ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲାରେ ବିଫଳତା କାରଣରୁ ଭାରତ ସମେତ ଅନେକ ଦେଶରେ କ୍ଷମତାସୀନ ସରକାର ପରାଜିତ ହୋଇଥିବା ନେଇ ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଦେଇଥିବା ତ୍ରୁଟିପୂର୍ଣ୍ଣ ଓ ତଥ୍ୟହୀନ ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ୧୦ ତାରିଖରେ ଲୋକପ୍ରିୟ ପଡକାଷ୍ଟ ଉପସ୍ଥାପକ ଜୋ ରୋଗାନଙ୍କୁ ଏକ ସାକ୍ଷାତକାର ଦେଇ ଜୁକରବର୍ଗ ଉପରୋକ୍ତ ବକ୍ତବ୍ୟ ଦେଇଥିଲେ। ସେ କହିଥିଲେ, ୨୦୨୪ ବର୍ଷରେ ସାରା ବିଶ୍ୱରେ ଏକାଧିକ ନିର୍ବାଚନ ହୋଇଥିଲା। ଭାରତ ସମେତ ଅନ୍ୟ ଦେଶଗୁଡ଼ିକରେ ହୋଇଥିବା ନିର୍ବାଚନରେ କ୍ଷମତାସୀନ ସରକାରଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। କାରଣ କ୍ଷମତାସୀନ ସରକାରମାନେ କୋଭିଡ-୧୯ ମହାମାରୀ ପରିଚାଳନାରେ ବିଫଳ ହେବା କାରଣରୁ ଏହା ବ୍ୟାପକ ଜନଅସନ୍ତୋଷ ସୃଷ୍ଟି କରିଥିଲା।
ତେବେ ଜୁକରବର୍ଗଙ୍କ ଏହି ମନ୍ତବ୍ୟ ଉପରେ ଗତ ୧୩ ତାରିଖରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଡ଼ା ପ୍ରତିକ୍ରିୟା ରଖିଥିଲେ। ଜୁକରବର୍ଗଙ୍କ ମନ୍ତବ୍ୟ ଭୁଲ ଥିଲା, କାରଣ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିଥିଲା। ଶ୍ରୀ ବୈଷ୍ଣବ କହିଥିଲେ, ଜୁକରବର୍ଗ ଏଭଳି କୌଣସି ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ ଥିଲା। ‘‘ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବେ ଭାରତ ୨୦୨୪ରେ ୬୪ କୋଟିରୁ ଅଧିକ ଭୋଟରଙ୍କୁ ନେଇ ନିର୍ବାଚନ ପରିଚାଳନା କରିଥିଲା। ଭାରତର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ଉପରେ ସେମାନଙ୍କର ବିଶ୍ୱାସକୁ ପୁନର୍ବାର ଦୋହରାଇଥିଲେ। କୋଭିଡ ପରେ ୨୦୨୪ରେ ଭାରତ ସମେତ ଅଧିକାଂଶ ଦେଶରେ କ୍ଷମତାସୀନ ସରକାର ନିର୍ବାଚନରେ ହାରିଥିଲେ ବୋଲି ଜୁକରବର୍ଗ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ ଓ ଭିତ୍ତିହୀନ,’’ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ୮୦ କୋଟି ଲୋକଙ୍କ ପାଇଁ ମାଗଣା ଖାଦ୍ୟ, ୨୨୨ କୋଟି ମାଗଣା ଟିକା ଏବଂ କୋଭିଡ ସମୟରେ ବିଶ୍ୱବ୍ୟାପୀ ରାଷ୍ଟ୍ରଗୁଡ଼ିକୁ ସହାୟତା ଠାରୁ ଆରମ୍ଭ କରି ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ନେତୃତ୍ୱ ନେବା ପର୍ଯ୍ୟନ୍ତ, ଅନେକ ରାଷ୍ଟ୍ରକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଣ୍ଣାୟକ ତୃତୀୟ ପାଳି ବିଜୟ ସମ୍ଭବ ହୋଇଥିଲା। ଏହା ଉତ୍ତମ ପ୍ରଶାସନ ଓ ଜନ ବିଶ୍ୱାସର ଏକ ପ୍ରତୀକ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।
ମେଟାକୁ ଟ୍ୟାଗ୍ କରି ସେ କହିଥିଲେ, ଜୁକରବର୍ଗ ଭୁଲ ତଥ୍ୟ ସହ ଏଭଳି ମନ୍ତବ୍ୟ ଦେବା ନିରାଶାଜନକ। ଏଭଳି କୌଣସି ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟ ଓ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।
ଜାନୁଆରୀ ୧୩ ତାରିଖରେ ଏହି ପ୍ରସଙ୍ଗକୁ ନେଇ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ସୂଚନା ପ୍ରଯୁକ୍ତି ଏବଂ ଯୋଗାଯୋଗ ଉପରେ ସଂସଦୀୟ ସ୍ଥାୟୀ କମିଟି ଏହି ଭୁଲ ସୂଚନା ପାଇଁ ମେଟା ଠାରୁ ଜବାବ ତଲବ ପାଇଁ ଯୋଜନା କରିଥିଲା। ଶ୍ରୀ ନିଶିକାନ୍ତ ଦୁବେ କହିଥିଲେ,କୌଣସି ଗଣତାନ୍ତ୍ରିକ ଦେଶ ବିଷୟରେ ଭୁଲ ସୂଚନା ଏହାର ଭାବମୂର୍ତ୍ତିକୁ କଳଙ୍କିତ କରିଥାଏ। ଏହି ଭୁଲ ପାଇଁ ସଂଗଠନକୁ ସଂସଦ ଏବଂ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ ପଡ଼ିବ। କମିଟି ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିବ ଏବଂ ଜାନୁଆରୀ ୨୦ରୁ ୨୪ ମଧ୍ୟରେ ମେଟା କାର୍ଯ୍ୟନିର୍ବାହୀଙ୍କୁ ଡକାଇବ। ଭାରତୀୟ ସଂସଦ ଏବଂ ଏହାର ନାଗରିକମାନଙ୍କୁ ମେଟା ଆନୁଷ୍ଠାନିକ କ୍ଷମା ପ୍ରାର୍ଥନା କରିବ ବୋଲି କମିଟି ଆଶା କରୁଛି। ଏହି ସମସ୍ୟାଗୁଡ଼ିକର ସମାଧାନ କରିବାରେ ବିଫଳ ହେଲେ କମ୍ପାନୀ ବିରୋଧରେ ଆଇନଗତ ସୁପାରିସ ହୋଇପାରେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ ଆସିବା ପରେ ଏହା ଉପରେ ପ୍ରତିକ୍ରିୟା ରଖି ଭୁଲକୁ ସ୍ୱୀକାର କରିବା ସହିତ କ୍ଷମା ପ୍ରାର୍ଥନା କରିଥିଲେ ମେଟାର ପବ୍ଲିକ୍ ପଲିସି ଉପସଭାପତି ଶିବନାଥ ଠକରାଲ। ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ‘‘୨୦୨୪ ନିର୍ବାଚନରେ ଅନେକ କ୍ଷମତାସୀନ ଦଳ କ୍ଷମତାଚ୍ୟୁତ ହୋଇଥିବା ନେଇ ମାର୍କଙ୍କ ମନ୍ତବ୍ୟ ଅନ୍ୟ ଦେଶ ପାଇଁ ସତ୍ୟ, କିନ୍ତୁ ଭାରତ ପାଇଁ ନୁହେଁ। ଅସାବଧାନତାବଶତଃ ହୋଇଥିବା ଏହି ତ୍ରୁଟି ପାଇଁ ଆମେ କ୍ଷମା ମାଗୁଛୁ। ମେଟା ପାଇଁ ଭାରତ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦେଶ ହୋଇ ରହିଛି ଏବଂ ଆମେ ଏହାର ଅଭିନବ ଭବିଷ୍ୟତର କେନ୍ଦ୍ରରେ ରହିବାକୁ ଅପେକ୍ଷା କରିଛୁ।
*******
P.S.
Annexure A
List of countries where Incumbents Lost in elections post COVID 19
# | Country | Election Year | Major Parties | Election Results |
1 | United States of America | 2024 | Democratic Party, Republican Party | Republican party’s Donald Trump defeated incumbent democratic party’s Kamala Harris, winning 312 electoral votes ( 270 required) and popular vote which is quite unusual for a republican candidate |
2 | United Kingdom | 2024 | Conservative Party, Labour Party | Labour party’s Keir Starmer defeated incumbent conservative party’s Rishi Sunak with a landslide. The Labour party won 411 seats out of 650 seats, increasing their tally by 211 seats. |
3 | South Korea General Elections | 2024 | Democratic Party, People Power Party | The main opposition Democratic Party (DP) secured a victory in South Korea’s National Assembly elections, winning a majority with 175 out of 300 seats, compared to the ruling People Power Party’s (PPP) 108 seats. |
4 | South Africa General elections | 2024 | African National Congress (ANC), Democratic Alliance (DA), uMkhonto we Sizwe (MK) | The incumbent African National Congress (ANC), dominant since the end of apartheid, lost its parliamentary majority for the first time. |
5 | Indonesian General Election | 2024 | Great Indonesia Movement Party, Indonesian Democratic Party of Struggle | Prabowo Subianto of Great Indonesia Movement Party defeated incumbent candidate GanjarPranowo in a landslide victory. |
6 | Sri Lanka | 2024 | Janatha Vimukthi Peramuna, Samagi Jana Balawegaya | Anura Kumara Dissanayake defeated incumbent president Ranil Wickremesinghe, securing 42% of the total votes |
7 | French Legislative Election | 2024 | New Popular Front (NFP), Ensemble (ENS), National Rally Alliance (RN) | The NFP won 188 seats and the incumbent President’s alliance ( Ensemble) won only 161 seats in 577 seats assembly. |
8 | Argentine | 2023 | La Libertad Avanza (Freedom Advances), Union for the Homeland | Amassing 55.7% of the votes, Freedom Advances’s candidate Javier Milei comfortably won the presidential run-off in November, defeating his incumbent’s candidate Sergio Massa, who garnered 44.3% of the vote. |
9 | New Zealand | 2023 | New Zealand National Party, Labour Party | The opposition led by Christopher Mark Luxon defeated the labour party and emerged as the single-largest, winning 48 seats in the 123-seat House of Representatives. |
10 | Finland | 2023 | Social Democratic Party’s (SDP), National Coalition Party (NCP), Finns party | Incumbent Prime Minister Sanna Marin lost to the conservative National Coalition Party (NCP) under Petteri Orpo in a close election. The NCP secured 48 seats, while the far-right Finns Party gained 46. Orpo formed a coalition Government with the Finns Party, the Swedish People’s Party, and the Christian Democrats, achieving a slim majority of 108 seats in the 200-member parliament. |
11 | Poland | 2023 | United Right, Civic Coalition | The Government led by Mateusz Morawiecki failed to retain power despite being the largest single party. The opposition, led by Donald Tusk’s PlatformaObywatelska (PO), secured enough seats to oust the ruling United Right alliance. |
12 | Ecuador | 2023 | National Democratic Action, Citizen Revolution Movement | Daniel Noboa won the election, defeating Luisa Gonzalez by 4 percentage points in the country’s second-round presidential runoff election. |
13 | Israel | 2022 | Likud, Yesh Atid, RZP–Otzma | The right-wing national camp of former prime minister Benjamin Netanyahu won a parliamentary majority defeating the incumbent |
14 | Philippines Presidential election | 2022 | UniTeam, TRoPa | Former senator Bongbong Marcos and Davao City Mayor Sara Duterte achieved a decisive victory in the 2022 elections, winning the presidency and vice presidency, respectively. They defeated incumbent Vice President Leni Robredo and Senator Francis Pangilinan in a landslide. |
15 | Australia | 2022 | Labor, Liberal/National coalition | The Australian Labor Party achieved a majority Government for the first time since 2007, winning 77 seats in the House of Representatives and defeating the National coalition |
16 | Columbia | 2022 | Humane Colombia, LIGA | Gustavo Petro of Humane Colombia defeated Rodolfo Hernández ( Independent) and first left-wing candidate to be elected president of Colombia |
17 | Brazil | 2022 | Workers’ Party , Liberal Party | In the 2022 Brazilian presidential election, held in two rounds, former President Luiz Inácio Lula da Silva defeated incumbent President Jair Bolsonaro by a very slim margin. |
18 | Italy | 2022 | Brothers of Italy, Democratic | Center-right coalition, led by Giorgia Meloni’s Brothers of Italy (FdI) defeated the centre left coalition. The FdI emerged as the largest party, securing approximately 26% of the vote. |
19 | Iran | 2021 | Principlists, Reformists | Ebrahim Raisi, the then Chief Justice of Iran, was declared the winner in a highly controversial election. |
20 | Germany | 2021 | Social Democratic Party of Germany (SPD), Union parties | The Social Democratic Party (SPD), led by Olaf Scholz, emerged as the largest party, securing 25.7% of the votes and defeating Merkel’s Christian Democratic Union. |