Categories
ଆଜିର ଖବର ରାଜ୍ୟ ଖବର

ମରିକି ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ

କୁଜଙ୍ଗ: ପାରାଦ୍ଵୀପ ଉପକଣ୍ଠ ପିପିଏଲ ରାସ୍ତା ନିକଟରେ ବଟ ନଦୀ ଘେରରେ ମାଛ ମଡକ ଦେଖିବାକୁ ମିଳିଛି। କ୍ୱିଣ୍ଟାଲ କ୍ୱିଣ୍ଟାଲ ରୋହି, ଭାକୁର ଓ ବିଭିନ୍ନ ପ୍ରଜାତିର ମାଛ ନଦୀରେ ମରିକି ନଦୀରେ ଭାସୁଛନ୍ତି। ଚାଷୀ ମାନେ ଏହାକୁ ଦେଖି ଚିନ୍ତାରେ ପଡିଗଲେଣି।ମାଛ ଗୁଡିକ ମରି ଭାସିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।

ତେବେ ମାଛ ମଡକ ଘଟଣା ଏ ଅଞ୍ଚଳରେ ଚଳିତବର୍ଷ ବହୁବାର ହେଉଥିବା ଦେଖିବାକୁ ମିଳିଛି। ତେବେ ମାଛ ଗୁଡ଼ିକୁ କିଏ ବିଷ ପକାଇ ମାରୁଛି କି ବିଭିନ୍ନ କମ୍ପାନୀରୁ ବାହାରୁଥିବା ବିଷାକ୍ତ ପଦାର୍ଥ ପାଇଁ ମରୁଛନ୍ତି, ତାହା ଏବେ ତଦନ୍ତ କରିବାକୁ ଦାବି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ମାଛ ମଡକ; ଗୋଟିଏ ଦିନରେ ମରିଗଲେ ୬ ଶହ ୧୭ ମେଟ୍ରିକ୍ ଟନ୍ ମାଛ, କେମିତି ?

ଢାକା, ବାଙ୍ଗାଲାଦେଶର ରାଜଶାହୀ ଜିଲ୍ଲାରେ  ଗୋଟିଏ ଦିନରେ ପ୍ରାୟ ୬୧୭ ମେଟ୍ରିକ୍ ଟନ୍ ମାଛ ମରିଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୨୧୭ କୋଟି ଟଙ୍କା ହେବ ବୋଲି ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ କହିଛନ୍ତି। ରାଜଶାହୀ ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ ଅଳକା କୁମାର କହିଛନ୍ତି, “ମଙ୍ଗଳବାର ଦିନ ହଠାତ୍ ପାଗ ଖରାପ ହେବା ପରେ ଜିଲାରେ ପ୍ରାୟ ୬୧୭ ମେଟ୍ରିକ୍ ଟନ୍ ମାଛ ମରିଯାଇଥିଲା। ଆକାଶ ଘନ ମେଘ ଦ୍ୱାରା ଆଚ୍ଛାଦିତ ହୋଇଥିଲା ଏବଂ ପବନ ନଥିଲା ଯାହା ଦ୍ବାରା ପୋଖରୀରେ ଅମ୍ଳଜାନ ଅଭାବ ଦେଖାଦେଲା। ଫଳରେ ପୋଖରୀ ଏବଂ  କେନାଲଗୁଡିକରେ ଥିବା ମାଛର ମୃତ୍ୟୁ ହୋଇଛି। ”

ଜିଲ୍ଲା ମତ୍ସ୍ୟଜୀବୀ ଅଧିକାରୀ କହିଛନ୍ତି ଯେ ମତ୍ସ୍ୟ ବ୍ୟବସାୟୀଙ୍କୁ ୧୧.୭୩ କୋଟି ଟଙ୍କା କ୍ଷତି ସହିବାକୁ ପଡିବ କିନ୍ତୁ ବ୍ୟବସାୟୀମାନେ କହିଛନ୍ତି ଯେ ଏହାଠାରୁ ଅଧିକ କ୍ଷତି ହେବ। ପ୍ରାୟ ତିନି ରୁ ସାତ କିଲୋଗ୍ରାମର ରୁହି କାଟଲା ମାଛକୁ ମାତ୍ର ୫୦-୯୦ ଟଙ୍କାରେ ବିକ୍ରି କରାଯାଇଥିବା କୃଷକମାନେ କହିଛନ୍ତି। ଅନେକ ବ୍ୟବସାୟୀ ମୃତ ମାଛକୁ ବଜାରକୁ ବିକ୍ରୀ ପାଇଁ ନ ଆଣି ମାଟିରେ ପୋତି ଦେଇଥିବାର ଜଣାପଡିଛି।