍ଶକ ମାନଙ୍କ ଦ୍ଵାରା ଖାଦ୍ୟ ଖିଆଜିବାର ଦେଖାଯାଇଥିଲା। ଓର୍ମାସ୍ ତରଫରୁ ବିଭିନ୍ନ ବିଭାଗୀୟ ୩୦ ଗୋଟି ଷ୍ଟଲ୍ ରେ ନୂତନ ସରକାରଙ୍କ ବର୍ଷ ଏକ …. ଉପଲବ୍ଧି ଅନେକର ସଫଳତା ପ୍ରଦର୍ଶନ କରାଯାଇଅଛି।

ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମରେ ଓର୍ମାଷ କର୍ମକର୍ତ୍ତା ହିମାଂଶୁ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ପାରମ୍ପାରିକ ଖାଦ୍ୟ ମେଳା ଉଦ୍ଗାଟିତ

ଖୋର୍ଦ୍ଧା: ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଏବଂ ପ୍ରଭାରୀ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା ପ୍ରଦୀପ କୁମାର ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା ରେ ଉଦ୍ଘାଟକ ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିବା ସହ ବିକାଶ ବାହାନକୁ ଜିଲ୍ଲାରେ ପରିକ୍ରମାକରି ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର ଏବଂ ଯୋଜନାରେ ହିତାଧିକାରୀଙ୍କୁ ସଂଯୋଗ କରିବାପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅପରାହ୍ନରେ ମନ୍ତ୍ରୀ ଶ୍ରୀଯୁକ୍ତ ବଳସାମନ୍ତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ବିକାଶ ମେଳା ୨ ୦୨୫ ସମ୍ଵନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରି ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ମେଳାର ସଫଳତା ଦିଗରେ ସହଯୋଗ ଲୋଡିଥିଲେ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ମନ୍ତ୍ରୀ ଆଇନ, ପୂର୍ତ୍ତ ଏବଂ ଅବକାରୀ ପୃଥିବୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇଥିଲେ।

ସେହିପରି ହାଵେଲି ପଡିଆଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ପାରମ୍ପାରିକ ଖାଦ୍ୟ ମେଳା -୨୦୨୫ ଉଦ୍ଘାଟନ କରି ଉଦବୋଧନରେ କହିଲେ ଯେ, ରାଜ୍ୟ ସରକାରଙ୍କ ଶାସନର ଏକବର୍ଷ ଶାସନ ପୂର୍ତ୍ତି ରେ ବିଭିନ୍ନ ଜନହିତକର ଲୋକ କଲ୍ୟାଣ ଯୋଜନା ଲାଗୁ କରି ଓଡ଼ିଶାକୁ ବିକଶିତ ଓଡ଼ିଶା ଗଠନ @୨୦୩୬ ଏବଂ ବିକଶିତ ଭାରତ @୨୦୪୭ ପହଞ୍ଚିବାକୁ ଦୃତ ବେଗରେ ଅଗ୍ରସର ହେଉଅଛି, ଯାହା ଆଜିର ଏହି ବିକାଶ ମେଳାରେ ଜନସାଧାରଣଙ୍କ ଉପଲବ୍ଧିରୁ ଜଣାଯାଏ।

ସେହିପରି ପୂର୍ବଦ୍ୟୋୟ ଭାରତ ବର୍ଷର ବିକାଶରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରୀ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଲେ ଓଡ଼ିଆ ଜାତିର ସମ୍ମାନ, ଅସ୍ମିତା ଓ ବିକାଶକୁ ଆଗକୁ ନେବାପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେଇ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚେଇବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆଗକୁ ବଢ଼ୁଛନ୍ତି। ସରକାରଙ୍କ ଉତ୍ସଵ ପାଳନର ମାନସିକତା ନୁହେଁ। ସମସ୍ତ ଯୋଜନାର ପରିଭାଷାକୁ ଲୋକଙ୍କ ଭିତରେ ପରିଚୟ କରିବା ମୁଖ୍ୟ ଉଦ୍ଦେଶ୍ୟ ଓ ନିଛକ ପ୍ରଚେଷ୍ଟା। ବିଗତ ଦିନରେ ନିଯୁକ୍ତି ପ୍ରକ୍ରିୟାରେ ବୟସ ସୀମା ବୃଦ୍ଧି ନହୋଇଥିବା ବେଳେ ଏକ ବର୍ଷ ବର୍ତ୍ତମାନ ଲୋକଙ୍କ ସରକାରରେ ଚାକିରି ବୟସ ସୀମା ୪୨ କୁ ବୃଦ୍ଧି କରାଯାଇଛି।

ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଦିନରେ ଚାଷୀଙ୍କୁ ୮୦୦ଟଙ୍କା ଇନପୁଟ ସବସିଡି ଦେଇ ଚାଷୀଙ୍କ ମେରୁଦଣ୍ଡକୁ ସୁଦୃଢ କରିଛନ୍ତି। ୨୧ କଥାରୁ ୧୧ ଗୋଟି କଥା ଏହି ବର୍ଷକ ମଧ୍ୟରେ ପୂରଣ କରିଛନ୍ତି ବୋଲି ଉଦବୋଧନ ରଖି ଖୋର୍ଦ୍ଧା ଜିଲ୍ଲାକୁ ସମ୍ବୁଦ୍ଧ ଓ ପ୍ରଗତିଶୀଳ କରିବାକୁ ସମସ୍ତେ ଆଗେଇ ଆସିବାକୁ ଉଦବୋଧନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଉଦବୋଧନରେ କହିଲେ ଯେ, ବର୍ତ୍ତମାନ ଲୋକଙ୍କ ସରକାର ସ୍ଥାପିତ ହେଲା ଯେଉଁଥିରେ ବର୍ଷ ଏକରେ ସଫଳତା ଅନେକ। ଲୋକହିତକର ଯୋଜନାରେ ସରକାର ପ୍ରଥମ ଦିବସରୁ ପ୍ରତ୍ୟେକ ମୂହୁର୍ତ୍ତ ଓ ଘଣ୍ଟାରେ ଚିନ୍ତା କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷା, ଯୋଗାଯୋଗ, ବୃହତ୍ ଶିଳ୍ପ, କ୍ଷୁଦ୍ର ଶିଳ୍ପ, ହସ୍ତ ଶିଳ୍ପ ଓ ବୟନ ଶିଳ୍ପ, ସହରୀ ସଡ଼କ ଯୋଜନା, ଗଡଖୋର୍ଦ୍ଧା ଭିତ୍ତି ଭୂମି ଅସ୍ମିତାର ବିକାଶ ପ୍ରକଳ୍ପ ସହ ନୂଆ ଖୋର୍ଦ୍ଧା ଜିଲ୍ଲା ଗଠନରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ରାଜ୍ୟସରକାର ଆରମ୍ଭ କରିସାରିଥିବା ବେଳେ ସୁଭଦ୍ରା ଲକ୍ଷପତି ଦିଦି ଭଳି ଯୁଗାନ୍ତକାରୀ ଯୋଜନାରେ ସଫଳତା ନାରୀ ସଶକ୍ତି କରଣରେ ଦୃଷ୍ଟାନ୍ତ ସୃଷ୍ଟି କରିଥିବା ସ୍ଥଳେ ବିକଶିତ ଓଡ଼ିଶା ଗଠନରେ ଖୋର୍ଦ୍ଧା ଜିଲ୍ଲାର ଅବଦାନ ଚରିତାର୍ଥ କରିବା ବୋଲି ଉଦବୋଧନ ଦେଇଥିଲେ।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନିଜ ଅଭିଭାଷଣରେ କହିଲେ ଯେ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଯୁଗାନ୍ତକାରୀ ଯୋଜନାରେ ଲୋକଙ୍କୁ ପରିଚିତ କରିବା ସହ ଯୋଜନାରେ ହିତାଧିକାରୀଙ୍କୁ ସଚେତନ କରାଇ ମୁଖ୍ୟସ୍ରୋତରେ ସାମିଲ୍ କରି ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ଆଜି ହେଉଛି ଖୋର୍ଦ୍ଧା ବିକାଶ ମେଳାର ଉଦ୍ଦେଶ୍ୟ। ଏହି ମେଳାରେ ଜିଲ୍ଲାବାସୀ ସାମିଲ ହୋଇ ଯୋଜନାର ସୁଫଳ ନେବାକୁ ଆହ୍ଵାନ ଦେବାସହ ଅହମ୍ମଦାବାଦ ଏବଂ ଲଣ୍ଡନ ଏଆର ଇଣ୍ଡିଆ ଫ୍ଲାଇଟ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ଏବଂ ଆହତଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହ ଓ ଭାରତର ସ୍ଵାଧୀନତା ପ୍ରତି ଏହାର ଅବଦାନ ସମ୍ପର୍କରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ, ଡେପୁଟି କଲେକ୍ଟର, କ୍ରିଷ୍ଣା ଜେନା, ସହକାରୀ କଲେକ୍ଟର, ଦେବବ୍ରତ କର, ଡେପୁଟି କଲେକ୍ଟର ଏବଂ ସିମଲିନ ଚଂପତି, ଜେଆରଏ, ରାଜେଶ କୁମାର ସାମନ୍ତରାୟ,ଶୁଭାଲକ୍ଷ୍ମି ବେହେରା ପ୍ରରସ୍କୃତ ହୋଇଥିଲେ।

ବସୁନ୍ଧରା ଯୋଜନାରେ ଶାନ୍ତିଲତା ବେହେରା, ପ୍ରଭାତ କୁମାର ଦାସ, କାଦମ୍ବିନୀ ଦାସ, ମାମା ସ୍ବାଇଁ, ନାଥ ସୁବୁଦ୍ଧି,ଦୁଲାମ ମଙ୍ଗରାଜଙ୍କୁ ନେଇ ରାସନ କାର୍ଡ ରେ ୧୫ ହିତାଧିକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ରେ ବିବାହ ରାଶି ପ୍ରୋତ୍ସାହନ ପୁଜାରାନି ଗୋଛୟତଙ୍କୁ, ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ଶୁକାନ୍ତଦାସ, ବର୍ଦ୍ଧିତ ଭତ୍ତା ମୂରଲୀଧର ବେହେରା, ଶ୍ରବଣ ବାଧିତ ଜିବାଂଶ ବେହେରା, ମାନସିକ ଅନଗ୍ରସର ଲକ୍ଷ୍ମୀପ୍ରିୟା ସାହୁ, ଶାରୀରିକ ଭିନ୍ନକ୍ଷମ ବିଜୟ ରଞ୍ଜନ ସାହୁ, ଶ୍ରବଣ ବାଢ଼ିତ ଛାତ୍ରୀ ଜ୍ୟୋସ୍ନା ମୟୀ ସାହୁ, ନିର୍ମାଣ ଶ୍ରମିକ ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ପ୍ରସୁଟତିକାଲିନ ସହାୟତା, ପୁଅର ଶିକ୍ଷା ସହାୟତା, ପଞ୍ଜୀକୃତ ନିର୍ମାଣ ଶ୍ରମିକ କାର୍ଡ, ଅନସଂଗଠିତ ପରିବାରକୁ ମୃତ୍ୟୁ କାଳୀନ ସହାୟତା,, ଅଣ ସଂଗଠିତ ପଞ୍ଜୀକୃତ ଶ୍ରମିକ କାର୍ଡ ହିତାଧିକାରୀ ସହାୟତା ପ୍ରଦାନ କରାଯାଇଥିଲା

ଶେଷରେ ଅତିରିକ୍ତ ଜିଲ୍ଲାପାଳ  ପ୍ରତାପ ଚନ୍ଦ୍ର ବେଉରା ଧନ୍ୟ ବାଦ୍ ପ୍ରଦାନ କରିଥିଲେ।  ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିକାଶ ମେଳାର ଉଦଯାପନୀ ଦିବସ

ଖୋର୍ଦ୍ଧା: ଆଜି ବିକାଶ ମେଳାର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି। ହାବେଳିପଡିଆ ଜନ ସମାଗମରେ ଭରପୁର ରହିଥିଲା। ଏଥି ସହିତ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲାର ସ୍ଥାନୀୟ କଳାକାର ମାନଙ୍କ ମାଧ୍ୟମରେ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା।

ଏହାପରେ ଏକ ବୈଠକ ମୁଖ୍ୟ ଉନ୍ନୟନ -ତଥା – କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ କସ୍ତୁରି ଵାଳା ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ପ୍ରଥମେ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ପ୍ରଥମେ ଓରମାସ ର ଉପ -ମୁଖ୍ୟ ନିର୍ବାହୀ ଅଧିକାରୀ ରାଜଗୋପାଳ ଦାସ ସ୍ୱାଗତ ଭାଷଣ ରଖିଥିଲେ ଏବଂ ସ୍ୱଚ୍ଛତା ବାର୍ତ୍ତା ଉପରେ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ପରେ ପରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କର ବକ୍ତବ୍ୟ ରଖିଥିଲେ।  ଓଡିଶାର ବିକାଶ ସମସ୍ତଙ୍କ ସହଯୋଗରେ ସମ୍ଭବ। ମାଆ ମାନଙ୍କୁ ବ୍ୟାଙ୍କମାନଙ୍କରେ ବିନା ସୁଧରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ସରକାରଙ୍କ ଯେତେ ଯୋଜନା ସବୁଥିରୁ ଲାଭ ଉଠେଇ ଓଡିଶାକୁ ଅଗ୍ରଣୀ ରାଜ୍ୟ କରିବାରେ ଆଗେଇ ଚାଲନ୍ତୁ। ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ମିଶନ ଚାଲୁ ରହିଛି। ଆମେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇ ଆମର ପରିବେଶ ସ୍ବଚ୍ଛ ରଖି ଚାରିଆଡେ ସ୍ୱଚ୍ଛତା ବାର୍ତ୍ତା ପ୍ରଚାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ବିଭିନ୍ନ ବିଭାଗର ଷ୍ଟଲରେ ଭାଗ ନେଇଥିବା କାର୍ଯ୍ୟାଳୟଙ୍କୁ ସାର୍ଟିଫିକେଟ ପ୍ରଦାନ କରା ଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରିଶେଷ ରେ ସଭା ସାଙ୍ଗ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ବିକାଶ ମେଳା

ଖୋର୍ଦ୍ଧା: ଆଜି ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟନ କରିଛନ୍ତି। ତାଙ୍କ ସହ ଏକାମ୍ର ଭୂବନେଶ୍ବର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ  ଏବଂ ସାଂସଦଙ୍କ ପ୍ରତିନିଧି ଦିଲୀପ କୁମାର ହୋତା, ଖୋର୍ଦ୍ଧା ଜିଲ୍ଲାର ଭାରତୀୟ ଜନତା ପାର୍ଟୀ ଅଧ୍ୟକ୍ଷ ରଶ୍ମୀରଞ୍ଜନ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ଜିଲ୍ଲାପାଳ ଚଞ୍ଚଳ ରଣା, ବହୁମାନ୍ୟ ଗଣ୍ୟ ବ୍ୟକ୍ତି, ହିତାଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀବାଳା ଜେନା, ଉପଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠୀ, ଖୋର୍ଦ୍ଧା ବି. ଡ଼ି .ଓ , ଖୋର୍ଦ୍ଧା ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭ ହେବ ଆଗରୁ ମାନ୍ୟବର ମନ୍ତ୍ରୀ ଏବଂ ତାଙ୍କ ଟିମ ଜିଲ୍ଲାରେ ହୋଇଥିବା ୨୫ ଟି ଷ୍ଟଲ ପ୍ରଦକ୍ଷିତା କରି ମତାମତ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ଵଳନ କରଯାଇଥିଲା ଏବଂ ପରପରେ ପ୍ରାରମ୍ଭିକ ସଙ୍ଗୀତ (ବନ୍ଦେ ଉତ୍କଳ ଜନନୀ ) ପରିବେଷଣ କରଯାଇଥିଲା। ସ୍ଵଚ୍ଚତା ଶପଥ ନିଆଯାଇଥିଲା। ଜିଲ୍ଲାପାଳଙ୍କ ସ୍ବାଗତ ଭାଷଣ ଓ ସମ୍ମାନୀୟ ଅତିଥିମାନଙ୍କୁ ଉଦବୋଧନ ପର ପରେ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସହାୟତା ରାଶି ପ୍ରଦାନ କରଯାଇଥିଲା। ୦୬ ଜଣ ଭିନ୍ନକ୍ଷମଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଲାପଟପ ପ୍ରଦାନ କରଯାଇଥିଲା। ସରକାରଙ୍କ ଦ୍ଵାର ପ୍ରଣିତ ପ୍ରମୁଖ ଯୋଜନା ପର୍ଯବେସିତ ଦୃଶ୍ୟ -ଶ୍ରାବ୍ୟ ଚିତ୍ର ପ୍ରଦର୍ଶନ କରଯାଇଥିଲ।

ପରିଶେଷରେ ମୁଖ୍ୟ ଅତିଥିଙ୍କ ଦ୍ବାରା ସମସ୍ତଙ୍କ ଉଦ୍ଧେଶ୍ୟରେ ଅଭିଭାଷଣ ରଖିଥିଲେ। ସେ ପ୍ରଥମେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଖୋର୍ଦ୍ଧା ମାଟିର ବୀର ଶହୀଦ ମାନଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସଙ୍ଗେସଙ୍ଗେ ସ୍ମୃତି ଚାରଣ କରିଥିଲେ। କାଳଜୟୀ ପୁରୁଷ ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ସଚ୍ଚିରାଉତ ରାୟଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଓଡ଼ିଶା ସରକାରଙ୍କ ୧୦୦ ଦିନର ବିକଶିତ ଓଡ଼ିଶାର ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ଅବଗତ କରାଇଥିଲେ । ୨୦୪୭ ମସିହାରେ ବିକଶିତ ଭାରତ ବର୍ଷ, ତା ଭିତରେ ବିକଶିତ ଓଡ଼ିଶା ଏବଂ ବିକଶିତ ଖୋର୍ଦ୍ଧାର ସ୍ବପ୍ନକୁ ସାକାର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ। ଖୋର୍ଦ୍ଧା ନେତୃତ୍ଵ ନେବ ଓଡ଼ିଶାର ବିକାଶ ଏବଂ ଓଡ଼ିଶା ନେତୃତ୍ଵ ନେବ ଭାରତର ବିକାଶ ଦିଗରେ।