ବାଣପୁର: ବାଣପୁର ଆଙ୍କୁଲାପଦର ମା’ ବନଦୂର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆନୁକୂଲ୍ୟରେ ସୋମବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ବାଲୁଗାଁ ଚକ୍ରଧରପୁର ଏଆରସି କ୍ଲବ ଚମ୍ବିଆନ ହୋଇଥିବା ବେଳେ ଆୟୋଜକ ମା’ ବନଦୂର୍ଗା କ୍ରିକେଟ ଟିମ୍ ରନର୍ସ ଅପ୍ ହୋଇଥିଲା।
ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଆଖପାଖ ଅଞ୍ଚଳର ୮ ଟି ଦଳ ଭାଗ ନେଇଥିଲେ। ପ୍ରତି ମ୍ୟାଚ ୧୨ ଓଭର୍ ବିଶିଷ୍ଟ ଖେଳ ହୋଇଥିବା ବେଳେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ୧୫ ଓଭର ବିଶିଷ୍ଟ ହୋଇଥିଲା। ଫାଇନାଲ ମ୍ୟାଚରେ ଏଆରସି କ୍ଲବ ବାଲୁଗାଁ ୭ ଉଇକେଟ ହରାଇ ୧୨୬ ରନ କରିଥିବାବେଳେ ବିପକ୍ଷରେ ମା’ ବନଦୂର୍ଗା ଟିମ୍ ସମସ୍ତ ଉଇକେଟ ହରାଇ ୧୦୨ ରନ କରିବାକୁ ସକ୍ଷମ ହୋଇଥିଲା।
ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆଙ୍କୁଲାପଦର ଗ୍ରାମର ଅଧିକାରୀ ପ୍ରମୋଦ ଭାଇ, ଟୁନା ଭାଇ ପ୍ରମୁଖ ଯୋଗ ଦେଇ ଚମ୍ପିଁଆନ୍ ଦଳକୁ ଟ୍ରଫି ସହ ନଗଦ ୧୧୫୦୦ ଟଙ୍କା ଓ ରନର୍ସ ଅପ ଦଳକୁ ଟ୍ରଫି ସହ ୮୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଫାଇନାଲ ମ୍ୟାଚରେ ଅମ୍ପିଆର ଭାବେ ଟୁନା ଓ ପ୍ରମୋଦ ପରିଚାଳନା କରିଥିଲେ।
ଏଆରସି କ୍ଲବର ବିଜୟ ନେଇ କ୍ଲବ ଉପଦେଷ୍ଟା ସନ୍ତୋଷ ପାଇକରାୟ, ସଭାପତି ଚିକୁ ପାଇକରାୟ, ବରିଷ୍ଠ ସଦସ୍ୟ ଲିଙ୍କନ ମିଶ୍ର, ଗୌତମ ସାହୁ,ପିଣ୍ଟୁ ପ୍ରଧାନ ପ୍ରମୁଖ ଶୁଭେଛା ଜଣାଇଥିଲେ।