Categories
ଆଜିର ଖବର ରାଜ୍ୟ ଖବର

କେବିକେ ଅଞ୍ଚଳରେ ସଂଯୋଗୀକରଣକୁ ରୂପାନ୍ତରିତ କରୁଛି ଅମୃତ ଷ୍ଟେସନ ଯୋଜନା

ଭୁବନେଶ୍ୱର: ଆଞ୍ଚଳିକ ବିକାଶ ଏବଂ ଭିତ୍ତିଭୂମି ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ଓଡ଼ିଶାର KBK (କଳାହାଣ୍ଡି-ବଲାଙ୍ଗିର-କୋରାପୁଟ) ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ପାଇଁ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଏକ ବ୍ୟାପକ ପୁନର୍ବିକାଶ ପଦକ୍ଷେପ ଆରମ୍ଭ କରିଛି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଲକ୍ଷ୍ୟ ହେଉଛି ଷ୍ଟେସନଗୁଡ଼ିକୁ ଆଧୁନିକ ଯାତ୍ରୀ ସୁବିଧା, ବ୍ୟବହାରଯୁକ୍ତ ଡିଜାଇନ୍ ଏବଂ ଉନ୍ନତ ସୁଗମତା ସହିତ ସଜ୍ଜିତ କରି ସ୍ଥାନୀୟ ଅଞ୍ଚଳରେ ରେଳ ଭିତ୍ତିଭୂମିରେ ବିପ୍ଳବ ଆଣିବା।

ଅମୃତ ଷ୍ଟେସନ ଯୋଜନା ଭାରତୀୟ ରେଳବାଇର ପ୍ରମୁଖ ଏବଂ ମଧ୍ୟ-ସ୍ତରୀୟ ରେଳ ଷ୍ଟେସନଗୁଡ଼ିକୁ ଉନ୍ନତ କରିବା ପାଇଁ ଏକ ପଦକ୍ଷେପର ଅଂଶ ଯାହା ସେମାନଙ୍କୁ ଭିତ୍ତିଭୂମି ଏବଂ ସେବାର ଆନ୍ତର୍ଜାତୀୟ ମାନଦଣ୍ଡ ସହିତ ସମନ୍ୱିତ କରିଥାଏ। କେବିକେ ଅଞ୍ଚଳରେ ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜୀ, କେସିଙ୍ଗା, ଭବାନୀପାଟଣା, ରାୟଗଡା, ମୁନିଗୁଡା, ଗୁଣୁପୁର, କୋରାପୁଟ, ଜୟପୁର, ଦମନଯୋଡି, ହରିଶଙ୍କର ରୋଡ, ଏବଂ ଖରିଆର ରୋଡ ସମେତ ଷ୍ଟେସନଗୁଡିକ ପୁନର୍ବିକାଶ ପାଇଁ ଚୟନ କରାଯାଇଛି।

ପୁନର୍ବିକାଶର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ:

▪ ଆଧୁନିକ ଭିତ୍ତିଭୂମି: ଉନ୍ନତ ପ୍ରତୀକ୍ଷା ଲାଉଞ୍ଜ, ଉନ୍ନତ ଟିକେଟ ପ୍ରଣାଳୀ ଏବଂ ଉନ୍ନତ ପ୍ଲାଟଫର୍ମ ପୃଷ୍ଠ ସହିତ ଷ୍ଟେସନ କୋଠାଗୁଡ଼ିକୁ ପୁନଃ-ଡିଜାଇନ୍ କରାଯାଇଛି।

▪ ଉନ୍ନତ ସୁଗମତା: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଜନ ଯାତ୍ରୀ ଏବଂ ପିଲା ଥିବା ପରିବାର ପାଇଁ ଯାତାୟାତକୁ ସହଜ କରିବା ପାଇଁ ପାଦଚଲା ଓଭରବ୍ରିଜ୍ (FOBs) ସ୍ଥାପନ।

▪ ପରିବେଶ-ଅନୁକୂଳ ବିକାଶ: ସବୁଜ ନିର୍ମାଣ କୌଶଳ, ସୌରଶକ୍ତି ସମାଧାନ, ଜଳ ସଂରକ୍ଷଣ ପ୍ରଣାଳୀ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପଦ୍ଧତିର ବ୍ୟବହାର।

▪ ଯାତ୍ରୀ-କେନ୍ଦ୍ରିକ ସୁବିଧା: ହାଇ-ସ୍ପିଡ୍ ୱାଇ-ଫାଇ, ଡିଜିଟାଲ୍ ସୂଚନା ବୋର୍ଡ, ସ୍ୱଚ୍ଛତା ଓ ସ୍ଵାଚ୍ଛନ୍ଦ୍ୟ ଏବଂ ଆଧୁନିକ ଶୌଚାଳୟ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଏବଂ ଉନ୍ନତ ଖାଦ୍ୟ ଯୋଗାଣ ସୁବିଧା।

▪ ସହରାଞ୍ଚଳ ସମନ୍ୱୟ: ଡ୍ରପ୍-ଅଫ୍/ପିକ୍-ଅପ୍ ଲେନ୍, ପର୍ଯ୍ୟାପ୍ତ ପାର୍କିଂ ଏବଂ ଉନ୍ନତ ଯୋଗାଯୋଗ ରାସ୍ତା ସହିତ ପୁନଃଡିଜାଇନ୍ କରାଯାଇଥିବା ଷ୍ଟେସନ ଚଳପ୍ରଚଳ ଅଞ୍ଚଳ।

▪ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ: ଏହି ଉନ୍ନୟନଗୁଡ଼ିକର ଲକ୍ଷ୍ୟ ହେଉଛି ପର୍ଯ୍ୟଟନ ବୃଦ୍ଧି, ଆଞ୍ଚଳିକ ଗତିଶୀଳତାରେ ଉନ୍ନତି ଏବଂ ନିଯୁକ୍ତି ସୃଷ୍ଟି କରି ସ୍ଥାନୀୟ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା।

ଷ୍ଟେସନ ଅନୁଯାୟୀ ପୁନର୍ବିକାଶର ମୁଖ୍ୟାଂଶ:

● ବଲାଙ୍ଗୀର (18.01 କୋଟି ଟଙ୍କା): ଆଧୁନିକ ଯାତ୍ରୀ ସୁବିଧା ସହିତ ଏକ ନୂତନ ଷ୍ଟେସନ କୋଠା, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଅତିରିକ୍ତ ପ୍ଲାଟଫର୍ମ ଆଶ୍ରୟସ୍ଥଳ, 12 ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍, ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ପ୍ରତୀକ୍ଷା କକ୍ଷ, ଲିଫ୍ଟ, ଶରକୁଲେଟିଙ୍ଗ ଅଞ୍ଚଳ, ପାର୍କିଂ ବ୍ୟବସ୍ଥା, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟର ଉନ୍ନତି ଏବଂ ଓଭରହେଡ୍ ଟାଙ୍କି ଏବଂ ପାଇପ୍ ଲାଇନ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ବ୍ୟବସ୍ଥା।

● ଟିଟିଲାଗଡ଼ (35.79 କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ଯାତ୍ରୀ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ। ଦ୍ୱିତୀୟ ପ୍ରବେଶ ପଥ ବ୍ୟବସ୍ଥା, ବିଦ୍ୟମାନ ଷ୍ଟେସନ କୋଠାର ସମ୍ମୁଖ ମୁଖଭାଗର ଉନ୍ନତି, 12 ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB), ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ଅତିରିକ୍ତ 20 ଟି ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳର ବ୍ୟବସ୍ଥା, ତିନୋଟି ଲିଫ୍ଟର ବ୍ୟବସ୍ଥା, ପ୍ରତୀକ୍ଷା ଗୃହ, ମାନକ ସାଇନେଜ୍, ଓଭର ହେଡ୍ ଟ୍ୟାଙ୍କ ଏବଂ ପାଇପ୍ ଲାଇନ୍ ସଂଯୋଗ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ର, ପାର୍କିଂ କ୍ଷେତ୍ର ଓ ଶୌଚାଳୟର ଉନ୍ନତି।

● କଣ୍ଟାବାଞ୍ଜି (33.87 କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ଦ୍ୱିତୀୟ ପ୍ରବେଶ ସ୍ଥାନର ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, 12 ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB), ଲିଫ୍ଟ ବ୍ୟବସ୍ଥା, ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ପ୍ଲାଟଫର୍ମ ଉଚ୍ଚତା, ଅତିରିକ୍ତ 22-ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଦିବ୍ୟାଙ୍ଗଜନଙ୍କ ପାଇଁ ସୁବିଧା, ଶୌଚାଳୟର ଉନ୍ନତି ଏବଂ ଓଭର ହେଡ୍ ଟ୍ୟାଙ୍କ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ପାଇପ୍ ଲାଇନ ସଂଯୋଗ।

● ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ଦ୍ୱିତୀୟ ପ୍ରବେଶପଥର ଉନ୍ନତିକରଣ, ବିଦ୍ୟମାନ କୋଠାର ସମ୍ମୁଖ ମୁଖଭାଗର ଉନ୍ନତି, 03 ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍, ଉନ୍ନତିକରଣରେ 3ଟି ଲିଫ୍ଟ, ପ୍ଲାଟଫର୍ମ ପୃଷ୍ଠର ଉନ୍ନତି ଏବଂ ଅତିରିକ୍ତ 20ଟି ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ମାନକ ସାଇନେଜ୍, କୋଚ୍ ଇଣ୍ଡିକେସନ୍ ବୋର୍ଡ, ଦିବ୍ୟାଙ୍ଗଜନ ସୁବିଧା ଯୋଗାଇବା ଏବଂ ଶୌଚାଳୟର ଉନ୍ନତି ଅନ୍ତର୍ଭୁକ୍ତ।

● କେସିଙ୍ଗା (20.85 କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ଦ୍ୱିତୀୟ ପ୍ରବେଶପଥର ଉନ୍ନତିକରଣ, ବିଦ୍ୟମାନ କୋଠାର ସମ୍ମୁଖ ମୁଖଭାଗର ଉନ୍ନତି, 12 ମିଟର ପ୍ରକଳ୍ପର ବ୍ୟବସ୍ଥା। ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB), ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ଲିଫ୍ଟ ବ୍ୟବସ୍ଥା, ଅତିରିକ୍ତ 38 ଟି ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳର ବ୍ୟବସ୍ଥା, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟର ଉନ୍ନତି ଏବଂ ଆଧୁନିକ ସୁବିଧା ଯୋଗାଇବା ପାଇଁ ଯୋଜନା କରାଯାଇଛି।

● ଭବାନୀପାଟଣା (18.83 କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଲିଫ୍ଟ ବ୍ୟବସ୍ଥା, ପ୍ଲାଟ୍ଫର୍ମ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧା ପ୍ରଦାନ, ପ୍ଲାଟଫର୍ମ ଉଚ୍ଚତା ଏବଂ ଆଧୁନିକ ଶୌଚାଳୟ ପ୍ରମୁଖ ଉପାଦାନ ଅଟେ।

● ମୁନିଗୁଡ଼ା (20.16 କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ପ୍ରଶସ୍ତ ନୂତନ ଫୁଟ ଓଭର ବ୍ରିଜ୍ (FOB) ନିର୍ମାଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, କୋଚ୍ ଇଣ୍ଡିକେସନ୍ ବୋର୍ଡର ବ୍ୟବସ୍ଥା, ପ୍ଲାଟଫର୍ମର ଉଚ୍ଚତା, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟର ଉନ୍ନତି, ଲିଫ୍ଟ ଏବଂ ବ୍ୟାପକ ଯାତ୍ରୀ ସୁବିଧାର ବ୍ୟବସ୍ଥା ସହିତ ଓଭର ହେଡ୍ ଟ୍ୟାଙ୍କ ଏବଂ ପାଇପ୍ ଲାଇନ ସଂଯୋଗ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ।

● କୋରାପୁଟ (21.20 କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଯାତ୍ରୀ ଲିଫ୍ଟର ବ୍ୟବସ୍ଥା, 12 ମିଟର ଚଉଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB) ବ୍ୟବସ୍ଥା, ପ୍ଲାଟଫର୍ମ ପୃଷ୍ଠ କ୍ଷେତ୍ରର ଉନ୍ନତି, ପ୍ଲାଟଫର୍ମର ଉଚ୍ଚତା, ବର୍ଦ୍ଧିତ ପ୍ଲାଟଫର୍ମ ଆଶ୍ରୟସ୍ଥଳ ଏବଂ ଉନ୍ନତ ଷ୍ଟେସନ ଲେଆଉଟ୍।

● ଜୟପୁର (17.94 କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗରେ ଉନ୍ନତି, ପ୍ଲାଟଫର୍ମ ଅଞ୍ଚଳର ଉନ୍ନତିକରଣ ବ୍ୟବସ୍ଥା, ଲିଫ୍ଟ ବ୍ୟବସ୍ଥା, ଯାତ୍ରୀ ଘୋଷଣା ପ୍ରଣାଳୀ ବ୍ୟବସ୍ଥାରେ ଡିଜିଟାଲ୍ ଘୋଷଣା ଏବଂ ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ’ ଷ୍ଟଲ ଅନ୍ତର୍ଭୁକ୍ତ କରାଯିବ ସହ ନୂତନ ଯାତ୍ରୀ ସୁବିଧା ଯୋଡାଯିବ।

● ଦାମନଯୋଡି (14.46 କୋଟି ଟଙ୍କା): ଆଧୁନିକ ଯାତ୍ରୀ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, 12 ମିଟର ଚଉଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB) ବ୍ୟବସ୍ଥା, ଲିଫ୍ଟ ବ୍ୟବସ୍ଥା, ପ୍ଲାଟଫର୍ମ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠଭୂମିର ଉନ୍ନତିକରଣ।

● ଖରିଆର ରୋଡ୍ (16.25 କୋଟି ଟଙ୍କା): ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ନୂତନ ଷ୍ଟେସନ କୋଠାର ବ୍ୟବସ୍ଥା, ଦ୍ୱିତୀୟ ପ୍ରବେଶ ପାର୍ଶ୍ୱର ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଲିଫ୍ଟର ବ୍ୟବସ୍ଥା, ଅତିରିକ୍ତ ପିଏଫ୍ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠଭୂମିର ଉନ୍ନତି, ମାନକ ସାଇନେଜ୍, କୋଚ୍ ଇଣ୍ଡିକେସନ୍ ବୋର୍ଡ, ଜିପିଏସ୍-ସକ୍ଷମ ଡିଜିଟାଲ୍ ଘଣ୍ଟା, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟ ଏବଂ ସୁଗମତା ବୈଶିଷ୍ଟ୍ୟଗୁଡ଼ିକର ଉନ୍ନତି।

● ରାୟଗଡା (41.40 କୋଟି ଟଙ୍କା): ବିଦ୍ୟମାନ ଷ୍ଟେସନ କୋଠାରେ ଅତିରିକ୍ତ କୋଠରୀର ବ୍ୟବସ୍ଥା (G+1), ଲିଫ୍ଟ ଏବଂ କାନୋପି ସମେତ ଦ୍ୱିତୀୟ ପ୍ରବେଶ ପଥ ଷ୍ଟେସନ କୋଠା (କେବଳ ଭୂତଳ ମହଲା), 142 ମିଟର ଲମ୍ବ ସହିତ 6 ମିଟର ଚଉଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB) ଉଭୟ ପାର୍ଶ୍ୱ ଷ୍ଟେସନ କୋଠା ଏବଂ ପ୍ଲାଟଫର୍ମକୁ ସଂଯୋଗ କରିବ ଯେଉଁଥିରେ ଲିଫ୍ଟ, ପ୍ଲାଟଫର୍ମ ଆଶ୍ରୟସ୍ଥଳ ଏବଂ ଚଲା ପଥ ଉପରେ ଛାଉଣୀ, ଚଳପ୍ରଚଳ ଅଞ୍ଚଳର ବିକାଶ କାର୍ଯ୍ୟ, ରାସ୍ତା ଏବଂ ଚଲାପଥ, ଇ&ଏମ୍ କାର୍ଯ୍ୟ, ସାଇନେଜ୍ ଇତ୍ୟାଦି ଅନ୍ତର୍ଭୁକ୍ତ।

● ଗୁଣୁପୁର: ସାରା ଦେଶରେ, ବିଶେଷକରି ଓଡ଼ିଶାର କେବିକେ ଅଞ୍ଚଳରେ ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ଆଧୁନିକୀକରଣ ପାଇଁ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଗୁଣୁପୁର ରେଳ ଷ୍ଟେସନକୁ ପୁନର୍ବିକାଶ ପାଇଁ ଚୟନ କରାଯାଇଛି। ଆନୁମାନିକ ଖର୍ଚ୍ଚ ଏବଂ କାର୍ଯ୍ୟର ବିସ୍ତୃତ ପରିସର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ଗୁଣୁପୁର ଆନୁଷ୍ଠାନିକ ଭାବରେ ବ୍ୟାପକ ପରିବର୍ତ୍ତନ ଯୋଜନାର ଏକ ଅଂଶ ହେବାକୁ ଯାଉଅଛି। ଷ୍ଟେସନରେ ପୁନର୍ବିକାଶ କାର୍ଯ୍ୟ ଯଥାସମ୍ଭବରେ ଓ ଯଥା ସମୟରେ କରାଯିବ ଯାହା ଦ୍ୱାରା ନିକଟ ଭବିଷ୍ୟତରେ ଉନ୍ନତ ଭିତ୍ତିଭୂମି ଏବଂ ଯାତ୍ରୀ ସୁବିଧା ସୁନିଶ୍ଚିତ ହୋଇପାରିବ।

ଏହି ପୁନର୍ବିକାଶ କେବିକେ ଅଞ୍ଚଳ ଉପରେ ଏକ ପରିବର୍ତ୍ତନଶୀଳ ପ୍ରଭାବ ପକାଇବାକୁ ପ୍ରସ୍ତୁତ ଯାହା ପର୍ଯ୍ୟଟନ, ସଂସ୍କୃତି ଏବଂ ବାଣିଜ୍ୟରେ ବିପୁଳ ଅବ୍ୟବହୃତ ସମ୍ଭାବନା ରଖିଛି। ସୁଗମ ସଂଯୋଗ, ଉନ୍ନତ ଯାତ୍ରୀ ଅଭିଜ୍ଞତା ଏବଂ ବିଶ୍ୱସ୍ତରୀୟ ସୁବିଧା ସହିତ ଏହି ଷ୍ଟେସନଗୁଡ଼ିକ ଅନ୍ତର୍ଭୁକ୍ତ ବିକାଶ ପାଇଁ ମୂଳ ଢାଞ୍ଚାର ପରିବର୍ତନ ଓ ରୂପାନ୍ତରଣ ଭାବରେ କାର୍ଯ୍ୟ କରିବ।

ପ୍ରକଳ୍ପ ଗୁଡିକ ପର୍ଯ୍ୟାୟକ୍ରମେ କାର୍ଯ୍ୟ। ଭାରତୀୟ ରେଳବାଇ ଓଡ଼ିଶାବାସୀଙ୍କ ଭବିଷ୍ୟତ ପାଇଁ ରେଳ ଭିତ୍ତିଭୁମିରେ ବିକାଶ ସହିତ ସବୁଜ ଏବଂ ଅନ୍ତର୍ଭୁକ୍ତ ପରିବହନ ଇକୋସିଷ୍ଟମ ପ୍ରଦାନ କରିବାକୁ ପ୍ରତିବଦ୍ଧ।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାରେ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ଦେବା ସହ ଦେଶକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଓଡିଶାର ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ଏକ ଐତିହାସିକ ପଦକ୍ଷେପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭୁବନେଶ୍ୱରରୁ ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଦେଶକୁ ଉତ୍ସର୍ଗୀକୃତ କରିବେ। ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ସହଯୋଗ କରିବା କରିବା ପାଇଁ ରେଳ ସଂଯୋଗକୁ ବୃଦ୍ଧି କରାଇବା ସହ ପ୍ରମୁଖ ରେଳ ମାର୍ଗଗୁଡିକ ପାଇଁ 2871 କୋଟି ମୂଲ୍ୟର ରେଳ ପ୍ରକଳ୍ପକୁ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର କରାଯିବ। ଏହି ପଦକ୍ଷେପଗୁଡ଼ିକ ଶିଳ୍ପ, ସମ୍ବଳ ସମୃଦ୍ଧ ଏବଂ ଓଡିଶାର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ରେଳ ନେଟୱାର୍କକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ଚାରୋଟି ପ୍ରମୁଖ ରେଳ ସେକ୍ସନକୁ ଦେଶକୁ ଉତ୍ସର୍ଗ କରିବେ। ଏଗୁଡିକ ହେଉଛି … ବିଜୟନଗରମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପର 25.394 ଲମ୍ବା ଲାଞ୍ଜିଗଡ ରୋଡ୍-ଆମ୍ବାଡୋଲା-ଡୋଇକାଲୁ ରେଳ ସେକ୍ସନ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 432 କୋଟି।  ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନ ବ୍ୟସ୍ତବହୁଳ ବିଜୟନଗରାମ-ଟିଟିଲାଗଡ ମାର୍ଗରେ କ୍ଷମତା ବୃଦ୍ଧି କରିବ ଏବଂ ପଶ୍ଚିମ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ସଂଯୋଗକୁ ବୃଦ୍ଧି କରାଇବ।  ବର୍ଦ୍ଧିତ ସଂଯୋଗୀକରଣ ଯାତ୍ରୀ ଯାତାୟାତ ପାଇଁ ଲାଭଦାୟକ ହେବ ଏବଂ ସୁଗମ ମାଲ ପରିବହନକୁ ସୁଗମ କରିବ। କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପ୍ରକଳ୍ପର 22.94 କିମି ଲମ୍ବା ଲକ୍ଷ୍ମୀପୁର ରୋଡ୍-ସିଙ୍ଗରମ-ଟିକିରି ରେଳ ସେକ୍ସନ ପ୍ରାୟ 260 କୋଟି ଟଙ୍କା ମୂଲ୍ୟରେ ନିର୍ମାଣ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ଟ୍ରେନ୍ ଚଳାଚଳ କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ପ୍ରକଳ୍ପ ସମୃଦ୍ଧ ଅଞ୍ଚଳରୁ ପ୍ରମୁଖ ବଜାର ପର୍ଯ୍ୟନ୍ତ ମାଲ ପରିବହନକୁ ସହଜ କରିବ। ବୁଢାପଙ୍କ-ସଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର 40.62 କିମି ଲମ୍ବା ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ଼ ସେକ୍ସନ ପ୍ରାୟ ₹ 540 କୋଟି ବିନିମୟରେ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଜଟିଳ ଶିଳ୍ପ ମାର୍ଗରେ କ୍ଷମତାକୁ ଆହୁରି ବୃଦ୍ଧି କରିବ, ଦ୍ରବ୍ୟର ସୁଗମ ଏବଂ ଶୀଘ୍ର ପରିବହନକୁ ସୁନିଶ୍ଚିତ କରିବ। ସେହିଭଳି, ବଣ୍ଡାମୁଣ୍ଡା-ରାଞ୍ଚି ଦୋହରୀକରଣ ପ୍ରକଳ୍ପର 12.5 କିମି ଲମ୍ବା ବାଙ୍ଗୁରେକେଲା-ନୋଗାଓଁ ରେଳ ସେକ୍ସନ କୁ ପ୍ରାୟ 239 କୋଟି ବିନିମୟରେ ନିର୍ମାଣ କରାଯାଇଅଛି। ଏହି ଲାଇନର ଦୋହରୀକରଣ ହେବ ଦ୍ୱାରା ଯାତାୟାତ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଓଡିଶା ଏବଂ ଝାଡଖଣ୍ଡ ମଧ୍ୟରେ ସଂଯୋଗ ବୃଦ୍ଧି ହେବ।

ଏହି ଉତ୍ସର୍ଗୀକୃତ ବ୍ୟତୀତ ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ଚାରିଟି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ, ଯାହାକି ନୂତନ ରେଳ ବିକାଶର ଆରମ୍ଭ ହେବ ବୋଲି ଚିହ୍ନିତ କରିବ। ଏହି ପ୍ରକଳ୍ପଗୁଡ଼ିକ ହେଉଛି… ସିଜୁ ଏବଂ ପାରାଦୀପ କୋଚିଂ ୟାର୍ଡ ମଧ୍ୟରେ 7 କିଲୋମିଟର ଲମ୍ବା ଫ୍ଲାଏଓଭରନିର୍ମାଣ କରାଯିବାକୁ ପ୍ରାୟ 200 କୋଟି ତାଙ୍କ ମଞ୍ଜୁର କରାଯାଇଅଛି ଭୂପୃଷ୍ଠ କ୍ରସିଂକୁ ଦୂର କରିବ, ଭାରତର ପ୍ରମୁଖ ବାଣିଜ୍ୟ ହବ ମଧ୍ୟରୁ ପାରାଦୀପ ବନ୍ଦରରେ ସୁଗମ ଏବଂ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବ। ଏହା ବ୍ୟତୀତ 18.51 କିମି ଲମ୍ବା ପାରାଦୀପ-ବଡ଼ବନ୍ଧ ତୃତୀୟ ଏବଂ ଚତୁର୍ଥ ଲାଇନ, ଯାହାକୁ ପ୍ରାୟ ₹ 300 କୋଟି ଟଙ୍କାରେ ନିର୍ମାଣ କରାଯିବ। ଏହା ସ୍ୱର ଉଭୟ ମାଲ ପରିବହନ ଏବଂ ଯାତ୍ରୀ ଯାତାୟାତ ପାଇଁ କ୍ଷମତା ବୃଦ୍ଧି କରିବା ସହିତ ପାରାଦୀପ ବନ୍ଦର ସହିତ ସଂଯୋଗ ବୃଦ୍ଧି କରିବ।

ସେହିଭଳି, 10.93 କିମି ଲମ୍ବା MCRL ଆଭ୍ୟନ୍ତରୀଣ କରିଡର ଫେଜ -1 ର ଦୋହରୀକରଣକୁ ପ୍ରାୟ ₹152 କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହାଦ୍ୱାରା ଅଧିକ କୋଇଲା ଲୋଡିଂ ପାଇଁ ସୁବିଧା ପ୍ରଦାନ କରିବ। ବହୁ ପ୍ରତୀକ୍ଷିତ 41.9 କିମି ଲମ୍ବା ଜୟପୁର-ନବରଙ୍ଗପୁର ନୂତନ ଲାଇନକୁ ପ୍ରାୟ ₹748 କୋଟି ମୂଲ୍ୟରେ ନିର୍ମାଣ କରାଯିବ ଯାହା ଜୟପୁର ଏବଂ ନବରଙ୍ଗପୁରର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳକୁ ସଂଯୋଗ କରିବ, ଅର୍ଥନୈତିକ ଅଭିବୃଦ୍ଧି ତଥା ବଜାର ଏବଂ ସମ୍ବଳକୁ ଉନ୍ନତ ସୁବିଧା ଯୋଗାଇବ। ଏହା ସହିତ ନିଯୁକ୍ତି, ବାଣିଜ୍ୟ ଏବଂ ଗତିଶୀଳତାକୁ ପ୍ରୋତ୍ସାହିତ କରି ଏହି କ୍ଷେତ୍ରର ଅର୍ଥନୈତିକ ଉନ୍ନତିରେ ଏକ ନୂତନ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।

ଏହି ପ୍ରକଳ୍ପଗୁଡ଼ିକ ଓଡିଶାର ରେଳ ନେଟୱର୍କକୁ ମଜବୁତ କରିବା ସହିତ ଉନ୍ନତ ସଂଯୋଗ ସୁନିଶ୍ଚିତ କରିବ ଏବଂ ସାରା ରାଜ୍ୟରେ ପଣ୍ୟ ଏବଂ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ସୁଗମ କରିବା ପାଇଁ ସରକାରଙ୍କ ବୃହତ ଦୃଷ୍ଟିକୋଣର ଏକ ଅଂଶ ଭାବରେ ଦଣ୍ଡାୟମାନ ହେବ।  ଯାତାୟାତ ବୃଦ୍ଧି କରାଇ ବିଭିନ୍ନ ଶିଳ୍ପ ହବ୍ ସହିତ ସଂଯୋଗକୁ ଉନ୍ନତ କରି ଏବଂ ପ୍ରମୁଖ ରେଳ ମାର୍ଗର କ୍ଷମତା ବୃଦ୍ଧି କରାଇବା ପଦକ୍ଷେପଗୁଡିକ କେବଳ ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବ ନାହିଁ ବରଂ ଜାତୀୟ ଅର୍ଥନୀତିରେ ମଧ୍ୟ ସହାୟକ ହେବ।

ବିକାଶ ପାଇଁ ଏକ ଜୀବନରେଖା ଭାବରେ ଭାରତୀୟ ରେଳ, ବାଣିଜ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଥିବା ଭିତ୍ତିଭୂମି ପ୍ରକଳ୍ପଗୁଡିକୁ ଆଗେଇ ନେଇଛି ଏବଂ ଓଡିଶା ସହିତ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ଏକୀଭୂତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଚାଲୁରହିଥିବା ରେଳ ପ୍ରକଳ୍ପ ସମୀକ୍ଷା

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳ ମନ୍ତ୍ରୀ  ଅଶ୍ବିନୀ ବୈଷ୍ଣବ ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶ ଏବଂ ନିର୍ମାଣ କାର୍ଯ୍ୟ ସମୟରେ ଉପୁଜୁଥିବା କେତେକ ପ୍ରମୁଖ ପ୍ରତିବନ୍ଧକର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଚାଲିରହିଥିବା ରେଳ ପ୍ରକଳ୍ପଗୁଡିକରେ ସମସ୍ୟା କ୍ଷେତ୍ରଗୁଡିକ ଯଥା ଜମି ଅଧିଗ୍ରହଣ, ଜଙ୍ଗଲ ସମସ୍ୟା ଏବଂ ଆଇନ ଏବଂ ଶୃଙ୍ଖଳା ଇତ୍ୟାଦିର ସମାଧାନ ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱାରୋପ କରିଥିଲେ। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନର ଶୀଘ୍ର ସମାପ୍ତି ପାଇଁ ଟନେଲ୍ ଗୁଡିକର ନିର୍ମାଣ କାର୍ଯ୍ୟ ଉଭୟ ପାର୍ଶ୍ୱରୁ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।  ପ୍ରାୟ ସାତ କିଲୋମିଟର ଲମ୍ବର ପ୍ରମୁଖ ଟନେଲ ସହିତ ମାର୍ଗରେ ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ପଦକ୍ଷେପ ନିଆଯିବ, ଯାହାଫଳରେ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ କରାଯିବ। ଏହା ବ୍ୟତୀତ ତାଳଚେର-ବିମଳାଗଡ଼ ନୂଆ ରେଳ ଲାଇନରେ ନିର୍ମାଣ କାର୍ଯ୍ୟକୁ ଉଭୟ ପାର୍ଶ୍ୱରୁ, ଯଥା ତାଳଚେର ପାର୍ଶ୍ୱ ଏବଂ ବିମଳାଗଡ଼ ପାର୍ଶ୍ୱରୁ ସମ୍ପାଦନ କରାଯିବାକୁ ଏହି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଅଛି।

ଏହା ବ୍ୟତୀତ ରେଳ ମନ୍ତ୍ରଣାଳୟ ନିକଟ ଭବିଷ୍ୟତରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଏକ ସମୀକ୍ଷା ବୈଠକ କରି ରାଜ୍ୟରେ ଚାଲୁରହିଥିବା ପ୍ରତ୍ୟକ ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବାକୁ ରେଳ ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏଗୁଡିକ ବ୍ୟତୀତ, ଅମୃତ ଷ୍ଟେସନ ଗୁଡିକର ପୁନର୍ବିକାଶ କାର୍ଯ୍ୟ ପାଇଁ ବିଶେଷ ଧ୍ୟାନ ଦିଆଯାଇ ନିର୍ମାଣ କାର୍ଯ୍ୟ ପାଇଁ ଖୁବ୍ ଶୀଘ୍ର ସମୀକ୍ଷା କରାଯିବାକୁ ଶ୍ରୀ ବୈଷ୍ଣବ କହିଛନ୍ତି।

ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ରେଳବାଇ କ୍ଷେତ୍ରରେ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ଗତ ବଜେଟରେ 10536 କୋଟି ଟଙ୍କା ମଞ୍ଜୁର କରିଛନ୍ତି ଯାହା ସର୍ବୋତ୍ତମ ବଜେଟ୍ ବ୍ୟବସ୍ଥା। ରେଳ ନେଟୱର୍କରେ ଓଡିଶାର ସମସ୍ତ ଜିଲ୍ଲାକୁ ସଂଯୋଗ କରିବା ପାଇଁ ପଦକ୍ଷେପ ନିଆଯାଉଅଛି। ଗତ 10 ବର୍ଷ ମଧ୍ୟରେ ଓଡ଼ିଶାରେ 1826 ଟ୍ରାକ୍ କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଇଛି ଯାହା ଶ୍ରୀଲଙ୍କାର ମୋଟ ରେଳ ନେଟୱାର୍କଠାରୁ ଅଧିକ ଅଟେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଗତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 450 କିଲୋମିଟର ରେଳ ଟ୍ରାକ ନିର୍ମାଣ କରିଥିଲା ବେଳେ ଚଳିତ ବର୍ଷ 500 କିଲୋମିଟର ରେଳ ଲାଇନ ନିର୍ମାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଛି। ଆର୍ଥିକ ଅଭିବୃଦ୍ଧି ଏବଂ ରେଳ ସଂଯୋଗ ପାଇଁ ଏହାର ଗୁରୁତ୍ୱକୁ ସୂଚାଇ ରେଳ ଲାଇନର ସମ୍ପ୍ରସାରଣ ପାଇଁ ପ୍ରାଥମିକତା ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ଏହି ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍ ଏସ ବାଜୱା ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳର ଅଧିକାରୀମାନେ ଯୋଗ ଦେଇଥିଲେ।

ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଏହି ସମୀକ୍ଷା ବୈଠକରେ ଓଡିଶାରେ ରେଳ ବିକାଶକୁ ତ୍ୱରାନ୍ୱିତ କରିବା, ପ୍ରକଳ୍ପର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଏବଂ ରେଳ ସେବାର ଗୁଣବତ୍ତା ବୃଦ୍ଧି ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦର୍ଶାଯାଇଛି। ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭିତ୍ତିଭୂମି ଅଭିବୃଦ୍ଧି ଏବଂ କାର୍ଯ୍ୟକ୍ଷମ ଉତ୍କର୍ଷତାକୁ ଆଗକୁ ବୃଦ୍ଧି କରାଇବାକୁ ଲକ୍ଷ୍ୟ ରଖିଛି।