Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ତମାଖୁ ବର୍ଜନ ପକ୍ଷରେ ଉତ୍ତମ ପ୍ରଦର୍ଶନ କରି ଓଡିଶା ହାସଲ କଲା ଦ୍ବିତୀୟ ସ୍ଥାନ

ଭୁବନେଶ୍ୱର: ବିଶ୍ୱ ତମାଖୁ ବର୍ଜନ ଦିବସ – ୨୦୨୪ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନକରୀ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି ​​| ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ ମୌଲାନା ଆଜାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସର ମୁଖ ସ୍ୱାସ୍ଥ୍ୟ ଏବଂ ତମାଖୁ ବର୍ଜନ ଜାତୀୟ ସମ୍ବଳ କେନ୍ଦ୍ର ଦ୍ୱାରା ତମାଖୁ ବର୍ଜନ ସମ୍ପର୍କିତ ବିଭିନ୍ନ ପଦକ୍ଷେପର ସବିଶେଷ ମୂଲ୍ୟାଙ୍କନ କରାଯାଇ ଓଡିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି |

ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ଶାସନ ସଚିବ ତଥା ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଆରାଧନା ପଟ୍ଟନାୟକ ଅନ୍ୟ ଅତିଥିମାନେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପ୍ରତିନିଧିତ୍ବ କରିଥିବା ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ଡା ନୀଳକଣ୍ଠ ମିଶ୍ରଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ମଇ ୨୦ ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ତମାଖୁ ବର୍ଜନ ପକ୍ଷ ପାଳନ ଅବସରରେ ଦେଶ ତମାମ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ଆକଳନ କରାଯାଇ ଓଡିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ବ୍ରହ୍ମାନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “କ୍ରାନ୍ତି “ଓ ସରକାରୀ ଆଇ ଟି ଆଇ ଶିକ୍ଷାନୁଷ୍ଠାନ ମିଳିତ ସହଯୋଗରେ ବିଶ୍ବ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି। ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ଼ଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଟ ମଧୁମେୟ ଡାକ୍ତର ସୁନିଲ କୋଟା, ଏମ .କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲର ଟିବି ରୋଗ ବିଶେଷଜ୍ଞ ସହକାରୀ ପ୍ରଫେସର ଡାକ୍ତର ପ୍ରୀୟଜୀତ ଜେନା ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧକ୍ଷ ଇଁ ରଜତ ପାଣିଗ୍ରାହିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ତମାଖୁ ସେବନର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ୧୫୦୦ ଛାତ୍ରଛାତ୍ରୀଙ୍କୁ ନେଇ ଏକ କର୍କଟ ରୋଗର ଲୋଗ ଉପରେ ମାନବ ଶୃଙ୍ଖଳ ମାଧ୍ୟମ ରେ ତମାଖୁ ମୁକ୍ତ ଭାରତ ଗଠନ ପାଇଁ ବଜ୍ର ଶପଥ ନେଇଥିଲେ।

କ୍ରାନ୍ତିର ଡଃ ଦାଶ ସେ ଜଣେ ମୁଖ କର୍କଟ ରୋଗୀ ହୋଇ ଥିବା ଯୋଗୁଁ ସେ ତାଙ୍କର କଷ୍ଟ ଓ ଯନ୍ତ୍ରଣା ମାଧ୍ୟମରେ ସମସ୍ତଙ୍କୁ ସଚେତନତା କରି କିପରି ତମାଖୁ ମୁକ୍ତ ଭାରତ ହୋଇ ପାରିବ ବୋଲି ହାତଯୋଡି ନିବେଦନ କରିଥିଲେ।ପରେ ପରେ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ ୟୁ ସି ପି ଇଞ୍ଜିନିୟରିଂ ସ୍କୁଲ୍ ସମ୍ମୁଖରେ ଛିଡ଼ା ହୋଇ ଜନସାଧାରଣ ପ୍ରଚାର ପତ୍ର ମାଧ୍ୟମରେ ସଚେତନତା କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଚର୍ଚ୍ଚିକା ଦାଶ, ସିଗ୍ନାଧା ମହାରଣା,ଅନିଲ କୁମାର ସେଠୀ, ପରମାନନ୍ଦ ପଣ୍ଡା, ଚିନ୍ନୟାନନ୍ଦ ଦାଶ, ସୁଭ୍ରାଂଶି ମହାରଣା ସମେତ କ୍ରାନ୍ତି ଅନୁଷ୍ଠାନ ର ସମସ୍ତ ସଦସ୍ୟ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗର ହାତ ବଢ଼ାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ତମାଖୁ ବର୍ଜନ ଦିବସ: ଖୋର୍ଦ୍ଧାକୁ ମିଳିଲା ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

ଖୋର୍ଦ୍ଧା: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡ଼ିଶା ଡିଜିପି ସୁନୀଲ ବଂଶଲଙ୍କ ଠାରୁ ଉକ୍ତ ପୁରସ୍କାର ଖୋର୍ଦ୍ଧା ଜିଲ୍ଲା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଗ୍ରହଣ କରିଛନ୍ତି।

ସୂଚନା ଥାଉକି ‘ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ'(ଏନଟିସିପି) କୁ ସଫଳତାର ସହ ଭାବେ ଲାଗୁ କରି ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହୋଇଛି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାକୁ ପୁରସ୍କୃତ କରାଯାଇଛି ଏବଂ ଜିଲ୍ଲା ସିଡ଼ିଏମଓ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ତମାଖୁ ବର୍ଜନ ଦିବସରେ ଖୋର୍ଦ୍ଧାକୁ ମିଳିବ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

ଭୁବନେଶ୍ବର: ଆଗାମୀ ୩୧ ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହେବ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଆୟୋଜିତ ହେବକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉକ୍ତ ପୁରସ୍କାର ଖୋର୍ଦ୍ଧା ଜିଲ୍ଲା ସିଡ଼ିଏମଓ ଗ୍ରହଣ କରିବେ ବୋଲି ଜଣାପଡିଛି।

‘ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ'(ଏନଟିସିପି) କୁ ସଫଳତାର ସହ ଭାବେ ଲାଗୁ କରି ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଉକ୍ତଦିନ ଶ୍ରେଷ୍ଠ ଜିଲ୍ଲା ଭାବେ ଖୋର୍ଦ୍ଧାକୁ ମୁଖ୍ୟ ଅତିଥି ସ୍ୱାସ୍ଥ୍ୟମନ୍ତ୍ରୀ ପୁରସ୍କୃତ କରିବେ ବୋଲି ଜଣାପଡିଛି। ତେବେ ଉକ୍ତ ସଫଳତା ନିମନ୍ତେ ସିଡ଼ିଏମଓ ଜିଲ୍ଲା ମୁଖିଆ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଓ ଟିମକୁ ଧନ୍ୟବାଦ ଜଣାଇଛନ୍ତି।