Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମାରିଲେ ତୀର, ରାବଣ ଜଳିପୋଡି ଛାରଖାର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ ଉଭୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ମଞ୍ଚ ଉପରୁ ଧନୁଶର ଧରି ମାରିଲେ ତୀର। ତାହା ଯାଇ ରାବଣ ଶରୀରରେ ବାଜିଲା। ଆଉ ନିମିଷେକ ମଧ୍ୟରେ ରାବଣର ଶରୀର ଜଳିପୋଡି ପାଉଁଶ ହୋଇଗଲା।

ଆଜି ବିଜୟା ଦଶମୀ ଉପଲକ୍ଷେ ନୂଆଦିଲ୍ଲୀର ଲାଲ କିଲ୍ଲା ମଇଦାନରେ ଆୟୋଜିତ ହୋଇଥିଲା ରାବଣ ପୋଡି ଉତ୍ସବ। ଏହି ଉତ୍ସବରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଉଭୟ ତୀରମାରି ରାବଣ, ମହୀରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦର ବାଉଁଶ ମୂର୍ତ୍ତିରେ ନିଆଁଲଗାଇଥିଲେ। ଏହି ଉତ୍ସବ ଦେଖିବା ପାଇଁ ସେଠାରେ େହଜାର ହଜାର ଲୋକ ଏକଜୁଟ ହୋଇଥିଲେ।