Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

ଭୁବନେଶ୍ବର: ଉଲ୍ଲେଖନୀୟ ନେତୃତ୍ବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ। ନୂଆଦିଲ୍ଲୀରେ ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହାକୁ କ୍ୟାପିଟାଲ୍ ଫାଉଣ୍ଡେସନ୍ ଆନୁୟାଲ ଲେକଚର ଆଣ୍ଡ ଆୱାର୍ଡ ସମାରୋହରେ ଦିଆଯିବ।

ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି ରମଣା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବେ। ଏହି କାର୍ଯ୍ୟକ୍ରମକୁ ଜଷ୍ଟିସ୍ ଏକେ ପଟ୍ଟନାୟକ ପରିଚାଳନା କରିବେ।ମୁଖ୍ୟତଃ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବ ସହିତ ସ୍ବଚ୍ଛ ଭାବମୂର୍ତ୍ତି ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।