Categories
ଅପରାଧ ଆଜିର ଖବର ଜାତୀୟ ଖବର

ହିମାଚଳ ସଚିବାଳୟକୁ ବୋମା ଧମକ: ପୋଲିସର ତଦନ୍ତ ଜାରୀ

ଶିମଲା: ହିମାଚଳ ସଚିବାଳୟକୁ ବୋମା ଧମକ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ବୋମା ନିରୋଧକ ଦଳ ଶିମଲାର ହିମାଚଳ ସଚିବାଳୟରେ ପହଞ୍ଚି ସମଗ୍ର ସଚିବବାଳୟର ଯାଞ୍ଚ କରୁଛନ୍ତି। ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ପ୍ରବୋଧ ସକ୍ସେନା କହିଛନ୍ତି ଯେ, ଚିନ୍ତା କରିବାର କିଛି ନାହିଁ। ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ସନ୍ଧାନ କରାଯାଉଛି। ସେ କହିଛନ୍ତି ଯେ, ଏହି ଧମକ ଏକ ଇମେଲ ମାଧ୍ୟମରେ ଗ୍ରହଣ କରାଯାଇଛି। ଆମର ଅନୁସନ୍ଧାନକାରୀ ସଂସ୍ଥା ବର୍ତ୍ତମାନ ଏହି ଇମେଲ କେଉଁଠାରୁ ପଠାଯାଇଛି ତାହା ଅନୁସନ୍ଧାନ କରୁଛନ୍ତି।

ପ୍ରକାଶ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ହିମାଚଳର ମଣ୍ଡି ଡିସି କାର୍ଯ୍ୟାଳୟକୁ ବିସ୍ଫୋରଣ କରିବାର ଧମକ ଆସିଥିଲା। ଡିସି କାର୍ଯ୍ୟାଳୟକୁ ଧମକ ଦେବା ପରେ ବର୍ତ୍ତମାନ ସଚିବାଳୟକୁ ମଧ୍ୟ ଧମକ ଦିଆଯାଇଛି। ଏହି ଧମକ ପାଇବା ପରେ ସଚିବାଳୟରେ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି। ଏବଂ ସତର୍କତାମୂଳକ ଭାବେ ବୋମା ନିଷ୍କାସନକାରୀ ଦଳକୁ ଘଟଣାସ୍ଥଳକୁ ଡକାଯାଇଛି। ଏହି ଟିମ୍ ରାତିରେ ସଚିବାଳୟକୁ ମଧ୍ୟ ତଲାସୀ ନେଇଥିଲେ ଏବଂ ଘଟଣାସ୍ଥଳରେ କୌଣସି ବିସ୍ଫୋରକ ସାମଗ୍ରୀ ପାଇ ନଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅମିତାଭ ବଚନଙ୍କ ବଙ୍ଗଳାରେ ବୋମା, ମୁମ୍ବାଇ ପୋଲିସର ଛାନଭିନ୍ନ

ବୋମା ଧମକ: ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ବୋମା ଧମକ କଲ ପାଇବା ପରେ ମୁମ୍ବାଇର ତିନୋଟି ରେଳ ଷ୍ଟେସନ ଏବଂ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିଛି। ପୋଲିସକୁ ଏକ କଲ ଆସିଥିଲା ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ (ସିଏସଏମଟି), ବାଇକୁଲ୍ଲା, ମୁମ୍ବାଇର ଦାଦର ରେଳ ଷ୍ଟେସନ ଏବଂ ଜୁହୁରେ ଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ରଖାଯାଇଛି।

ଫୋନ କଲ ପାଇବା ପରେ ଏହି ଚାରିଟି ସ୍ଥାନରେ ସର୍ଚ୍ଚ କରାଯାଇଥିଲା, କିନ୍ତୁ ଅପରେସନ ସମୟରେ କୈଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା । ପରବର୍ତ୍ତି ସମୟରେ ଏହା ଏକ ଫେକ କଲ ଥିଲା ବୋଲି ଜଣାପଡିଛି। ଏହି ଘଟଣାରେ ମୁମ୍ବାଇର ଥାନେ ଅଞ୍ଚଳରୁ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି।