Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ସମସ୍ତ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ରୂଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଓଡ଼ିଶାର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଜିଲ୍ଲାର ସମସ୍ତ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ଉକ୍ତ ବୈଠକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ,ପଞ୍ଚାୟତିରାଜ ବିଭାଗ, ଓରମାସ୍,ଖାଉଟି ଓ ଖାଦ୍ୟ ଯୋଗାଣ,ଜଙ୍ଗଲ ବିଭାଗ,ସ୍ବାସ୍ଥ୍ୟ ବିଭାଗ,ରାସ୍ତା ଓ କୋଠାବାଡି ବିଭାଗ,କ୍ଷୁଦ୍ର ଜଳ ସେଚନ ବିଭାଗ ଗୁଡିକର କାର୍ଯ୍ୟକଳାପ ବିଷୟରେ ପଚ଼ାରି ବୁଝିଥିଲେ ଏବଂ ଜିଲ୍ଲାର ଉନ୍ନତିକଳ୍ପେ ଯାହା କାର୍ଯ୍ୟ ହେଉଛି ସେଗୁଡିକୁ ସ୍ଥାନୀୟ ବିଧାୟକଗଣଙ୍କ ପରାମର୍ଶକ୍ରମେ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ପ୍ରାଥମିକତା ଭିତ୍ତିରେ ଗୋଟିଏ ଟିମ୍ ଭାବେ କାମ କରିବା ହେଲେ ବିଭିନ୍ନ ସମସ୍ୟାର ସରଳ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତତ୍ ସହିତ ପଞ୍ଚାୟତ ବିଭାଗର ପ୍ରତିଟି ନିର୍ଦ୍ଦେଶ ଗୁଡିକ ଲୋକ ପ୍ରତିନିଧିଙ୍କୁ ଅବଗତ କରାଇବା ସହିତ ସର୍ବସାଧାରଣଙ୍କ ଅବଗତି ସକାଶେ ପଞ୍ଚାୟତ କାନ୍ଥରେ ଦର୍ଶାଇବାକୁ ଅଧିକାରୀ ମାନଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର , ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, କବି ସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ ଗଣ ଉପସ୍ଥିତ ଥିଲେ।