Categories
ଆଜିର ଖବର ରାଜ୍ୟ ଖବର

ଭିଏତନାମରୁ ଆସିଥିବା ପ୍ରତିନିଧିମଣ୍ଡଳକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଏବଂ ଭିଏତନାମର ଉଚ୍ଚ ଅଧିକାରୀଙ୍କୁ ନେଇ ଗଠିତ ଏକ ପ୍ରତିନିଧିମଣ୍ଡଳ ମଧ୍ୟରେ ଅନୁଷ୍ଠିତ ଏକ ଆଲୋଚନାରେ ଭାରତ ଏବଂ ଭିଏତନାମ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ଏହି ପ୍ରତିନିଧିମଣ୍ଡଳର ନେତୃତ୍ୱ ଭିଏତନାମ କମ୍ୟୁନିଷ୍ଟ ପାର୍ଟି (ସିପିଭି) ର ପଲିଟବ୍ୟୁରୋ ସଦସ୍ୟ ଏବଂ ସିପିଭିର ସୂଚନା, ଶିକ୍ଷା ଏବଂ ଗଣ ଆନ୍ଦୋଳନ କେନ୍ଦ୍ରୀୟ କମିଶନର ଅଧ୍ୟକ୍ଷ ଙ୍ଗୁୟେନ ଟ୍ରୋଙ୍ଗ ଙ୍ଘିୟା ନେଇଥିଲେ। ବୈଠକରେ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁଙ୍କ ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଭାରତ ଏବଂ ଭିଏତନାମ ପାରମ୍ପରିକ ଭାବରେ ଘନିଷ୍ଠ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ  ରଖିଆସିଛନ୍ତି। ୨୦୨୨ ମସିହାରେ, ଦୁଇ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ କରିଥିଲେ। ୨୦୧୬ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଏତନାମ ଗସ୍ତ ସମୟରେ ଭାରତ-ଭିଏତନାମ ଦ୍ୱିପାକ୍ଷିକ ସମ୍ପର୍କକୁ ‘ବ୍ୟାପକ ରଣନୈତିକ ସହଭାଗୀତା’ ସ୍ତରକୁ ଉନ୍ନୀତ କରାଯାଇଥିଲା।

ମଇ ୧ରୁ ୪ ତାରିଖରେ ଅନୁଷ୍ଠିତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ, ୨୦୨୫ରେ ଭିଏତନାମର ବିଶାଳ ପ୍ରତିନିଧିମଣ୍ଡଳର ଅଂଶଗ୍ରହଣକୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ମୁରୁଗନ ପ୍ରଶଂସା କରିଥିଲେ। ମହାମହିମ ଙ୍ଗୁୟେନ ଟ୍ରୋଙ୍ଗ ଙ୍ଘିୟା ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଭାବରେ ଭାରତର ପ୍ରଭାବଶାଳୀ ଉତଥାନକୁ ପ୍ରଶଂସା କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତା ଏବଂ ସହଭାଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇ ଦେଶର ଗଣମାଧ୍ୟମ ସଂଗଠନ ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଏହି ଅବସରରେ ପ୍ରସ୍ତାବ ଦିଆଯାଇଥିଲା।

ଦୁଇ ଦେଶ ସେମାନଙ୍କର ଗଭୀର ସଭ୍ୟତାଗତ ସମ୍ପର୍କକୁ ରେଖାଙ୍କିତ କରିଥିଲେ, ଯେଉଁଥିରେ ବୌଦ୍ଧ ଐତିହ୍ୟ ଅନ୍ତର୍ଭୁକ୍ତ। ଏହା ସହିତ ବହୁମୁଖୀ ସହଯୋଗକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭିଏତନାମର ଲାଓ-ପିଡିଆର ଠାରେ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟାଫର ଲକ୍ସନଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ।

ଦୁଇ ପ୍ରଧାନମନ୍ତ୍ରୀ ବ୍ୟବସାୟ, ନିବେଶ, ପ୍ରତିରକ୍ଷା, ନବୀକରଣୀୟ ଉର୍ଜା, ଶିକ୍ଷା, ଡାଏରୀ, କୃଷି ପ୍ରଯୁକ୍ତି, କ୍ରୀଡ଼ା, ପର୍ଯ୍ୟଟନ, ଅନ୍ତରୀକ୍ଷ ଏବଂ ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ଆଦି ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। କ୍ରମାଗତ ଉଚ୍ଚସ୍ତରୀୟ ସମ୍ପର୍କ ପ୍ରତିଷ୍ଠା କରାଯାଇଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହୋଇପାରିଛି। ଏହି ପ୍ରସଙ୍ଗରେ ସେ ନିକଟରେ ଭାରତର ରାଷ୍ଟ୍ରପତିଙ୍କ ନ୍ୟୁଜିଲାଣ୍ଡ ଗସ୍ତ କଥା ମନେ ପକାଇଥିଲେ, ଯାହାକି ଏକ ବଡ଼ ସଫଳତା ଥିଲା।

ଆନ୍ତର୍ଜାତିକ ସୌର ମେଣ୍ଟରେ ସାମିଲ ହେବା ନେଇ ନ୍ୟୁଜିଲାଣ୍ଡର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ।

ଦୁଇ ପ୍ରଧାନମନ୍ତ୍ରୀ ବହୁପକ୍ଷୀୟ ମଞ୍ଚରେ ସହଯୋଗକୁ ଅଧିକ ମଜବୁତ୍ କରିବା ନେଇ ନିଜ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ଅଧିକ ଶୀର୍ଷକୁ ନେଇଯିବା ଦିଗରେ ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନଙ୍କୁ ସୁବିଧା ଅନୁସାରେ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ସେ ସ୍ୱୀକାର କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଭିଏତନାମର ରାଷ୍ଟ୍ରପତି ତଥା ଦଳର ସାଧାରଣ ସଚିବଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦର ‘ଭବିଷ୍ୟର ଶିଖର ସମ୍ମିଳନୀ’ ଅବସରରେ ୨୩ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲିଷ୍ଟ ରିପବ୍ଲିକ ଅଫ୍ ଭିଏତନାମର ରାଷ୍ଟ୍ରପତି ତଥା କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଚିବ ତୋ ଲାମଙ୍କୁ ଭେଟିଛନ୍ତି।

ଉନ୍ନତ ନେତୃତ୍ୱ ପାଇଁ ରାଷ୍ଟ୍ରପତି ତୋ ଲାମଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଭାରତ ଓ ଭିଏତନାମ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଆଶା ପୋଷଣ କରିଥିଲେ।

ଚଳିତ ମାସ ସାମୁଦ୍ରିକ ଝଡ଼ ୟାଗି ଯୋଗୁ ଭିଏତନାମରେ ହୋଇଥିବା ଧନଜୀବନ କ୍ଷତି ପାଇଁ ପ୍ରଧାନମନ୍ତ୍ରୀ ସମବେଦନା ପ୍ରକାଶ କରିଥିଲେ। ଅପରେସନ ସାଧବ ଜରିଆରେ ଜରୁରି ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ପଠାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ତଥା ସାଧାରଣ ସଚିବ ତୋ ଲାମ ଧନ୍ୟବାଦ ଜଣାଇଥିଲେ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସଭ୍ୟତା ଓ ସାଂସ୍କୃତିକ ସମ୍ପର୍କ ଏବଂ ପାରସ୍ପରିକ ଅଟଳ ବିଶ୍ୱାସ, ବୁଝାମଣା ଓ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗକୁ ଦୋହରାଇଥିଲେ। ଭିଏତନାମ ପ୍ରଧାନମନ୍ତ୍ରୀ ଫାମ୍ ମିନ୍ ଚିନଙ୍କ ଗତ ମାସର ଭାରତ ଗସ୍ତ ବିଷୟ ଉଭୟ ନେତା ମନେ ପକାଇଥିଲେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ। ଇଣ୍ଡୋ-ପାସିଫିକ ତଥା ଆନ୍ତର୍ଜାତିକ ପ୍ଲାଟଫର୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଏବଂ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କ ସୋଆ ପରିଦର୍ଶନ କାର୍ଯ୍ୟକ୍ରମ ଶେଷ

ଭୁବନେଶ୍ୱର: ଜୁଲାଇ ୩୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ୪ ଦିନିଆ ପରିଦର୍ଶନରେ ଆସିଥିବା ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳର ଗସ୍ତ ଆଜି ଶେଷ ହୋଇଛି।

ବିଶ୍ୱବିଦ୍ୟାଳୟର ଡେପୁଟି ଡାଇରେକ୍ଟର ଡକ୍ଟର ଫୁକ ମିନ ହିପଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ।

ଏହି ଅବସରରେ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଡାଟା ସାଇନ୍ସ ବିଭାଗର ମୁଖ୍ୟ ଡକ୍ଟର ଡାଓ ଭାନ ତୁଏଟ ମଧ୍ୟ ଉପସ୍ଥିତ ଥିଲେ।

ସୋଆର ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ପରିଦର୍ଶନ କରିବା ପରେ ଏଠାରେ ଥିବା ବ୍ୟବସ୍ଥା ଓ ସୁଯୋଗକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଏହାଦ୍ୱାରା ପ୍ରତିନିଧି ଦଳ ପ୍ରଭାବିତ ହୋଇଥିବା ପ୍ରକାଶ କରିଥିଲେ। ପ୍ରତିନିଧି ଦଳଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ଆତିଥ୍ୟକୁ ନେଇ ମଧ୍ୟ ସେମାନେ ଖୁସି ବ୍ୟକ୍ତ କରିଥିଲେ।

ସୋଆର ମେଡିକାଲ୍ କଲେଜ ଏବଂ ଗବେଷଣା କେନ୍ଦ୍ରଗୁଡ଼ିକ ଜେନୋମିକ୍ସ, ବାୟୋ-ଇନ୍‌ଫର୍ମାଟିକ୍ସ, ଫାର୍ମାସ୍ୟୁଟିକାଲ୍‌ସ, ଡାଟା ସାଇନ୍ସ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏସ୍‌ଆଇୟୁ ମଧ୍ୟ ଏହି ସବୁ ବିଷୟକୁ ନେଇ ସୋଆ ସହ ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ସହଯୋଗିତା ନିମନ୍ତେ ଉତ୍ସୁକ ବୋଲି ଡକ୍ଟର ହିପ୍ କହିଥିଲେ।
ଭିଏତନାମ ପ୍ରତିନିଧି ଦଳ ସୋଆର ବିଭିନ୍ନ ବିଭାଗର ଫ୍ୟାକଲ୍ଟିମାନଙ୍କ ସହ ଆଲୋଚନା କରିବା ସହ ପ୍ରଶିକ୍ଷଣ ସୁବିଧାଗୁଡ଼ିକ ମଧ୍ୟ ବୁଲି ଦେଖିଥିଲେ।

ପ୍ରଫେସର (ଡକ୍ଟର) ନାୟକ କହିଥିଲେ ଯେ ଏସ୍‌ଆଇୟୁ ସୋଆ ସହଯୋଗିତା ନେଇ ଏକ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ଆବଶ୍ୟକ। ପ୍ରଫେସର ନାୟକଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ବିଶ୍ୱବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ ଏବଂ ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

ଡକ୍ଟର ହିପ୍ ଏବଂ ଅନ୍ୟ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଂଚିବା ପରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଫେସର, ଗବେଷକ ଓ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ।

ଏହା ପ୍ରତିନିଧି ଦଳ ଭୁବନେଶ୍ୱର ବିଭିନ୍ନ ଐତିହାସିକ ସ୍ଥଳୀ ବୁଲି ଦେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଭିଏତନାମର ସାଂସ୍କୃତିକ ଦଳ, ପରିବେଷଣ କରିବେ ନିଜ ଦେଶର କଳା ସଂସ୍କୃତି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ପହଂଚିଛନ୍ତି ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ଏକ ସାଂସ୍କୃତିକ ଦଳ। ନୃତ୍ୟ ଓ ସଂଗୀତ ମାଧ୍ୟମରେ ନିଜ ଦେଶର ପ୍ରାଚୀନ କଳା ଓ ସଂସ୍କୃତି ସୋଆରେ ପରିବେଷଣ କରିବେ ଏହି ଦଳ।
ଭିଏତନାମର ନିନ୍ ଥୁଆନ୍ ପ୍ରଦେଶର ସଂସ୍କୃତି, କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗର ଭାଇସ୍‌-ଡାଇରେକ୍ଟର ଭାନ୍ କୋଙ୍ଗ୍ ହୋଆଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ବୁଧବାର ସନ୍ଧ୍ୟାରେ ସୋଆ ଅଡିଟରିୟମ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

ଏହି ଦଳର ସଦସ୍ୟମାନେ ଚାମ୍ ନୃତ୍ୟ (ଏହାକୁ ଅପ୍‌ସରା ନୃତ୍ୟ ମଧ୍ୟ କୁହାଯାଏ) ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ନୃତ୍ୟର ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ସହିତ ଅନେକ ସାମଞ୍ଜସ୍ୟ ରହିଛି। ସେହିପରି ସେମାନଙ୍କର ଅନ୍ୟ ନୃତ୍ୟଗୁଡ଼ିକ ମଧ୍ୟ ଓଡ଼ିଆ ପାଇକ ନୃତ୍ୟ ଭଳି ଜଣାପଡ଼େ।

ଭୁବନେଶ୍ୱରରେ ପହଂଚିବା ପରେ ଶ୍ରୀ ହୋଆ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ।

ସେହିପରି ତାଙ୍କ ଦଳର ସଦସ୍ୟମାନେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ।

ଅପରାହ୍ଣରେ ସେମାନେ ସୋଆର କ୍ୟାମ୍ପସ୍‌ଗୁଡ଼ିକୁ ପରିଦର୍ଶନ କରିବା ସହ ଆଇଟିଇଆର୍‌ର ସ୍ପୋର୍ଟ୍ସ ସେଂଟର ବୁଲି ଦେଖିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ଭିଏତନାମ ଓ ସୋଆ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବୁଝାମଣା

ଭୁବନେଶ୍ୱର: ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭିଏତନାମର ଭିନ୍ ଲଙ୍ଗ୍ ପ୍ରଦେଶର ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି।

ଏହି ବୁଝାମଣାପତ୍ର ଅନୁଯାୟୀ ଭାରତ ଏବଂ ଭିଏତନାମ୍ ମଧ୍ୟରେ ଶିକ୍ଷାଗତ କାର୍ଯ୍ୟକଳାପ, ସାଂସ୍କୃତିକ ବିନିମୟ ସହ ଦୁଇ ଦେଶରେ ମଧ୍ୟରେ ବନ୍ଧୁତ୍ୱକୁ ବୃଦ୍ଧି କରିବା।

ଏହି ଅବସରରେ ସୋଆ ଓ ଭିଏତନାମ ସ୍ଥିତ ଭିନ୍ ଲଙ୍ଗ୍ ୟୁନିଭର୍ସିଟି ଅଫ୍ ଟେକ୍‌ନୋଲୋଜି ଏଜୁକେସନ୍ (ଭିଏଲ୍‌ୟୁଟିଇ), ଭିଏତନାମ ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍‌, ଲଙ୍ଗ୍ ହୋ ଏବଂ ଭିନ୍ ଲଙ୍ଗ୍ ସିଟି ସ୍ଥିତ ପୁଟିନ ଆନିମଲ ଫିଡ୍ କମ୍ପାନି ଲିମିଟେଡ୍ ମଧ୍ୟରେ ଅନ୍ୟ ତିନୋଟି ପୃଥକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା।

ଭିଏତନାମ ପ୍ରତିନିଧି ଦଳ ଭିନ୍ ଲଙ୍ଗ୍ ପ୍ରଦେଶ ପିପୁଲ୍ସ କମିଟିର ଉପାଧ୍ୟକ୍ଷ ଡ.ଏନଗୁଏନ ଥି କୁଏନ ଥାନଙ୍କ ନେତୃତ୍ୱରେ ଓଡିଶା ଆସିଛନ୍ତି। ଭିନ୍ ଲଙ୍ଗ୍ ପ୍ରଦେଶ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ଏବଂ ସୋଆ ମଧ୍ୟରେ ସ୍ୱାକ୍ଷରିତ ଏମ୍‌ଓୟୁରେ ଦୁଇ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସୁଯୋଗ ସୃଷ୍ଟି କରିବା ଏବଂ ସାଂସ୍କୃତିକ ଏବଂ ଛାତ୍ର – ଶିକ୍ଷକ ବିନିମୟ ମାଧ୍ୟମରେ ପାରସ୍ପରିକ ସମ୍ପର୍କ ଏବଂ ବୁଝାମଣା କୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ।

ସୂଚନା ପ୍ରଯୁକ୍ତିବିଦ୍ୟା, ନାନୋଟେକ୍ନୋଲୋଜି , ସାଇବର ସୁରକ୍ଷା, ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ଭିଏତନାମ ଏବଂ ଭାରତୀୟ ସାଂସ୍କୃତିକ ଅଧ୍ୟୟନ ଏବଂ ବିନିମୟ କୁ ପ୍ରୋତ୍ସାହନ ଦେବା ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ସହଯୋଗ କରାଯିବ। ଉଭୟ ପକ୍ଷ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସହଯୋଗ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଅଗ୍ରଗତିକୁ ଅର୍ଥନୈତିକ ବିକାଶରେ ପରିବର୍ତନ
ତଥା କୃଷି ଅର୍ଥନୀତି ଉପରେ ବିଶେଷ ଗୁରୁତ୍ୱ ଦେବେ।

ସୋଆ ଏବଂ ଭିଏଲୟୁଟିଇ ମଧ୍ୟରେ ହୋଇଥିବା ଏହି ବୁଝାମଣାର ଉଦ୍ଦେଶ୍ୟ ହେଲା ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା, ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଅନ୍ୟମାନଙ୍କ ବିନିମୟ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଭିଏଲୟୁଟିଇ ଅଧ୍ୟାପକମାନଙ୍କୁ ସୋଆ ଦ୍ୱାରା ପ୍ରଦାନ କରାଯାଉଥିବା ପିଏଚ୍‌ଡି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୁଯୋଗ ଦେବା।

ସେହିପରି ସୋଆ ଏବଂ ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍ ମଧ୍ୟରେ ସ୍ୱାକ୍ଷରିତ ଏମ୍‌ଓୟୁର ଉଦ୍ଦେଶ୍ୟ ସହଯୋଗମୂଳକ ଏବଂ ବହୁମୁଖୀ ଗବେଷଣା ପ୍ରକଳ୍ପର ବିକାଶ ମାଧ୍ୟମରେ ଜ୍ଞାନ ପ୍ରସାରିତ କରିବା ମିଳିତ ଭାବେ ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ , ଗବେଷଣା ଏବଂ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଳ୍ପ ଏବଂ ଦୀର୍ଘକାଳୀନ ବିନିମୟ।

ଭିଏତନାମ ଛାତ୍ରଛାତ୍ରୀଙ୍କ ପାଇଁ ସଫ୍ଟ ସ୍କିଲ୍ ଟ୍ରେନିଂ, କନ୍‌ସଲଟିଂ ଏବଂ କ୍ୟାରିୟର ଓରିଏଟେଂସନ୍ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋଆ ଏବଂ ପୁଟିନ ଆନିମଲ୍ ଫିଡ୍ କମ୍ପାନୀ ଲିମିଟେଡ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ଭିଏତନାମର ଏହି କମ୍ପାନୀ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏମ୍‌ଓୟୁରେ ସ୍ୱାକ୍ଷର କରିଥିବା ବେଳେ ଭିନ୍ ଲଙ୍ଗ୍ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ ଶ୍ରୀ ଟ୍‌ରୁଓଙ୍ଗ୍ ଥାନ୍ ନୁଆନ୍ ସ୍ୱାକ୍ଷର କରିଥିଲେ।

ଅନ୍ୟ ଏମ୍‌ଓୟୁରେ ଭିଏଲ୍‌ୟୁଟିଇର ଭାଇସ୍ ରେକ୍ଟର ଡ. ଏନଗୁଏନ୍ ମିନ ସାଙ୍ଗ , ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍ ର ଆସୋସିଏଟ୍ ପ୍ରଫେସର ଲୁଓଙ୍ଗ ମିନ କୁ ଏବଂ ପୁଟିନ ଆନିମଲ୍ ଫିଡ୍ କମ୍ପାନୀ ଲିମିଟେଡ୍ ର ନିର୍ଦ୍ଦେଶକ ଏନଗୁଏନ୍ ଟାନ ଥୁ ସ୍ୱାକ୍ଷର କରିଥିଲେ।

ସୋଆ ଆନ୍ତର୍ଜାତିକ ସମ୍ପର୍କ ଏବଂ ବିଶ୍ୱବିଦ୍ୟାଳୟ ଆଉଟରିଚ୍ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଭିଏତନାମ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ ଚାନ୍‌ସେଲର୍ ପ୍ରଫେସର ଶିତିକଣ୍ଠ ମିଶ୍ର, କଟ୍ରୋଂଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଫ୍ୟାକଲ୍ଟି ଅଫ ମ୍ୟାନେଜମେଂଟ ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର ଡିନ୍ ପ୍ରଫେସର ନୀତା ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପ: ଭିଏତନାମର ବକ୍ସରଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଲେ ନିକହତ୍ ଜରିନ୍

ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟ ବକ୍ସର ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ବକ୍ସର ନିକହତ୍ ଜରିନ୍ ତାଙ୍କର ଅନ୍ତିମ ମ୍ୟାଚ୍ ଜିତିଛନ୍ତି। ଏପର୍ଯ୍ୟନ୍ତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୩ ଜଣ ଭାରତୀୟ ବକ୍ସର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନିକହତ୍ ଜରିନଙ୍କ ପୂର୍ବରୁ ନିତୁଟୁ ଘାଙ୍ଗାସ ଏବଂ ସ୍ଵେଟି ବିରା ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଏହିପରି, ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଏହା ଭାରତର ତୃତୀୟ ସ୍ୱର୍ଣ୍ଣ।

Categories
ଆଜିର ଖବର ଜାତୀୟ ଖବର

ଡିଜିଟାଲ୍ ମିଡିଆ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି ପାଇଁ ଭାରତ ଏବଂ ଭିଏତନାମ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଡିଜିଟାଲ୍ ମିଡିଆ କ୍ଷେତ୍ରରେ ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଭିଏତନାମ ସରକାରଙ୍କ ସୂଚନା ଏବଂ ଯୋଗାଯୋଗ ମନ୍ତ୍ରୀ ନୁଏନ ମନ୍ ହଙ୍ଗଙ୍କ ସହ ଏକ ବୁଝାମଣା ପତ୍ର (ଲେଟର ଅଫ ଇଣ୍ଟେଣ୍ଟ (ଏଲ୍‌ଓଆଇ)) ରେ ସ୍ୱାକ୍ଷର କରିଛନ୍ତି।

ଡିଜିଟାଲ୍ ମିଡିଆ ଏବଂ ସୋସିଆଲ୍ ନେଟୱାର୍କ କ୍ଷେତ୍ରରେ ନୀତି ଓ  ନିୟାମକ ପ୍ରତିଷ୍ଠା ଏବଂ ଦୁଇ ଦେଶର ଗଣ ଯୋଗାଯୋଗ କ୍ଷେତ୍ରର ପେଶାଦାର ଓ ଅଧିକାରୀଙ୍କ ପାଇଁ ଦକ୍ଷତା ବିକାଶ ଓ  ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବା ତଥା ସୂଚନା ଏବଂ ଅଭିଜ୍ଞତା ଆଦାନ ପ୍ରଦାନ କରିବାରେ  ଏହି ବୁଝାମଣା ସହାୟକ ହେବ।

ଭାରତ ଏବଂ ଭିଏତନାମ ମଧ୍ୟରେ ଥିବା ସମ୍ପର୍କର ଉଷ୍ମତା ଶ୍ରୀ ଠାକୁରଙ୍କ ବାସଭବନରେ ଦୁଇ ମାନ୍ୟବର ମନ୍ତ୍ରୀଙ୍କ ମଧ୍ୟରେ ଆନ୍ତରିକ ଆଲୋଚନା ସମୟରେ ପ୍ରତିଫଳିତ ହୋଇଥିଲା। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ଭିଏତନାମ ମଧ୍ୟରେ ଗଭୀର ସମ୍ପର୍କକୁ ଅଧିକ ସୁଦୃଢ଼ କରାଯାଇଛି ଏବଂ ନିକଟରେ ଭାରତର ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଏତନାମ ଗସ୍ତରେ ଯାଇଛନ୍ତି। ଆଜିର ଏହି ବୈଠକରେ ନୂତନ ଜ୍ଞାନକୌଶଳ ଏବଂ ଆହ୍ୱାନ, ଯେପରିକି ଇନଫୋଡେମିକ୍, ଯାହା ସମସ୍ତ ଦେଶ କୋଭିଡ-୧୯ ମହାମାରୀ ସମୟରେ ମୁକାବିଲା କରୁଛନ୍ତି ସେ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ନୂଆ ଢାଞ୍ଚା ଦେବ। ଶ୍ରୀ ଠାକୁର ତାଙ୍କର ଭିଏତନାମ ପ୍ରତିପକ୍ଷଙ୍କୁ ଫେବୃଅ।ରୀ ୨୦୨୧ ପରଠାରୁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌ ବିଷୟରେ ସୂଚନା ଦେଇଛନ୍ତି।

ଶ୍ରୀ ଠାକୁରଙ୍କୁ ଶ୍ରୀ ହଙ୍ଗ ଭିଏତନାମ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ସଫଳତାର କାହାଣୀ ପ୍ରସାର କରିବା ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦୁଇ ରାଷ୍ଟ୍ରର ସାମାଜିକ-ଅର୍ଥନୈତିକ ବିକାଶ ବିଷୟରେ ସୂଚନା ପାଇବାକୁ ଉଭୟ ଦେଶର ସାମ୍ବାଦିକଙ୍କୁ ସକ୍ଷମ କରିବା ବିଷୟରେ ଆଲୋଚନା କରିଥିଲେ।

ଏହି ବୈଠକରେ ପ୍ରସାର ଭାରତୀ ସିଇଓ ଶଶି ଶେଖର ଭେମ୍ପତି; ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଜୟଦୀପ ଭଟନାଗର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟଙ୍କ ସମେତ ଭାରତ ଏବଂ ଭିଏତନାମର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଚଳିତ ବର୍ଷ ଭାରତ ଏବଂ ଭିଏତନାମ ମଧ୍ୟରେ ପାଞ୍ଚବର୍ଷର “ବିସ୍ତୃତ ରଣନୀତିକ ଭାଗିଦାରୀ’ ସମାପ୍ତ ହୋଇଛି ଏବଂ ୨୦୨୨ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ପଚାଶ ବର୍ଷ ପୂରଣ ହେବ।