Categories
ଆଜିର ଖବର ରାଜ୍ୟ ଖବର

ଅଧିକ ସମୟ ଶୀର୍ଷାସନ କରି ବୁକ ଅଫ ଇଣ୍ଡିଆ ରେକର୍ଡରେ ସ୍ଥାନ ପାଇଲେ ଡାଃ. ଏ ବାଳକୃଷ୍ଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ଗାନ୍ଧୀନଗର, ସପ୍ତମ ସାହି ନିବାସୀ ଡା. ଏ. ବାଳକୃଷ୍ଣ ୬୪ ବର୍ଷ ବୟସରେ ଗୋଟିଏ ସମୟରେ ଅଧିକ ସମୟ ଶୀର୍ଷାସନ କରି ବୁକ ଅଫ ଇଣ୍ଡିଆ ରେକର୍ଡରେ ସ୍ଥାନ ପାଇଛନ୍ତି। ପ୍ରତିଦିନ ସକାଳେ ଜୁମ ମିଟ୍ ରେ ଯୋଗ ଶିକ୍ଷା ଦେଇ ଜନାଦୃତ ହୋଇଛନ୍ତି। ଘରେ ସୋଲାର ସିଷ୍ଟମ କରି ବିଦ୍ୟୁତ ବଞ୍ଚାଇ ଥିବାରୁ ଗଣତନ୍ତ୍ର ଦିବସରେ ଦିଲ୍ଲୀ ପରେଡ୍ ରେ ଯୋଗଦେବାପାଇଁ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଛନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସେ ସ୍ଵର୍ଣ୍ଣ ପଦକ ପାଇଛନ୍ତି। ଜିଲ୍ଲା ଆୟୁର୍ବେଦ ଚିକିତ୍ସକ ପଦବୀରୁ ଅବସର ନେବା ପରେ ମାଗଣା ପ୍ରାକୃତିକ ଚିକିତ୍ସା ସେବା ଯୋଗାଇବା ତାଙ୍କ ଧର୍ମ ବୋଲି ସେ କହିଛନ୍ତି।