Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଉଛନ୍ତି କି?: ଆଜି ସର୍ବସାଧାରଣଙ୍କ ପାଇଁ ଏହି ସମୟରେ ଦର୍ଶନ ମନା

ପୁରୀ: ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥି ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୧.୦୦ ଟିକା ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଧର୍ମ

ଶ୍ରୀମନ୍ଦିରରେ ପାଳନ ହେଲା ରୁକ୍ମିଣୀ ହରଣ ସହ ବିବାହ ମହୋତ୍ସବ

ପୁରୀ, ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ସୋମବାର ଦିନ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ବିବାହ ମହୋତ୍ସବ ଓ ଜଳକ୍ରୀଡ଼ା ନୀତି ପାଳିତ ହେଉଛି। ସକାଳ ଧୂପ ପରେ ଦକ୍ଷିଣ ଘରେ ଶ୍ରୀମଦନମୋହନ ବେଶ ହୋଇଥାନ୍ତି। ମହାଲକ୍ଷ୍ମୀ (ଶ୍ରୀଦେବୀ) ଆଜ୍ଞାମାଳ ପାଇ ଲକ୍ଷ୍ମୀ ମନ୍ଦିର ଜଗମୋହନ ଖଟକୁ ବିଜେ ହେବା ପରେ ବନକଲାଗି ଓ ଅଳଙ୍କାରଲାଗି ବେଶ ହୋଇଥାଏ। ଏହି ସମୟରେ ତାଳପତ୍ରର ଲକ୍ଷ୍ମୀଙ୍କ ମନୋଭାବକୁ ଲିଖନ କରି ଜୟବିଜୟ ଦ୍ୱାର ଠାରେ ବିଜେ ହୋଇଥିବା ଶ୍ରୀମଦନମୋହନଙ୍କ ନିକଟକୁ ବିପ୍ରଙ୍କ ହାତରେ ଚିଟାଉ ପ୍ରେରଣ କରନ୍ତି।

ରଥରେ ବିଜେ ଶ୍ରୀମଦନମୋହନ ବିମଳା ମନ୍ଦିର ନିକଟରେ ଅପେକ୍ଷା କରିଥାନ୍ତି। ମହାଲକ୍ଷ୍ମୀ ଗ୍ରାମଦେବୀ (ବିମଳା)ଙ୍କ ପୂଜା ସାରି ଫେରିବା ବାଟରେ ଶ୍ରୀମଦନମୋହନ ହରଣ କରିଥାନ୍ତି। ବାଟରେ ପଥ ଅବରୋଧ କରୁଥିବା ଶିଶୁପାଳକୁ ପରାସ୍ତ କରି ବନ୍ଦୀ କରିବା ପରେ ଜ୍ୟେଷ୍ଠ ଭ୍ରାତା ବଳରାମ ତାକୁ ବନ୍ଧନମୁକ୍ତ କରନ୍ତି। ଶ୍ରୀମଦନମୋହନଓ ମହାଲକ୍ଷ୍ମୀ ବିବାହ ମଣ୍ଡପ (ମାଜଣା ମଣ୍ଡପ) କୁ ବିଜେ କଲା ପରେ ସନ୍ଧ୍ୟାଧୂପ ପୂଜା ବସିବା ମାତ୍ରେ ହିଁ ସଂକଳ୍ପ ବାକ୍ୟ ପଠନ ପୂର୍ବକ ବିବାହ କାର୍ଯ୍ୟ ସମାପନ କରନ୍ତି।