Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ -୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ -୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟମର ବିଧାୟକ ଅନନ୍ତ ନାରାୟଣ ଜେନା, ଉଦଘାଟକ ଭାବେ ଛତିଶଗଡ଼ର କଳିଙ୍ଗ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରତିଷ୍ଠାତା ବଦ୍ରୀନାଥ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଦୂରଦର୍ଶୀ ଖବର କାଗଜର ମୁଖ୍ୟ ସଂପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ, ସମ୍ମାନୀତ ବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଜାତୀୟ ସେବା ଯୋଜନାର ପ୍ରମୁଖ ସଂଯୋଜକ ଡ଼.ରଘୁନାଥ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ଯୁବନେତା ତ୍ରିନାଥ ବିଶ୍ୱାଳ, ନାରୀନେତ୍ରୀ ସ୍ମିତା ସିଂହ, କଣ୍ଟାବାଡ ବ୍ଲକର ପୂର୍ବତନ ଅଧ୍ୟକ୍ଷା ସ୍ମିତା ସ୍ୱାଇଁ ଓ ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସଂଗଠନ ସମ୍ପାଦକ ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଓଡିଶାରେ ବିକାଶରେ ବୁଦ୍ଧିଜୀବି ସମାଜର ଭୂମିକା ସମ୍ପର୍କରେ ବିଷୟରେ ଖୋର୍ଦ୍ଧା ଜିଲ୍ଲା ଜାତୀୟ ସେବା ଯୋଜନାର ପ୍ରମୁଖ ସଂଯୋଜକ ଡ଼.ରଘୁନାଥ ମଣ୍ଡଳ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି। ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି।

ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ୨୦୧୪ ମସିହାରୁ ଉତ୍କଳୀୟମ ଫାଉଣ୍ଡେସନ ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରିଆସୁଅଛି। ଏବେ ଏହି ସଂଗଠନ ଭୁବନେଶ୍ୱରରେ କେବଳ ଓଡିଶାରେ ସୀମିତ ହୋଇ ନାହିଁ, ତାହା ଦେଶ ଓ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରସିଦ୍ଧି ଲାଭ କରିଛି ବୋଲି ମୁଖ୍ୟ ଅତିଥି ଅନନ୍ତ ନାରାୟଣ ଜେନା ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରଣପୁର ନନ୍ଦପୁର କେଳା କେଳୁଣୀ କଳାର ନିଖୁଣ ଅଭିନୟ ଅଜୟ ଦାସ ଓ ତାଙ୍କ ଟିମ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ କଳା ପ୍ରଦର୍ଶନ କରିଥିଲେ। ଏଥିରେ ବିଭିନ୍ନ ବୁଦ୍ଧିଜୀବି , ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାର ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

କବି ତଥା ପ୍ରଶାସକ କ୍ଷମାନିଧି ଭୋଇଙ୍କୁ ଦୁର୍ଗା ମାଧବ ସ୍ମାରକୀ କବିତା ପୁରସ୍କାର

ରେଢ଼ାଖୋଲ (କନ୍ଦର୍ପ ବେହେରା): କବି ତଥା ପ୍ରଶାସକ କବି କ୍ଷମାନିଧି ଭୋଇଙ୍କୁ ସମାରୋହ ପତ୍ରିକାର ବାର୍ଷିକ ଉତ୍ସବରେ “ଦୁର୍ଗା ମାଧବ ସ୍ମାରକୀ କବିତା ପୁରସ୍କାର”
ପ୍ରଦାନ କରାଯାଇଛି। ବୁଦ୍ଧ ମନ୍ଦିର ଠାରେ ଅନିଷ୍ଠିତ ଏକ ରାଜ୍ୟସ୍ତରୀୟ ସମାରୋହ ପତ୍ରିକାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତରୁଣ କାନ୍ତି ମିଶ୍ର, ସାହିତ୍ୟିକ ଅସିତ ମହାନ୍ତି ପ୍ରମୁଖ ଯୋଗଦେଇ କବି କ୍ଷମା ନିଧି ଭୋଇ ଙ୍କୁ ପୁରସ୍କୃତ କରିଥିଲେ।

କବି ତଥା ପ୍ରଶାସକ କ୍ଷମାନିଧି ଭୋଇ ନାକଟିଦେଉଳ ବ୍ଲକର ବିଡ଼ିଓ ଭାବରେ ଅବସ୍ଥାପିତ।  ତାଙ୍କର କବିତା ପୁସ୍ତକ “କର୍ଣ୍ଣିକା” ଓ “କେମିତି କହିବି କୁହ” ପ୍ରକାଶିତ ଏବଂ ଓଡିଶାର ପ୍ରତିଷ୍ଠିତ ପତ୍ର ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବୁଦ୍ଧ ମନ୍ଦିର ପକ୍ଷରୁ ନିଆରା ଢଙ୍ଗରେ ବୁଦ୍ଧ ପୂର୍ଣ୍ଣିମା ପାଳିତ

ଭୁବନେଶ୍ୱର: ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଓଡ଼ିଶା ଶାଖା ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। କରୋନା ମହାମାରୀର ପ୍ରକୋପ ତଥା ବାତ୍ୟା ପରିପ୍ରେକ୍ଷୀରେ ସୋସାଇଟି ପକ୍ଷରୁ କଳିଙ୍ଗ ନଗରଠାରେ ଗରିବଶ୍ରେଣୀର ଲୋକଙ୍କ ମଧ୍ୟରେ ଶୁଖିଲା ଖାଦ୍ୟ ଯଥା-ଚାଉଳ, ଅଟା, ଡ଼ାଲି, ତେଲ, ଆଳୁ ଓ ପିଆଜର ପ୍ୟାକେଟ ବଣ୍ଟନ କରାଯାଇଛି।

ଏଥିସହିତ ଭୁବନେଶ୍ୱର ଓ ଛତିିଆର ତିନୋଟି ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମକୁ ଓଡ଼ିଶା ଶାଖାର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ପରିଚାଳନା କରିଥିଲେ। ସୋସାଇଟିର ସଭ୍ୟ ଡଃ କରୁଣାକର ପ୍ରଧାନ, ନମ୍ରତା ଚଢା, ନମିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

ଓଡ଼ିଶା ଶାଖା ସଭାପତି ଡଃ ବିମଳେନ୍ଦୁ ମହାନ୍ତି, କେନ୍ଦ୍ରୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ବରିଷ୍ଠ ସଭ୍ୟ ବିଳମ ଦାସଙ୍କ ପ୍ରତ୍ୟକ୍ଷ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।