Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ପ୍ରିପେଡ ସ୍ମାର୍ଟ ମିଟର ବ୍ୟବସ୍ଥା: ବିଲ୍ ଆଦାୟ କରିବେ ସ୍ୱୟଂସହାୟିକା ଗୋଷ୍ଠୀ

ଭୁବନେଶ୍ବର: ଏଣିକି ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ପ୍ରିପେଡ ସ୍ମାର୍ଟ ମିଟର ବ୍ୟବସ୍ଥା କରାଯାଉଛି। ଉପଭୋକ୍ତା ଚାହିଁଲେ ପ୍ରିପେଡ ସ୍ମାର୍ଟ ମିଟର ବ୍ୟବହାର କରିପାରିବେ। ପ୍ରିପେଡ ସ୍ମାର୍ଟ ମିଟର ଲାଗିବା ସହିତ ସିମ୍ କାର୍ଡ ଜରିଆରେ ବିଲ୍ ପେମେଣ୍ଟ ହେବ। ଜଣେ ସିମକାର୍ଡରେ ଯେତିକି ଟଙ୍କା ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ। ପ୍ରତିମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବାପାଇଁ କୁହାଯାଇଛି। ଠିକ୍ ସମୟରେ ବିଲ୍ ଆଦାୟ ପାଇଁ ମଧ୍ୟ କୁହାଯାଇଛି।

ତେବେ ବିଜୁଳି ବିଲ ଆଦାୟ ପାଇଁ ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ଵ ଦିଆଯିବ। ଏହି ସ୍ୱୟଂସହାୟିକା ଗୋଷ୍ଠୀ ଘରକୁ ଘର ବୁଲି ବିଦ୍ୟୁତ ବିଲ ଆଦାୟ କରିବେ। ଏନେଇ ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ବାଚସ୍ପତି ଡା. ସୂର୍ଯ୍ୟ ନାରାୟଣ ପାତ୍ର ଏହା ଘୋଷଣା କରିଛନ୍ତି। ତେବେ ପାୱାର କଟ୍ ପୂର୍ବରୁ ଗାଁରେ ପ୍ରଚାର ହେବା ଦରକାର ବୋଲି ବାଚସ୍ପତି ଡା. ପାତ୍ର କହିଛନ୍ତି।