Categories
ଆଜିର ଖବର ରାଜ୍ୟ ଖବର

‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିବା ଲଖନପୁର ଛାତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା: ଚଳିତଥର ‘ପରୀକ୍ଷା ପେ ଚର୍ଚ୍ଚା’ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁରର ପ୍ରୀତି ବିଶ୍ୱାଳ ଏବଂ ତାଙ୍କ ବାପା ତେଜରାମ ବିଶ୍ୱାଳଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ପ୍ରୀତି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନ ବିଷୟ କେନ୍ଦ୍ରିକ ଥିଲା। ପ୍ରୀତିର ଚିନ୍ତାଧାରା ଓ ଆତ୍ମବିଶ୍ୱାସ ସମସ୍ତଙ୍କୁ ପ୍ରଭାବିତ କରିଛି। ଛାତ୍ରଛାତ୍ରୀ ଏବଂ ପରୀକ୍ଷା ଯୋଦ୍ଧାମାନେ ପରୀକ୍ଷା ପାଇଁ ଚିନ୍ତିତ ହେବା କଥା ନୁହେଁ। ଆତ୍ମବିଶ୍ୱାସର ସହ ଚାପ ମୁକ୍ତ ହୋଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ଦରକାର। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ବିଦ୍ୟାର୍ଥୀଙ୍କ ମନୋବଳକୁ ଦୃଢ କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରୀତିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ବସୁନ୍ଧରା ଯୋଜନାରେ ଜମି ପଟ୍ଟା ପ୍ରଦାନ

ଭୁବନେଶ୍ଵର: ବସୁନ୍ଧରା ଯୋଜନାରେ ଝାରସୁଗୁଡ଼ା ଓ ଲଖନପୁର ବ୍ଲକର ଭୂମିହୀନ ପରିବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘରଡିହ ଜମିପଟ୍ଟା ବଣ୍ଟନ କରିଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଝାରସୁଗୁଡ଼ାର ୭୧ ଏବଂ ଲଖନପୁରର ୪୯ ଏହିପରି ମୋଟ ୧୨୦ ପରିବାରଙ୍କୁ ଘରଡିହ ଜମିପଟ୍ଟା ବଣ୍ଟନ କରିଛନ୍ତି।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବିକଶିତ ଓଡ଼ିଶା ଓ ଉତ୍କର୍ଷ ଓଡିଶାର ସ୍ୱପ୍ନ ପୂରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏଥିପାଇଁ ମହିଳା,ଯୁବକ,ଚାଷୀ ଓ ଗରିବ ସବୁ ବର୍ଗଙ୍କୁ ସାଥିରେ ନେଇ ଆଗକୁ ବଢ଼ିବାର ଆବଶ୍ୟକତା ରହିଥିବା ଉପମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। କୌଣସି ଲୋକ ତା ମୁଣ୍ଡ ଉପରେ ଛାତ ଘରରୁ ବଞ୍ଚିତ ହେବେ ନାହିଁ।

ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା, ମହିଳା ଶସକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ଏବଂ ବାସଚ୍ୟୁତଙ୍କୁ ଘରଡିହ ଜମିପଟ୍ଟା ଯୋଗାଇବା ପ୍ରତିଶ୍ରୁତିବଦ୍ଧତାର ପରିଚୟ ବୋଲି ଉଲ୍ଲେଖ କରିବା ସହ ପଟ୍ଟା ପାଇବା ଦ୍ୱାରା ଏଥିପାଇଁ ଅସୁବିଧା ଭୋଗ କରୁଥିବା ଲୋକମାନଙ୍କର ଅନେକ ଦିନର ଆଶା ପୂରଣ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ବସୁନ୍ଧରା ଯୋଜନା ସରକାରଙ୍କ ଅନ୍ୟାନ୍ୟ ମହତ୍ତ୍ଵପୂର୍ଣ୍ଣ ଯୋଜନା ମଧ୍ୟରୁ ଅନ୍ୟତମ ବୋଲି ଉଲ୍ଲେଖ କରି ହୀରାକୁଦ ନଦୀବନ୍ଧ ପାଇଁ ବାସଚ୍ୟୁତ ପରିବାର ଏବଂ ବସୁନ୍ଧରା ଯୋଜନାରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୪ ଶେଷ ସୁଦ୍ଧା ଜମି ଯୋଗାଇ ଦିଆଯିବ ବୋଲି କହିଥିଲେ।

ଏହି ଏହି ଅବସରରେ ଉପ ମୂଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏବଂ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲା କାର୍ଯ୍ୟାଳୟ ତଥା ସଂଲଗ୍ନ କାର୍ଯ୍ୟାଳୟ ଏବଂ ଜିଲ୍ଲା କାର୍ଯ୍ୟାଳୟକୁ ଅଭିଯୋଗ ତଥା ଅନ୍ୟାନ୍ୟ ସେବା ପାଇଁ ଆସୁଥିବା ମହିଳାମାନଙ୍କ ସକାଶେ ସ୍ଥାପିତ କ୍ରେଚ ସେଣ୍ଟର ‘କଳିକା’ ପରିଦର୍ଶନ କରିଥିଲେ।