ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକରେ ଶୋଇପଡିଲେ ଡିଜି ପୋଲିସ ୱ୍ବାଇ ବି ଖୁରାନିଆ। ଯାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଆଲୋଚନା। ଆଜି ପୁରୀ ଟାଉନ ହଲରେ ଚାଲିଥିଲା ରଥଯାତ୍ରା ସମୀକ୍ଷା ବୈଠକ। ଏହି ବୈଠକରେ ଯୋଗଦେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ, ଗଣ୍ଡାଗଣ୍ଡା ମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବ। ସେହିପରି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଡିଜି ଶୋଇପଡିବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଛି।
ରଥଯାତ୍ରା ହେଉଛି ଏପରି ଏକ ଉତ୍ସବ ଯେଉଁଠାରେ ଲକ୍ଷଲକ୍ଷ ଭକ୍ତ ଏକାଠି ହୁଅନ୍ତି। ସେମାନଙ୍କର ସୁରକ୍ଷା ପୋଲିସ ବ୍ୟବସ୍ଥା ପ୍ରତି ଏକ ଚ୍ୟାଲେଞ୍ଜ। ଏପରି କ୍ଷେତ୍ରରେ ପୋଲିସ ମୁଖ୍ୟ ସେହି ବୈଠକରେ ଶୋଇପଡିବା ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ରାଜ୍ୟର ସମସ୍ତ ମୁଖିଆ ଥିବା ବେଳେ ଡିଜି କିପିରି ଶୋଇଲେ ସେ ନେଇ ଭକ୍ତ ଓ ସେବାୟତ ମହଲରେ ପ୍ରଶ୍ନ ଉଠିଛି।