Tag: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି
ଭୁବନେଶ୍ୱର: ନିକଟରେ କୁଆପଥର ଓ ଘୂର୍ଣ୍ଣିଝଡରେ କ୍ଷତିଗ୍ରସ୍ତ କୋରାପୁଟ ନାରାୟଣପାଟଣା ବ୍ଲକ ଲଙ୍ଗଳବେଡା ପଞ୍ଚାୟତର କନକପୁଟ ଓ ଦଳେଇପେଟା ଗାଁର ୨୧ଟି ଅତ୍ୟନ୍ତ ଗରିବ ଆଦିବାସୀ ପରିବାରଙ୍କ ଘର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି।
ସେମାନଙ୍କ ଘରର ପୁନଃନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୬ ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ପ୍ରତି କ୍ଷତିଗ୍ରସ୍ତ ପରିବାର ୩୦,୦୦୦ ଟଙ୍କା ଲେଖାଏ ସହାୟତା ପାଇବେ।
ଭୁବନେଶ୍ବର: ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି।
ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶକ୍ତି ସଚିବ ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କାର ଏକ ଚେକ୍ ମୁଖ୍ୟ ଶାସନ ସଚିବ ସୁରେଶ ମହାପତ୍ରଙ୍କୁ ପ୍ରଦାନ କରିଥିଲେ। ଓସିପିଏଲ୍ର ଲାଭାଂଶରୁ ଏହି ଅର୍ଥ ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଓସିପିଏଲ୍ ର ସିଇଓ ସାରିପୁତ୍ତ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଫିସର୍ ମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଓସିପିଏଲ ବହୁତ କମ୍ ସମୟ ମଧ୍ୟରେ ରାଜ୍ୟର ଏକ ପ୍ରମୁଖ ଲାଭଦାୟକ ସରକାରୀ ଉଦ୍ୟୋଗ ଭାବେ ପରିଗଣିତ ହୋଇଛି। ଦେଶରେ କୋଇଲା ସଙ୍କଟ ସମୟରେ ଓସିପିଏଲ୍ ଏବର୍ଷ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟଠାରୁ ଅଧିକ କୋଇଲା ଉତ୍ପାଦନ କରିଛି। ଏହି କୋଇଲା ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିଛି।
ଓସିପିଏଲ୍, ସୁନ୍ଦରଗଡ ଜିଲ୍ଲାର ମହିଳା ଏବଂ ଯୁବଗୋଷ୍ଠି ମାନଙ୍କର ସଶକ୍ତିକରଣ ପାଇଁ ବିଭିନ୍ନ ପନ୍ଥା ମାଧ୍ୟମରେ ନିରନ୍ତର ଉଦ୍ୟମ ଜାରି ରଖିଛି।
ଭୁବନେଶ୍ୱର: ସମାଜସେବୀ ତଥା ଚା’ ଦୋକାନୀ ଶିବ ଶଙ୍କର ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି। ଏଠାରେ ପ୍ରକାଶ ଥାଉକି କି ଗତ କିଛିଦିନ ତଳେ ବିଏମ୍ସି ଏବଂ ବିଡ଼ିଏ କର୍ତ୍ତୃପକ୍ଷ ମିଳିତ ଭାବେ ଶିବଶଙ୍କରଙ୍କ ଆଚାର୍ଯ୍ୟ ବିହାର ଆରଟିଓ ଅଫିସ୍ ନିକଟରେ ଥିବା ଚା’ ଦୋକାନଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଚା’ ଦୋକାନକୁ ହରାଇବା ପରେ ଶିବଶଙ୍କର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ମୁଖ୍ୟମନ୍ତ୍ରୀ ଶିବଶଙ୍କରଙ୍କ ବିଷୟରେ ଶୁଣିବା ପରେ ତାଙ୍କୁ ଚା’ ଦୋକାନ କରିବାକୁ ବିଏମ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶିବଶଙ୍କର ପୁନର୍ବାର ଆରଟିଓ ଅଫିସ୍ ନିକଟରେ ନୂତନ ଚା’ ଦୋକାନ କରିଥିଲେ ଏବଂ ତାଙ୍କ ମନରେ ଗୋଟିଏ ଅବଶୋଷ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚା’ ଦୋକାନ ଫେରିପାଇଥିବାରୁ, ଚା’ ଦୋକାନରୁ ଲାଭ କରୁଥିବା ଅର୍ଥକୁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବେ। ଏଥିସହିତ ମହାମାରୀ କରୋନା ଯୋଗୁ ଶିବଶଙ୍କରଙ୍କୁ ୯ ମାସର କୋଭିଡ଼ ସହାୟତା ମିଳିଥିବା ୬ ହଜାର ୭ଶହ ଟଙ୍କା ଏବଂ ନିଜ ଚା’ ଦୋକାନରୁ ଆୟ କରିଥିବା ଅର୍ଥକୁ ମିଶାଇ ମୋଟ ୧୮ ହଜାର ୩୫୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶିବଶଙ୍କର ଶୁକ ବିହାର ବସ୍ତିରେ ଦୀର୍ଘଦିନ ରହି ଆଚାର୍ଯ୍ୟ ବିହାର ଆରଟିଓ ଅଫିସ୍ ସମ୍ମୁଖରେ ଚା’ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ଗରିବ ଅସହାୟ ଲୋକମାନଙ୍କୁ ସହଯୋଗର ହାତ ବଢାଇ ଆସୁଥିଲେ। ଶିବଶଙ୍କର ରହୁଥିବା ବସ୍ତି ସମେତ ରାଜଧାନୀର ଅନ୍ୟାନ୍ୟ ବସ୍ତିମାନଙ୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଧାରାରେ ପ୍ରଭାବିତ ହୋଇ ଶିବଶଙ୍କର ଜଣେ ଚା ଦୋକାନୀ ତଥା ଜଣେ ବାସ୍ତିବାସନ୍ଦା ଭାବେ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଟଙ୍କା ଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ବସ୍ତିନେତା ପ୍ରତାପ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, କଟକ ଉଚ୍ଚ ନ୍ୟାୟାଳୟର ଆଡ଼ଭୋକେଟ ଲକ୍ଷ୍ମୀଧର ପଣ୍ଡା, ଗାନ୍ଧୀଆନ ନେତା ସନାତନ ବେହେରା, ଲକ୍ଷ୍ମୀଧର ମହାଭୋଇଙ୍କ ସମେତ ବହୁ ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶିବଶଙ୍କରଙ୍କ ଏତାଦୃଶ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ।
ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୂତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ଏହାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ଯୋରଦାର ଉଦ୍ୟମ କରାଯାଉଛି। ଏଭଳି ଭୟଙ୍କର ବିପତ୍ତି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟ ଉପଯୋଗୀ ପଦକ୍ଷେପକୁ ସବୁଆଡ଼େ ପ୍ରଶଂସା କରାଯାଉଥିବା ବେଳେ କରୋନା ଭୁତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଲୋକମାନେ। ସେହିପରି ବୁଧବାର ମଧ୍ୟାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ଯୁବ ସଭାପତି ତଥା ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପର ମୁଖ୍ୟ ପରିଚାଳକ ସୁବ୍ରତ କୁମାର ଦାଶ (ଦିଲୁ ନନା) କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏଭଳି ଭୟଙ୍କର ବିପତ୍ତି ସମୟରେ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ନିମନ୍ତେ ଦିଲୁ ନନା ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବାରୁ ତିର୍ତ୍ତୋଲ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଯୁବ ସଂଗଠନ ମାନଙ୍କ ତରଫରୁ ଦୃଢ ପ୍ରଶଂସା କରାଯାଇଛି।
ରମେଶ ମହାନ୍ତି
ଜଗତସିଂହପୁର: କରୋନା ଭୂତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଲୋକମାନେ। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ବେହେରା କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୫ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ବ୍ଲକର ଅଧ୍ୟକ୍ଷା ଓ ସରପଞ୍ଚ ମାନେ ଏହି ରାଶି ପ୍ରଦାନ କରିଛନ୍ତି।
ସେହିପରି ଓଡ଼ିଶା ରାଜସ୍ବ ଅମଲାସଂଘ ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ ସଭାପତି ନିହାର ରଞ୍ଜନ ଦାସ, ସମ୍ପାଦକ ଦୁର୍ଗା ପ୍ରଶନ୍ନ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ରାଜ୍ୟରେ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।
ପୂର୍ବରୁ ରଘୁନାଥପୁର ନୀଳିମା ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧ହଜାର ଟଙ୍କା ପ୍ରଦାନ କରିଥିଲେ।