Categories
ଆଜିର ଖବର ବ୍ୟବସାୟ

ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ଡିଜିଟାଲ୍ ଇଣ୍ଡିଆ ସେଲ ଶୁଭାରମ୍ଭ ଘୋଷଣା: ଅତୁଳନୀୟ ଅଫର, ଆକର୍ଷଣୀୟ ରିହାତି

ମୁମ୍ବାଇ: ରିଲାଏନ୍‌ସ ଡିଜିଟାଲ୍ ଜୁଲାଇ ୨୬ ରେ ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍ – ଡିଜିଟାଲ୍ ଇଣ୍ଡିଆ ସେଲ ର ଆରମ୍ଭ କରିବାକୁ ଯାଉଛି। ଏହି ସେଲ୍ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଲାଇଭ୍ ହେବ ଓ ଏହା ମଧ୍ୟ www.reliancedigital.in ରେ ଉପଲବ୍ଧ ହେବ। ଗ୍ରାହକମାନେ ବ୍ୟାପକଶ୍ରେଣୀୟ ଇଲେକଟ୍ରୋନିକ୍ ଆଇଟମ ଉପରେ ଅତୁଳନୀୟ ଡିଲ୍ ପାଇପାରିବେ ଓ ଏହା ସହିତ ଜୁଲାଇ ୨୨ ରୁ ଅଗଷ୍ଟ ୫୨୦୨୧ ମଧ୍ୟରେ ଏସବିଆଇ କ୍ରେଡିଟ୍ କାର୍ଡ଼ରେ ସର୍ବନିମ୍ନ ଟ.୧୦,୦୦୦/- ଟ୍ରାନ୍‌ଜାକ୍‌ସନରେ ଆଶ୍ୱସ୍ତ ୧୦% କ୍ୟାସବ୍ୟାକ୍ ଞ୍ଚ ସୁବିଧା ପାଇପାରିବେ। ସେମାନେ ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ଼ ଟ୍ରାନ୍‌ଜାକ୍‌ସନରେ ଟ.୫,୦୦୦/- ପର୍ଯ୍ୟନ୍ତ ସଂଚୟ କରିପାରିବେ। ଏହି ଅଫର ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ଼ ଇଏମଆଇ ଟ୍ରାନ୍‌ଜାକ୍‌ସନରେ ଉପଲବ୍ଧ ରହିଛି। ବ୍ୟାପକ ବର୍ଗ ଯଥା ଟେଲିଭିଜନହୋମ୍ ଆପ୍ଲିଆନ୍‌ସେସ୍‌ମୋବାଇଲ୍ ଫୋନ୍‌ଲାପଟପ୍ ଓ ଆକ୍‌ସେସୋରିରେ ସ୍ୱତନ୍ତ୍ର ଅଫରମାନ ଉପଲବ୍ଧ ରହିଛି।

ସ୍ମାର୍ଟଫୋନ୍ ବର୍ଗରେଗ୍ରାହକମାନେ ଡିସକାଉଂଟ ଓ ଆକର୍ଷଣୀୟ କ୍ୟାସବ୍ୟାକ୍ ସୁବିଧା ପାଇପାରିବେ। ଜୁଲାଇ ୩୧ ପର୍ଯ୍ୟନ୍ତ ବଛା ବଛା ଫୋନ୍ କ୍ରୟ ଉପରେ ଦୁର୍ଘଟଣାଜନିତ କ୍ଷତି ଓ ଲିକ୍ୟୁଇଡ୍ କ୍ଷତି କଭରେଜ୍ ସୁବିଧା ରହିଛି। ଜୁଲାଇ ୨୮ ରେ ଶୁଭାରମ୍ଭ ପରେ ବହୁ ପ୍ରତୀକ୍ଷିତ ୱାନପ୍ଲସ୍ ନର୍ଡ଼୨ ସ୍ମାର୍ଟଫୋନ୍ ବିକ୍ରି ପାଇଁ ଉପଲବ୍ଧ ହେବ। ଏହା ସହିତକେତେକ ଲୋକପ୍ରିୟ ୱିରେବଲ୍‌ସ ଯଥା ଆପଲ୍ ୱାଚ୍ ସିରିଜ୍ ୬ ସେଲ୍ୟୁଲାର ୪୪ ମିମି ଓ ସାମସଙ୍ଗ ଗାଲାକ୍ସି ଆକ୍ଟିଭ୍ ୨ ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେଉଛି । ବ୍ରାଣ୍ଡ ନ୍ୟୁ ସ୍ମାର୍ଟ ୱାଚ୍ ଫାୟାର-ବୋଲ୍‌ଟ ଏଜିଏନଆଇ ଏସପିଓ୨ ବୈଶିଷ୍ଟ୍ୟ ସହିତ ଡିଜିଟାଲ୍ ଇଣ୍ଡିଆ ସେଲରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ ଯାହା ଟ.୨,୫୯୯/- ର ସ୍ୱତନ୍ତ୍ର ମୂଲ୍ୟରେ ମିଳିପାରିବ।

ଲାପଟପ୍ ବର୍ଗରେଗ୍ରାହକମାନେ ଟ.୧୪,୯୯୦/- ପର୍ଯ୍ୟନ୍ତ ଲାଭ ପାଇପାରିବେଏହା ସହିତ ବ୍ୟାଙ୍କ କ୍ୟାସବ୍ୟାକ୍ ଓ ବ୍ରାଣ୍ଡ ୱାରେଂଟି ଅଫର ମଧ୍ୟ ରହିଛି । ଆସସ୍ ୧୦ମ ଜେନ୍ ଆଇ୫ ଗେମିଂ ଲାପଟପ୍ ସହିତ ୧୬ ଜିବି ରାମ୍ ଓ ୪ ଜିବି ଏନଭିଡିଆ ଜିଇଫୋର୍ସ ଜିଟିଏକ୍ସ ୧୬୫୦ ଗ୍ରାଫିକ୍‌ସ ସୁବିଧା ସ୍ୱତନ୍ତ୍ର ମୂଲ୍ୟ ଟ.୬୪,୯୯୯/- ରେ ମିଳିପାରିବ। ଆଉ ମଧ୍ୟ ମାକ୍‌ବୁକ୍ ପ୍ରୋ ଫ୍ଲାଟ ମୂଲ୍ୟ ଟ.୧,୧୨,୯୯୦/- ରେ ଉପଲବ୍ଧ ହେବ ଯେଉଁଥିରେ ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଟ.୭୦୦୦/- ର ସ୍ୱତନ୍ତ୍ର ଏଚଡିଏଫସି କ୍ୟାସବ୍ୟାକ୍ ସୁବିଧା ରହିଛି। ଗ୍ରାହକମାନେ ମଧ୍ୟ ପତଳା ଓ ହାଲୁକା ଲାପଟପ୍ କିଣିପାରିବେ ଯାହାର ମୂଲ୍ୟ ଟ.୧୬,୯୯୯/- ରୁ ଆରମ୍ଭ ଅଟେ। ପତଳା ଓ ହାଲୁକା ଲାପଟପରେ ସ୍ୱତନ୍ତ୍ର ଡିଲ୍ କେବଳ ଜୁଲାଇ ୨୬ ଓ ୨୭ ରେ ଉପଲବ୍ଧ ରହିବ।

ଇଲେକ୍‌ଟ୍ରୋନିକ୍ ଆଇଟମ ଗୁଡ଼ିକ ଉପରେ ମଧ୍ୟ ଆକର୍ଷଣୀୟ ଅଫର ଉପଲବ୍ଧ ରହିଛି। ୩୨” ସ୍ମାର୍ଟ ଟିଭି ଟ.୧୨,୯୯୦/- ର ପ୍ରାରମ୍ଭିକ ମୂଲ୍ୟରେ ମିଳିପାରିବ । ଡାଇରେକ୍ଟ-କୁଲ୍ ରେଫ୍ରିଜରେଟର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୧,୯୯୦/- ଓ ଏହା ସହିତ ଟ.୧୯୯୯/-ର ମାଗଣା ସାମଗ୍ରୀର ଅଫର ରହିଛି। ଟପ-ଲୋଡ୍ ୱାସିଂ ମେସିନର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୩,୨୯୦/- ଓ ଏହା ସହିତ ଟ.୧୯୯୯/-ର ମାଗଣା ସାମଗ୍ରୀର ଅଫର ରହିଛି। ଆଉ ମଧ୍ୟ ଟ.୩,୪୯୮/- ମୂଲ୍ୟର ବ୍ରେକଫାଷ୍ଟ କମ୍ବୋ (ଏକ ସାଣ୍ଡୱିଚ ମେକର ଓ ଏକ ଇଲେକଟ୍ରିକ୍ କେଟିଲ୍‌) ସ୍ୱତନ୍ତ୍ର ମୂଲ୍ୟ ଟ.୧୧୯୯/- ରେ ଉପଲବ୍ଧ ହେବ।

ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି । ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍‌ ବିକଳ୍ପ ପାଇପାରିବେ। ସମସ୍ତ ଷ୍ଟୋର ଓ ଡେଲିଭରି ପାର୍ଟନରମାନେ ସମ୍ପୂର୍ଣ୍ଣ ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କ ପ୍ରତି ଯତ୍ନବାନ ରହିଛନ୍ତି।
*ସମସ୍ତ ଅଫର ଓ ମୂଲ୍ୟରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ରିଲାଏନ୍‌ସ ଡିଜିଟାଲ୍ ସମ୍ବନ୍ଧରେ

ରିଲାଏନଓ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ରିଟେଲର ଯାହାକି ୮୦୦ ରୁ ଅଧିକ ସହରରେ ୪୬୦+ ବଡ଼ ଫର୍ମାଟ୍ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ୧୮୦୦+ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ରହି ସାରା ଦେଶରେ କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ଏଥିରେ ରହିଛି ୨୦୦ ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବ୍ରାଣ୍ଡ ଓ ୫୦୦୦ ରୁ ଅଧିକ ଉତ୍ପାଦ ତାହା ପୁଣି ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ। ରିଲାଏନ୍‌ସ ଡିଜିଟାଲରେ ସର୍ବାଧିକ ମଡେଲ ରହିଛି ଯାହା ସହାୟତାରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ନିଜର ଜୀବନଶୈଳୀ ଉପଯୋଗୀ ଉତ୍ପାଦକୁ ବାଛି ପାରିବେ। ରିଲାଏନଓ ଡିଜିଟାଲରେତାଲିମପ୍ରାପ୍ତ ଓ ଦକ୍ଷ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସହାୟତା ଓ ପରାମର୍ଶ ପ୍ରଦାନ କରିଥାନ୍ତି ତଥା ଉତ୍ପାଦ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିରିଲାଏନ୍‌ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ ପରବର୍ତି ସେବା ପ୍ରଦାନ କରିଥାଏ। ରିଲାଏନ୍‌ସ ରେସକ୍ୟୁ ଯାହାକି ରିଟେଲରମାନଙ୍କର ସର୍ଭିସ ଶାଖା ଓ ଭାରତର ଏକମାତ୍ର ଆଇଏସଓ ୯୦୦୧ ପ୍ରମାଣିତ ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍ ବ୍ରାଣ୍ଡ ସହାୟତା ପ୍ରଦାନ କରିବା ପାଇଁ ସର୍ବଦା ଉପସ୍ଥିତ ରହିଛି ଓ ଏହା ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ପ୍ରସ୍ତୁତ ରହିଥାଏ।

ସହଜରେ କ୍ରୟ କରିବା ପାଇଁ ବର୍ତ୍ତମାନ ଗ୍ରାହକମାନେ ରିଲାଏନ୍‌ସ ଡିଜିଟାଲ ଷ୍ଟୋରକୁ ଯାଇପାରିବେ କିମ୍ବା www.reliancedigital.in ରେ ଲଗଅନ୍ କରିପାରିବେ ଯାହାକି ଅନେକ ସ୍ଥାନରେ ଦ୍ରୁତତମ ଡେଲିଭରି ସୁବିଧା (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ ପ୍ରଦାନ କରେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ହେବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍ ୬୨

ଫେବୃୟାରୀ: ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଶୁଭାରମ୍ଭ କରିବା ପାଇଁ ଅଫଲାଇନ୍ ସହଭାଗୀତା ସ୍ଥାପନ କରିଛନ୍ତି। ଏହା ୨୨ ଫେବୃୟାରୀରୁ ଆରମ୍ଭ କରାଯାଉଛି ଏବଂ ଗ୍ରାହକମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ  ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ଗୁଡିକରେ ଏହାକୁ ଦେଖି ପାରିବେ, ଅନୁଭବ କରିପାରିବେ ଓ କିଣିିପାରିବେ। ରିଲାଏନ୍‌ସ ଡିଜିଟାଲର ବ୍ୟାପକ ନେଟୱର୍କ ମାଧ୍ୟମରେ ସାମସଙ୍ଗ ଗାଲାକ୍ସି ଏଫ୍‌୬୨ ସାରା ଦେଶରେ ଉପଲବ୍ଧ ହେବ ଯଦ୍ୱାରା ଫୋନ୍ କିଣିବାକୁ ଆଗ୍ରହୀ ଗ୍ରାହକମାନେ ଏହି ଶକ୍ତିସମ୍ପନ୍ନ ଡିଭାଇସର ପ୍ରତ୍ୟକ୍ଷ୍ୟ ଅନୁଭବ କରିପାରିବେ।

ନୂଆ ସାମସଙ୍ଗ ଗାଲାକ୍ସି ରେ ଏଫ୬୨ ରେ ରହିଛି ୨.୭୩ ଗିଗା ହର୍ଜ ଅକ୍ଟା କୋର ପ୍ରୋସେସର ତଥା ସାମସଙ୍ଗ ୭ ଏନଏମ ଏକ୍ସିନୋସ୍  ୯୮୨୫ ସହିତ ୧୨୮ ଜିବି ଏକ୍ସପାଣ୍ଡେବଲ୍ ଷ୍ଟୋରେଜ୍ ଓ ଏକ କଲର ସୁପର ଆମୋଏଲ୍‌ଇଡି ସ୍କ୍ରି । ଏହା ସହିତ ଏଥିରେ ରହିଛି ଏହି ସେଗମେଂଟର ଅଗ୍ରଣୀ ୭୦୦୦ ଏମଏଏଚ୍ ବ୍ୟାଟେରୀ ଯାହାକି ଗେମର ମାନଙ୍କ ପାଇଁ ଏକ ସ୍ୱପ୍ନର ଫୋନ୍ ହୋଇପାରିବ। ଏହି ଫୋନରେ ମଧ୍ୟ ରହିଛି ଫିଙ୍ଗରପ୍ରିଂଟ ସେନ୍ସର  ଓ ଫେସ ଅନଲକ୍ ବିକଳ୍ପ। ଏଥିରେ ରହିଥିବା ୬୪ ମେଗା ପିକ୍ସେଲ ବ୍ୟାକ୍ କ୍ୟାମେରାରେ ରହିଛି ଅଲଟ୍ରା ୱାଇଡ୍ ଓ ମାକ୍ରୋ ସୁଟିଂ। ଏହାର ୬ ଜିବି ରାମ୍ ବିଶିଷ୍ଟ ଫୋନ୍‌ର ମୂଲ୍ୟ ରହିଛି ଟ.୨୧,୪୯୯/-* ଏବଂ ୮ ଜିବି ରାମ୍ ବିଶିଷ୍ଟ୍ ଫୋନ୍‌ର ମୂଲ୍ୟ ରହିଛି ଟ.୨୩,୪୯୯/-*, ଯାହା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଟ.୨୫୦୦/- ର ଆଇସିଆଇସିଆଇ ବ୍ୟାଙ୍କ ଇନ୍‌ଷ୍ଟାଂଟ ଡିସକାଉଂଟ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ରେ କିମ୍ବା ଟ.୨୫୦୦/- ପର୍ଯ୍ୟନ୍ତ ସିଟିବ୍ୟାଙ୍କ କ୍ରେଡିଟ କାର୍ଡ଼ ଇଏମଆଇରେ ଇନ୍‌ଷ୍ଟାଂଟ ଡିସକାଉଂଟ।

ଏହି ସହଭାଗୀତା ସମ୍ପର୍କରେ ସୂଚନା ଦେଇ ରିଲାଏନ୍ସ ଡିଜିଟାଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରିଆନ୍ ବେଡ୍‌, କହିଛନ୍ତି ଯେ, “ଆମେ ସାରା ଭାରତରେ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଏକମାତ୍ର ବା ଏକ୍ସକ୍ଲୁସିଭ୍ ଅଫଲାଇନ୍ ପାର୍ଟନର ହୋଇଥିବାରୁ ବହୁତ ଆନନ୍ଦିତ। ଆମର ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ସମୂହର ବିଶାଳ ନେଟୱର୍କ ସାରା ଦେଶର ଗ୍ରାହକମାନଙ୍କୁ ପ୍ରଥମେ ଏହି ଫୋନ କ୍ରୟ କରି ସ୍ୱତନ୍ତ୍ର ଅନୁଭବ ଲାଭ କରିବାର ସୁଯୋଗ ପ୍ରଦାନ କରିବ। ଆମେ ନିଶ୍ଚିତ ଯେ ଆମର ଗ୍ରାହକମାନେ ଏହି ଫୋନର କାର୍ଯ୍ୟଦକ୍ଷତା ଦ୍ୱାରା ଆନନ୍ଦ ଅନୁଭବ କରିବେ, ବିଶେଷ କରି ଏହାର ମୂଲ୍ୟ ବର୍ଗ ଯାହାକି ଅନେକଙ୍କପାଇଁ ବେଶ୍ ସୁଲଭ ହୋଇପାରିବ।”

ଯେଉଁ ଜିଓ ଗ୍ରାହକମାନେ ସାମସଙ୍ଗ ଗାଲାକ୍ସି ଏଫ୬୨ କୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ସମୂହରୁ କ୍ରୟ କରିବାକୁ ବାଛିବେ ସେମାନେ  ଏହାର ଶୁଭାରମ୍ଭ ସମୟରେ ଅନ୍ୟାନ୍ୟ ସ୍ୱତନ୍ତ୍ର ଅଫର ଗୁଡିକର ଲାଭ ନେଇପାରିବେ ଯେଉଡଥିରେ ସାମିଲ୍ ରହିଛି ଟ.୧୦,୦୦୦/- ପର୍ଯ୍ୟନ୍ତ ଲାଭ ନେବାର ସୁବିଧା। ଏହି ଲାଭ ଗୁଡ଼ିକରେ ଅନ୍ତର୍ଭୁକ୍ତ ରହିଛି ଟ.୩୪୯/- ପ୍ଲାନର ପ୍ରିପେଡ୍ ରିଚାର୍ଜରେ ଟ.୩୦୦୦/- ର ଇନ୍‌ଷ୍ଟାଂଟ କ୍ୟାସବ୍ୟାକ୍ ଓ ପାର୍ଟନର ବ୍ରାଣ୍ଡରୁ ଟ.୭୦୦୦/- ପର୍ଯ୍ୟନ୍ତ ଭାଉଚର। ଏହି ଅଫର ନୂଆ ଓ ପୁରୁଣା ଜିଓ ଉପଭୋକ୍ତାଙ୍କ ନିମନ୍ତେ ପ୍ରଯୁଜ୍ୟ ଅଟେ।

*ସର୍ତ୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ରିଲାଏନ୍‌ସ ଡିଜିଟାଲ୍ ସମ୍ବନ୍ଧରେ

ରିଲାଏନସ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ରିଟେଲର ଯାହାକି ୮୦୦ ରୁ ଅଧିକ ସହରରେ ୪୫୦+ ବଡ଼ ଫର୍ମାଟ୍ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ୧୮୦୦+ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ରହି ସାରା ଦେଶରେ କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ଏଥିରେ ରହିଛି ୨୦୦ ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବ୍ରାଣ୍ଡ ଓ ୫୦୦୦ ରୁ ଅଧିକ ଉତ୍ପାଦ ତାହା ପୁଣି ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ। ରିଲାଏନ୍‌ସ ଡିଜିଟାଲରେ ସର୍ବାଧିକ ମଡେଲ ରହିଛି ଯାହା ସହାୟତାରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ନିଜର ଜୀବନଶୈଳୀ ଉପଯୋଗୀ ଉତ୍ପାଦକୁ ବାଛି ପାରିବେ।

ରିଲାଏନଓ ଡିଜିଟାଲରେ, ତାଲିମପ୍ରାପ୍ତ ଓ ଦକ୍ଷ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସହାୟତା ଓ ପରାମର୍ଶ ପ୍ରଦାନ କରିଥାନ୍ତି ତଥା ଉତ୍ପାଦ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିଲାଏନ୍‌ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ ପରବର୍ତ୍ତୀ ସେବା ପ୍ରଦାନ କରିଥାଏ। ରିଲାଏନ୍‌ସ ରେସକ୍ୟୁ ଯାହାକି ରିଟେଲରମାନଙ୍କର ସର୍ଭିସ ଶାଖା ଓ ଭାରତର ଏକମାତ୍ର ଆଇଏସଓ ୯୦୦୧ ପ୍ରମାଣିତ ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍ ବ୍ରାଣ୍ଡ ସହାୟତା ପ୍ରଦାନ କରିବା ପାଇଁ ସର୍ବଦା ଉପସ୍ଥିତ ରହିଛି ଓ ଏହା ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ପ୍ରସ୍ତୁତ ରହିଥାଏ।

ସହଜରେ କ୍ରୟ କରିବା ପାଇଁ ବର୍ତ୍ତମାନ ଗ୍ରାହକମାନେ ରିଲାଏନ୍‌ସ ଡିଜିଟାଲ ଷ୍ଟୋରକୁ ଯାଇପାରିବେ କିମ୍ବା www.reliancedigital.in . ରେ ଲଗଅନ୍ କରିପାରିବେ ଯାହାକି ଅନେକ ସ୍ଥାନରେ ଦ୍ରୁତତମ ଡେଲିଭରି ସୁବିଧା (ଆପଣଙ୍କ ନିକଟରେ ଥିବା ଷ୍ଟୋରରୁ) ପ୍ରଦାନ କରେ। ଗ୍ରାହକମାନେ ମଧ୍ୟ ୱେବସାଇଟ ଜରିଆରେ କ୍ରୟ କରିପାରିବେ ଓ ନିକଟତମ ଷ୍ଟୋରରୁ ତାଙ୍କର ଉତ୍ପାଦକୁ ନେଇପାରିବେ।

ଅଧିକ ସୂଚନା ପାଇଁ ଲଗ୍ ଅନ୍ କରନ୍ତୁ : www.reliancedigital.in