Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କ ପ୍ରଶ୍ନର ଗୋଟିଗୋଟି ଜବାବ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଗତକାଲି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତାଙ୍କର ସାମାଜିକ ଗଣ ମାଧ୍ୟମରେ ଉଠାଇଥିବା ପ୍ରଶ୍ନର ଗୋଟିଗୋଟି ଜବାବ ଦେଇଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ନବୀନ ପରୋକ୍ଷରେ କେତେକ ପ୍ରଶ୍ନ ଉଠାଇଛନ୍ତି। ଯାହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ।

ଗତକାଲି ନବୀନ ତାଙ୍କ ସାମାଜିକ ଗଣ ମାଧ୍ୟମରେ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ହେଲା..

“ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।”

“ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।”

“ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?”

“କଥାରେ କୋଣାର୍କ ହୁଏ ନାହିଁ। ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା।”

“ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।”

ତେବେ ନବୀନଙ୍କ ଗୋଟିଗୋଟି ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ସେ ଉଲ୍ଲେଖ କରି କହିଛନ୍ତି ଯେ,

“ନବୀନବାବୁ, ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ଆପଣଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ । 25 ବର୍ଷରେ ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି, ସେଥିପାଇଁ ଆପଣଙ୍କ ନେତୃତ୍ୱାଧୀନ ସରକାରକୁ ବିଦା କରିଛନ୍ତି ।

ପୁରୀର ମଠ, ମନ୍ଦିର, ରଘୁନନ୍ଦନ ଲାଇବ୍ରେରୀ ସହ ଓଡ଼ିଆ ଅସ୍ମିତାର ଚିହ୍ନ ଥିବା ଐତିହ୍ୟ ପ୍ରମାଣକୁ ଧୂଳିସାତ୍ କଲା ବେଳେ ଆପଣଙ୍କ ଐତିହ୍ୟ ଥିଲା କେଉଁଠି ? ରାଜଧାନୀରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ନାମିତ ରାସ୍ତାର ନାମକରଣ ପରିବର୍ତ୍ତନ କରିବା ଆପଣଙ୍କ ଭାଷା ପ୍ରୀତିକୁ ପ୍ରମାଣିତ କରୁଛି ।

ଆପଣ ଓ ଆପଣଙ୍କ ଦଳର ନେତୃବୃନ୍ଦମାନେ ଇତିହାସକୁ ବିକୃତ କରିବାର ଅପଚେଷ୍ଟା କରୁଛନ୍ତି, ଯେଉଁଥି ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଠିକ୍ ଭାବେ ଜବାବ୍ ଦେଇଛନ୍ତି । କଥାରେ କୋଣାର୍କ ଆପଣ ହିଁ କରୁଥିଲେ । ନରହନ୍ତା ଇଂରେଜ ଅଫିସର ଟି.ଇ ରେଭେନ୍ସାଙ୍କ ପାଇଁ ଦରଦ କାହିଁକି ? ଏହି ଇଂରେଜ ଅଫିସରଙ୍କ ଚରିତ୍ର କଣ, ତାହାର ମୁକସାକ୍ଷୀ ହେଉଛି ଉତ୍କଳ ଦୀପିକା ।

ଇତିହାସକୁ ଠିକ୍ କରିବା କାମରେ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନ ସରକାର ସଂକଳ୍ପବଦ୍ଧ । ଆଜି ଯେଉଁ ମହାପୁରୁଷମାନଙ୍କର ଉଦାହରଣ ନେଇ ଆପଣ କଥାଟି ଲେଖିଛନ୍ତି, ସେ ମହାପୁରୁଷମାନଙ୍କ ପ୍ରତି ଆପଣଙ୍କ ସରକାର କେତେ ଯଥୋଚିତ ସମ୍ମାନ ଦେଇଥିଲା, ଆପଣ ଥରେ ନିଜକୁ ପଚାରନ୍ତୁ ।

ଆମ ମହାପୁରୁଷମାନଙ୍କ ଠାରୁ ଆପଣ କ’ଣ ଅନୁପ୍ରାଣିତ ହୋଇଛନ୍ତି, ପୂର୍ବ ଦିନ ମାନଙ୍କରେ ସମଗ୍ର ରାଜ୍ୟବାସୀ ଦେଖିସାରିଛନ୍ତି । ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତି ତ୍ୟାଗ, ସାଧନା ଓ ଆଦର୍ଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ସର୍ବୋପରି ଅନୁପ୍ରାଣିତ ହୋଇଛନ୍ତି ।

ନବୀନ ବାବୁ, ସାମୟିକ ସଫଳତାରେ ଉଲ୍ଲାସ ଆପଣ ହିଁ ନେଉଥିଲେ। ବିଜେପି କହିବା ଆଉ କରିବାରେ ବିଶ୍ୱାସ ରଖେ, ସେଥିପାଇଁ ରାଜ୍ୟବାସୀ ଭୋଟ୍ ଦେଇ ସରକାର ଗଠନରେ ସହାୟକ ହୋଇଛନ୍ତି। ଆପଣ ରିଲ୍ କୁ ଭାଇରାଲ୍ କରାଇବାରେ ବିଶ୍ୱାସ କରନ୍ତି ଆମେ ଆଉ ଆମ ଦଳ ବ୍ରାଣ୍ଡକୁ ପ୍ରତିଷ୍ଠିତ କରାଇବାରେ ଦୃଢ ବିଶ୍ୱାସ ରଖେ।”

Categories
ଆଜିର ଖବର

ରେଭେନ୍ସା ନାମ ପରିବର୍ତ୍ତନ ନେଇ ଭର୍ତ୍ତୁହରିଙ୍କୁ ପରୋକ୍ଷରେ ବାଣ ମାରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ବର୍ତ୍ତମାନ ସାରା ରାଜ୍ୟ ପଡୁଛି ଉଠୁଛି। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଥିବା ବେଳେ କେତେ ସମର୍ଥନ ମଧ୍ୟ କରୁଛନ୍ତି। ଏ ନେଇ ସାଂସଦ ଭର୍ତ୍ତୁହରି ମହତାବ ତାଙ୍କର ସଂପାଦକୀୟରେ ଭିନ୍ନ କଥା ଲେଖିଛନ୍ତି। ସେ ସିଧା ନ କହିଲେ ମଧ୍ୟ ରେଭେନ୍ସା ନାମ ପରିବର୍ତ୍ତନ ହେଉ ବୋଲି କହିଛନ୍ତି।

ସେତିକି ନୁହେଁ ଭର୍ତ୍ତୁହରି ମୟୁରଭଂଜ ରାଜାଙ୍କୁ ମଧ୍ୟ ତାଙ୍କ ଲେଖାରେ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। ସେ ଲେଖିଛନ୍ତି ଯେ, ‘ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମତକୁ ଅନେକ ଘୋରିମାରି ତିଳତାଳ କଲେଣି। ସେତେ ଯେମିତି ରେଭେନ୍ସା ହେଉଛନ୍ତି ଏମାନଙ୍କ ଗୋସାଇଁ। ଏମାନଙ୍କ ମରମକୁ କାହିଁକି ବାଧୁଛି ବୋଲି ଭର୍ତ୍ତୁହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।’

ଭର୍ତ୍ତୁହରିଙ୍କ ଏହି ଲେଖାକୁ ନେଇ ପରୋକ୍ଷରେ ବାଣ ମାରିଛନ୍ତି ନବୀନ ପଟ୍ଟନାୟକ। ସେ ଭର୍ତ୍ତୁହରିଙ୍କ ନାମ ବା ତାଙ୍କ ଲେଖା ସଂପର୍କରେ ସେ କିଛି ଉଲ୍ଲେଖ କରି ନାହାଁନ୍ତି। ହେଲେ ସେ ଯାହା କିଛି ମତ ଦେଇଛନ୍ତି ତାହା ଭର୍ତ୍ତୁହରିଙ୍କ ଲେଖାର ପ୍ରତ୍ୟୁତର ବୋଲି ସ୍ପଷ୍ଟ ଜଣାପଡୁଛି। କାରଣ ନବୀନ ତାଙ୍କ ଲେଖାରେ ମୟୁରଭଂଜ ରାଜା ଏବଂ ଫକୀର ମୋହନଙ୍କ ଅବଦାନକୁ ଉଲ୍ଲେଖ କରିଛନ୍ତି। ଯାହା ଭର୍ତ୍ତୁହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।

ନବୀନ ପଟ୍ଟନାୟକ ତାଙ୍କ ସାମାଜିକ ଗଣମାଧ୍ୟମରେ ଯାହା ଉଲ୍ଲେଖ କରିଛନ୍ତି ତାହା ହେଲା,

” ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।”

“ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।”

“ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?”

“କଥାରେ କୋଣାର୍କ ହୁଏ ନାହିଁ। ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା।”

“ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ, ବିଭିନ୍ନ ମହଲରେ ଝଡ

କଟକ: ଓଡିଶାର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ଗତକାଲି ସ୍ବାୟତ ଶାସନ ଦିବସ ଅବସରରେ କଟକର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ଝଡ ସୃଷ୍ଟି କରିଛି।

ଧର୍ମେନ୍ଦ୍ର କହିଛନ୍ତି ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରୁ ରେଭେନ୍ସା କଟିବା ଆବଶ୍ୟକ। କାରଣ ରେଭେନ୍ସା ନଅଙ୍କ ଦୁର୍ଭିକ୍ଷ ବେଳେ କଣ କରିଥିଲେ ତାହା ସମସ୍ତଙ୍କୁ ଜଣା। ଯେଉଁ ବ୍ୟକ୍ତି ଓଡିଆଙ୍କୁ କଷ୍ଟ ଦେଉଥିଲେ ସେଭଳି ଲୋକଙ୍କ ନାମରେ ଏହି ଅନୁଷ୍ଠାନ କାହିଁକି ରହିବ। ଏ ନେଇ ଏକ ବଡ ବିତର୍କର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ।

ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ପ୍ରକାଶ ପାଇଛି। ସେମାନଙ୍କର ଯୁକ୍ତି ହେଲା ଯେ ଯେଉଁମାନେ ରେଭେନ୍ସାରୁ ପାଶ କରିଛନ୍ତି ସେମାନେ ସେହି ନାଆଁକୁ ନେଇ ଗର୍ବ କରୁଛନ୍ତି। କେହି କେବେ ରେଭେନ୍ସା ନାମକୁ ନେଇ ବିତୃଷ୍ଣା ପ୍ରକାଶ କରି ନାହାଁନ୍ତି। ତେଣୁ ଏ ନେଇ କେହି ଅଭିଯୋଗ କରିବା ଅନୁଚିତ ବୋଲି କହିଛନ୍ତି। ତେବେ ଅଳ୍ପ କିଛି ବ୍ୟକ୍ତି ଧର୍ମେନ୍ଦ୍ରଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି।