Categories
ଆଜିର ଖବର ରାଜ୍ୟ ଖବର

ଗଜପତି ଜିଲ୍ଲା କେନ୍ଦୁ ଘାଟିରେ ପୁଣି ଦୁର୍ଘଟଣା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେନ୍ଦୁ ଘାଟିରେ ଘଟୁଥିବା ଦୁର୍ଘଟଣା ଚର୍ଚ୍ଚିତ ବିଷୟ ହୋଇଯାଇଛି। କାରଣ ଏହି ୬ ମାସ ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହୋଇଛି।

ଏହି ସବୁ ଘଟଣା ମନରୁ ଲିଭି ନଥିବାବେଳେ ଆଜି ଭୋର ସକାଳୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମକା ବୋଝେଇ ଟ୍ରକ ଉକ୍ତ ଘାଟି ଉପରେ ପଛକୁ ଗଡି ଯାଇ ଓଲଟି ପଡିଥିଲା। ଯାହା ଫଳରେ ରାସ୍ତା କଡ଼ରେ ଟ୍ରକ୍ ଓଲଟି ବୋଝେଇ ହୋଇଥିବା ମକା ସବୁ ରାସ୍ତା ଉପରେ ପଡି ରାସ୍ତା ଅବରୋଧ ହୋଇଛି। ଏହି ଭଳି ଦୁର୍ଘଟଣାକୁ ନେଇ ଅଞ୍ଚଳ ଲୋକଙ୍କ ମନରେ ଭୟ ଜାତ ହୋଇଛି। କୌଣସି ଅଲୌକିକ ଶକ୍ତିର ପ୍ରଭାବ ନା ମନୁଷ୍ୟକୃତ। ଲୋକଙ୍କ ମନରେ ଭାଳେଣି ପଡିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।