Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ମଦ କାରବାର ଉପରେ ଚଢ଼ାଉ, ୧୦ ଦିନରେ ଜବତ ହେଲାଣି ୧ ଲକ୍ଷ ଲିଟର ମଦ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ମଦ କାରବାର ଉପରେ ଚଢ଼ଉ ଜାରି ରହିଛି । ଇତି ମଧ୍ୟରେ ଅବକାରୀ ବିଭାଗର ବିଭିନ୍ନ ଦଳ ସାରା ରାଜ୍ୟରେ ଚଢ଼ାଉ କରିବା ସହିତ ବେଆଇନ ମଦ, ମଦ ପ୍ରସ୍ତୁତି ସାମଗ୍ରୀଗୁଡ଼ିକ ଜବତ କରିଛନ୍ତି। ଏଥି ସହ କାରବାରରେ ସାମିଲ ବ୍ୟକ୍ତିଙ୍କୁ ଗିରଫ କରାଯିବା ସାଙ୍ଗକୁ ବ୍ୟବହୃତ ଗାଡ଼ିଗୁଡ଼ିକ ମଧ୍ୟ ଜବତ କରାଯାଉଛି।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଗଷ୍ଟ ୨୦ରୁ ୨୯ ତାରିଖ ସନ୍ଧ୍ୟା ସୁଦ୍ଧା ବେଆଇନ ମଦ କାରବାର ନେଇ ମୋଟ ୨୬୮୬ଟି କେସ୍‌ ପଞ୍ଜିକୃତ ହେବା ସହ ୧୫୦୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ସହ ୧ ଲକ୍ଷ ୩୯ ହଜାର ୧୪୨ ଲିଟର ବେଆଇନ ମଦ ଓ ୧୨ ଲକ୍ଷ ୮୮ ହଜାର ୬୩୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି। ଏଥି ସହିତ ଏହି ବେଆଇନ କାରବାରରେ ବ୍ୟବହୃତ ୧୫୦ଟି ଗାଡ଼ିକୁ ଜବତ କରାଯାଇଛି।

ଏଥି ମଧ୍ୟରେ ଅନୁଗୋଳର ୯୦ ଜଣ, ବାଲେଶ୍ୱରର ୯୬ ଜଣ, ଭଦ୍ରକର ୫୯ ଜଣ, ଭୁବନେଶ୍ୱରର ୬୯ ଜଣ, କଟକର ୬୩ ଜଣ, ଗଞ୍ଜାମର ୫୮ ଜଣ, ଯାଜପୁରର ୬୧ ଜଣ, କେଉଁଝରର ୬୮ ଜଣ, କୋରାପୁଟର ୫୮ ଜଣ, ମୟୂରଭଞ୍ଜର ୫୭ ଜଣ, ରାଉରକେଲାର ୭୧ ଜଣ ଏବଂ ସମ୍ବଲପୁରରୁ ୭୭ ଜଣ ଗିରିଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଚଢ଼ାଉ ଜାରି ରହିବ ଏବଂ ବେଆଇନ ମଦ କାରବାରକୁ ସଂପୂର୍ଣ୍ଣ ମୂଳପୋଛ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବେଆଇନ ମଦ କାରବାର: ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡ଼ାଉନ ସମୟରେ ବେଧଡକ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର କରିବାକୁ ବେପାରୀମାନେ ପଛାଉନାହାନ୍ତି। ଏହାକୁ ନେଇ ପୋଲିସ କଡା ନଜର ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବାଣପୁର ପୋଲିସ।

ସୂଚନା ମୁତାବକ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗମ୍ଭାରୀମୁଣ୍ଡା ଏବଂ ପାରିନୂଆଗାଁ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଗମ୍ଭାରୀମୁଣ୍ଡାରୁ ବଟୁ ବରାଳଙ୍କ ନିକଟରୁ ୧୯.୯୬୦ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ପାରିନୁଆଗାଁରୁ କେଦାର ବାରିକଙ୍କ ନିକଟରୁ ୪.୨୦୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ।

ଉଭୟଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୪୮ ଏବଂ ୨୪୯ ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ବାମଦେବ ଜେନା ସାମିଲ ଥିଲେ।