Categories
ଆଜିର ଖବର ଖେଳ ଜାତୀୟ ଖବର

ପୁରୁଷ ହକି୫ଏସ୍ ଏସିଆ କପ୍ ଜିତିଲା ଭାରତ: ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ପୁରୁଷ ହକି୫ଏସ୍ ଏସିଆ କପ୍ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳକୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ହକି୫ଏସ୍ ଏସିଆ କପରେ ଚାମ୍ପିୟନ!

ଏକ ଅଦ୍ଭୁତପୂର୍ବ ବିଜୟ ପାଇଁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ। ଏହା ଆମ ଖେଳାଳିଙ୍କ ଅସୀମ ଉତ୍ସର୍ଗର ଏକ ପ୍ରମାଣ ଏବଂ ଏହି ବିଜୟ ସହ ଆମେ ଆସନ୍ତା ବର୍ଷ ଓମାନରେ ହେବାକୁ ଥିବା ହକି୫ ବିଶ୍ୱକପରେ ମଧ୍ୟ ଆମର ସ୍ଥାନ ସୁରକ୍ଷିତ କରିଛୁ।

ଆମ ଖେଳାଳିଙ୍କ ଆଭିମୁଖ୍ୟ ଏବଂ ନିଷ୍ଠା ଆମ ଦେଶକୁ ପ୍ରେରଣା ଯୋଗାଇବାରେ ଲାଗିଛି।’

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଅମିତ ରୋହିଦାସ ସମ୍ମାନିତ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଆଜି ମୁଖ୍ୟାଳୟ ରେଳସଦନ ଠାରେ ଏହାର ବରିଷ୍ଠ କ୍ରୀଡ଼ା ଅଧିକାରୀ ତଥା ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଳପଥ କ୍ରୀଡା ସଂଗଠନର (ଇକୋର) ସଭାପତି ମାନସ କୁମାର ପୋଦ୍ଦାର, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଏବଂ ମହାପ୍ରବନ୍ଧକଙ୍କ ସଚିବ ବିଶ୍ୱଜିତ ଭୋଇଙ୍କ ଉପସ୍ଥିତିରେ ସମ୍ମାନିତ କରିଛନ୍ତି। ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ ରୋହିଦାସ ଗତ କମନୱେଲଥ ଗେମ୍ସରେ ସିଲଭର ପଦକ ଜିତି ଭାରତୀୟ ରେଳବାଇ ସହିତ ଦେଶକୁ ଗୌରବାନ୍ୱିତ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ଅଲିମ୍ପିକ୍ସ: ଜାପାନକୁ ୫-୩ ରେ ପରାସ୍ତ କଲା ଭାରତୀୟ ପୁରୁଷ ହକି ଦଳ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଗ୍ରୁପ୍ ପର୍ଯ୍ୟାୟରେ ଭାରତର ପୁରୁଷ ହକି ଦଳ ଏକ ଭଲ ଖେଳ ପ୍ରଦର୍ଶନ କରିଛି। ପୁଲ୍ ଏ ର ଶେଷ ମ୍ୟାଚ୍ ରେ ଜାପାନକୁ ଭାରତୀୟ ଦଳ ୫-୩ ରେ ପରାସ୍ତ କରିଥିଲେ। ଏହା ହେଉଛି ଭାରତର ଚତୁର୍ଥ ବିଜୟ। ସ୍ପେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନାକୁ ମଧ୍ୟ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ପରାସ୍ତ କରିଛି। ଏହି ପର୍ଯ୍ୟାୟରେ ଭାରତ ମାତ୍ର ଗୋଟିଏ ମ୍ୟାଚରେ ହାରିଛି। କେବଳ ଅଷ୍ଟ୍ରେଲିଆ ବିରୋଧରେ ଭାରତକୁ ୧-୭ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ଆଜିର ଜାପାନ ବିରୋଧ ମ୍ୟାଚରେ ଗୁରୁଜନ୍ତ ଏବଂ ହରମାନପ୍ରୀତ ସିଂ ଦୁଇଟ ଲେଖାଏଁ ଗୋଲ କରିଥିବା ବେଳେ ନୀଲକାନ୍ତା ଶର୍ମା ଭାରତ ପାଇଁ ଗୋଟିଏ ଗୋଲ୍ ସ୍କୋର କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳରେ ସାମିଲ ହେଲେ ଦୁଇ ଓଡିଆ: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଘୋଷିତ ଭାରତୀୟ ଦଳରେ ୨ ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଭାରତୀୟ ୧୬ ଜଣିଆ ଦଳରେ ସାମିଲ କରାଯାଇଛି। ତେବେ ଏହି ଦୁଇ ଖେଳାଳିଙ୍କୁ ଅଲମ୍ପିକ ଖେଳିବା ପାଇଁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଘୋଷିତ ଭାରତୀୟ ହକି ଦଳ:

ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ଅଛନ୍ତି।