Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ବନ୍ଦ ଡାକରା ଦେଲା ବିଜେଡି, ଜାଣନ୍ତୁ କେବେ କେତେବେଳେ ଓ କାହିଁକି

ଭୁବନେଶ୍ବର: ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଆଜି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରାଯାଇଛି। ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଭୁବନେଶ୍ବରକୁ ବନ୍ଦ କରାଯିବ ବୋଲି କହିଛନ୍ତି। ସେଦିନ ବିଜେଡି କର୍ମିମାନେ ସମସ୍ତେ ଏହି ବନ୍ଦ ଡାକରାରେ ସାମିଲ ହେବେ।

ମୁଖ୍ୟତଃ ଭୁବନେଶ୍ବର ଭରତପୁର ଥାନାରେ ଯେପରି ନିର୍ଯ୍ୟାତନା ଘଟଣା ଘଟିଲା ତାହାର ପ୍ରତିବାଦରେ ଦଳ ଏହି ବନ୍ଦ ଡାକରା ଦେଇଛି। ସେଥିପାଇଁ ଦଳ ଆସନ୍ତା 24 ତାରିଖ ମଙ୍ଗଳବାର ଦିନ ଏହି ବନ୍ଦ ପାଳନ କରିବ। ସେଦିନ ଦଳ ସକାଳ 6 ଟାରୁ ଦିନ 1 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡକରା କରାଯିବ ବୋଲି ଦଳ ଘୋଷଣା କରିଛି।

Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ଭାରତପୁର ଥାନାରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣା ନେଇ ପାଟି ଖୋଲିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଭରତପୁର ଥାନା ରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କୁ ନିର୍ଯ୍ୟାତନାଦିଆଗଲା ତାକୁ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏ ଘଟଣା କୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି।

ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶ ର ବିବେକ କୁ ଦୋହଲାଇ ଦେଇଛି। ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି।

ଏହି ନାରକୀୟ ଘଟଣାର ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରିବା ସହ ଘଟଣା ରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ବିଜେପି ସରକାର ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟ ରେ ମୋ ସରକାର ବ୍ୟବସ୍ଥା ଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କାରି ମନ୍ତୀ ଓ ବରିଷ୍ଠ ଅଧିକାରୀ ମାନେ ଥାନା ଓ ଡାକ୍ତରଖାନା ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ଯାଉଥିବା ନାଗରିକ ମାନଙ୍କଠାରୁ କର୍ମଚାରୀମାନଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତା ସଂମ୍ପର୍କ ରେ feedback ସଂଗ୍ରହ କରୁଥିଲେ। ବିଜେପି ସରକାର ଶାସନ କୁ ଆସିବା ପରେ ପରେ ତୁରନ୍ତ ମୋ ସରକାର ପରି ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ବନ୍ଦ କରିଦେଲେ,ଯାହାର ପରିଣାମ ଏବେ ସର୍ବତ୍ର ଦୃଶ୍ୟମାନ।

ପୁରୀ ରାଜଭବନ ଘଟଣା ରେ ଦାୟିତ୍ୱ ସମ୍ପାଦନ କରୁଥିବା ଜଣେ ସରକାରୀ ଅଧିକାରୀଙ୍କ ବ ଉପରେ ରାଜ୍ୟପାଳ ଙ୍କ ପୁଅ ଆକ୍ରମଣ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ମନା କରିଦେବା ଦ୍ୱାରା ଏହା ଅପରାଧୀ ମାନଂକୁ ଉତ୍ସାହିତ କରିଛି। ରାଜ୍ୟପାଳ ଙ୍କ ପୁଅ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ପୁଣି ଥରେ ସରକାର ଙ୍କୁ ଅନୁରୋଧ କରୁଛି।

ଭରତପୁର ଥାନାରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କ ଉପରେ ଯେଭଳି ଜଘନ୍ୟ ଅତ୍ୟାଚାର କରାଗଲା ତାର କୋର୍ଟ ତତ୍ୱାବଧାନ ରେ SIT ତଦନ୍ତ ସହ ଶ୍ରୀ ପଟ୍ଟନାୟକ ବିଚାରବିଭାଗୀୟ ତଦନ୍ତ ଦାବୀ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାବିତ୍ରୀ ବ୍ରତ ପରି ଦିନରେ ଧୋକା ଦେଲା ସ୍ବାମୀ, ବାନ୍ଧିଲା ପୋଲିସ

ଭୁବନେଶ୍ବର: ସ୍ବାମୀର ମଙ୍ଗଳ କାମନା କରି ସଧବା ସ୍ତ୍ରୀମାନେ ପାଳନ କରିଥାନ୍ତି ସାବିତ୍ର ବ୍ରତ ବା ଓଷା। ଏହିଦିନ ସ୍ତ୍ରୀମାନେ ସ୍ବାମୀର ମଙ୍ଗଳ ପାଇଁ ପୁରା ଉପବାସ ରୁହନ୍ତି। ଏହିପରି ଏକ ପବିତ୍ର ଦିନରେ ସ୍ତ୍ରୀକୁ ଛାଡି ଚାଲିଗଲା ସ୍ବାମୀ। ଯାହାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା। ସେତିକି ନୁହେଁ ଅନ୍ୟ ଜଣଙ୍କୁ ବାହା ହେବାକୁ ଯାଉଥିବା ବେଳେ ସେଠାରୁ ପୋଲିସ ତାକୁ ବାନ୍ଧି ନେଇଛି।

ଏହିପରି ଘଟଣା ଭୁବନେଶ୍ବର ଭରତ ପୁର ଥାନା ଅଧିନସ୍ଥ ପାଣ୍ଡକୁରା ବସ୍ତିରେ ଘଟିଛି। ସେହି ବସ୍ତିରେ ବିଭୂ ନାୟକ ଏବଂ ତାହାର ସ୍ତ୍ରୀ ଏକାଠି ରହୁଥିଲେ। ହେଲେ ଅନ୍ୟ ଏକ ଝିଅ ସହିତ ବିଭୂର ପ୍ରେମ ହେବା ପରେ ତାକୁ ବିବାହ କରିବା ପାଇଁ ପ୍ରତିଶୃତି ଦେଲେ। ଗତକାଲି ସେମାନଙ୍କ ନିର୍ବନ୍ଧ ହେଉଥିବା ବେଳେ ତାହାର ସ୍ତ୍ରୀ ଖବର ପାଇ ଥାନାରେ ଗୁହାରି କଲା।

ଏହାପରେ ଭରତପୁର ପୋଲିସର ଏକ ଟିମ ଘଟଣାସ୍ଥଳକୁ ଯାଇ ଏହା ନିର୍ବନ୍ଧ ବନ୍ଦ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି।