Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମାରିଲେ ତୀର, ରାବଣ ଜଳିପୋଡି ଛାରଖାର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମଞ୍ଚ ଉପରୁ ଧନୁଶର ଧରି ମାରିଲେ ତୀର। ତାହା ଯାଇ ରାବଣ ଶରୀରରେ ବାଜିଲା। ଆଉ ନିମିଷେକ ମଧ୍ୟରେ ରାବଣର ଶରୀର ଜଳିପୋଡି ପାଉଁଶ ହୋଇଗଲା।

ଆଜି ବିଜୟା ଦଶମୀ ଉପଲକ୍ଷେ ନୂଆଦିଲ୍ଲୀର ଲାଲ କିଲ୍ଲା ମଇଦାନରେ ଆୟୋଜିତ ହୋଇଥିଲା ରାବଣ ପୋଡି ଉତ୍ସବ। ଏହି ଉତ୍ସବରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଉଭୟ ତୀରମାରି ରାବଣ, ମହୀରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦର ବାଉଁଶ ମୂର୍ତ୍ତିରେ ନିଆଁଲଗାଇଥିଲେ। ଏହି ଉତ୍ସବ ଦେଖିବା ପାଇଁ ସେଠାରେ େହଜାର ହଜାର ଲୋକ ଏକଜୁଟ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାଙ୍ଗିଲା ୭୧ ବର୍ଷର ପରଂପରା, ଚଳିତ ବର୍ଷ ଏଠାରେ ହୋଇପାରିଲା ନାହିଁ ପ୍ରସିଦ୍ଧ ରାବଣ ପୋଡି ଉତ୍ସବ

ବୁରହନପୁର, ଦଶ ବର୍ଷ କି କୋଡିଏ ବର୍ଷର କଥା ନୁହେଁ। ଦୀର୍ଘ ୭୧ ବର୍ଷର ପରଂପରା ଭଙ୍ଗ ହେଲା। ଚଳିତ ବର୍ଷ ହୋଇପାରିଲା ନିହଁ ପ୍ରସିଦ୍ଧ ରାବଣ ପୋଡି ଉତ୍ସବ। ଏହା ହେଉଛି ମଧ୍ୟ ପ୍ରଦେଶ ବୁରହନପୁରର ନିକଟସ୍ଥ ନେପାନଗରରେ ହେଉଥିବା ପ୍ରସିଦ୍ଧ ରାବଣ ପୋଡି ଉତ୍ସବ। ଏହି ରାବଣ ପୋଡିର ବିଶେଷତ୍ବ ହେଲା ଯେ ଏଠାରେ ୮୦ରୁ ୯୦ ଫୁଟ ଉଚ୍ଚତାର ବିରାଟକାୟ ରାବଣ ପୁତୁଳାରେ ଅଗ୍ନି ସଂଯୋଗ ହୋଇଥାଏ। ଏହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଲୋକଙ୍କର ସମାଗମ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ପାଇଁ ଏହି ପ୍ରସିଦ୍ଧ ଉତ୍ସବକୁ ବନ୍ଦ କରାଯାଇଛି।

ଏପରି ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ଏବଂ ରାବଣପୋଡି କମିଟର ସଦସ୍ୟଙ୍କ ବୁଝାମଣା ପରେ ଚଳିତ ବର୍ଷ ଏହି ଉତ୍ସବକୁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ବୟସ୍କ ଲୋକଙ୍କ କହିବା କଥା ଯେ, ଏଠାରେ ଧାରାବାହିକ ଭାବେ ୭୧ ବର୍ଷ ଧରି ରାବଣ ପୋଡି ହୋଇ ଆସୁଛି। ଅନେକ ସମୟରେ ବର୍ଷା ବାତ୍ୟା ହୋଇଥିଲେ ମଧ୍ୟ ରାବଣ ପୋଡି ବନ୍ଦ ହୋଇ ନ ଥିଲା। ଅପ୍ରିତିକର ପରିସ୍ଥିତିରେ ମଧ୍ୟ ଲୋକେ ଆସି ଦେଖୁଥିଲେ। ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ କରାଯିବାର ପ୍ରଥମ ଘଟଣା।